'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କ କଲେ ଭୁରି ଭୁରି ପ୍ରଶଂସା
Advertisement
Article Detail0/zeeodisha/odisha1344759

'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କ କଲେ ଭୁରି ଭୁରି ପ୍ରଶଂସା

Uma Bharti Praise Nitish Kumar: ଏଠାରେ କହି ରଖୁଛୁ ଯେ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୀର୍ଘ ଦିନ ଧରି ବିଜେପି ଶାସିତ ମଧ୍ୟ ପ୍ରଦେଶରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ (Liquor Ban) ଲଗାଇବାକୁ ଦାବି କରିଆସୁଛନ୍ତି । ସେ ମଧ୍ୟ ପ୍ରଦେଶରେ ମଦ ଠେକାକୁ ନେଇ ମଧ୍ୟ ପ୍ରଶ୍ନ କରିସାରିଛନ୍ତି । 

'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କ କଲେ ଭୁରି ଭୁରି ପ୍ରଶଂସା

ନୂଆଦିଲ୍ଲୀ: Uma Bharti Praise Nitish Kumar: ଭାରତୀୟ ଜନତା ପାର୍ଟି (BJP) ର ବରିଷ୍ଠ ନେତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତ (Uma Bharti) ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିହାରରେ ମଦ ଉପରେ ପ୍ରତିବନ୍ଧକ (Liquor Ban in Bihar) ଲାଗୁ କରିବାକୁ ନେଇ ନୀତିଶଙ୍କ ନିଷ୍ପତ୍ତିକୁ ଉମା ଭାରତୀ ପ୍ରଶଂସା କରିଛନ୍ତି । କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ବିକଳ୍ପ ହୋଇପାରିବେ ନାହିଁ ବୋଲି କହିଛନ୍ତି । ଉମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜଣେ ନିଆରା ବ୍ୟକ୍ତି ଓ ଏଭଳି ଲୋକ କମ୍ ହିଁ ହୋଇଥାଏ ଏବଂ ମୋଦି ହେଉଛନ୍ତି 'ଇଶ୍ୱରଙ୍କ ରଚନା' ।

ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ନୀତିଶ କୁମାର ଅନ୍ତତଃ ପକ୍ଷେ ନିଜ ରାଜ୍ୟରେ ସମ୍ପୂର୍ଣ୍ଣ ମଦ  ପ୍ରତିବନ୍ଧକ ଲାଗୁ କରିବାକୁ ସାହସ ଦେଖାଇଛନ୍ତି । ଯେତେବେଳେ ତାଙ୍କୁ ନୀତିଶ କୁମାର ମୋଦିଙ୍କ ବିକଳ୍ପ ଭାବରେ ଉଭା ହେବେ କି ବୋଲି ପଚରାଯିବାରୁ ସେ ଏହାର ଜବାବରେ କହିଛନ୍ତି ଯେ, ପ୍ରଶ୍ନ ହିଁ ଉଠୁନାହିଁ କାରଣ ମୋଦି ଜଣେ ଅଦ୍ୱିତୀୟ ବ୍ୟକ୍ତି ଓ ଏପରି ବ୍ୟକ୍ତି କମ୍ ହୋଇଥାଏ । ଏହା ବ୍ୟତୀତ ସେ (ମୋଦି) ଇଶ୍ବରଙ୍କ ସୃଷ୍ଟି ଓ ଲୋକମାନେ ତାଙ୍କ ସହ ଅଛନ୍ତି । ନୀତିଶ କୁମାରଙ୍କ ପ୍ରୟାସରୁ ବିରୋଧୀ ମଜବୁତ ହେବ କାରଣ ଗଣତନ୍ତ୍ର ପାଇଁ ଏହା ଭଲ ।

ଏଠାରେ କହି ରଖୁଛୁ ଯେ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୀର୍ଘ ଦିନ ଧରି ବିଜେପି ଶାସିତ ମଧ୍ୟ ପ୍ରଦେଶରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ (Liquor Ban) ଲଗାଇବାକୁ ଦାବି କରିଆସୁଛନ୍ତି । ସେ ମଧ୍ୟ ପ୍ରଦେଶରେ ମଦ ଠେକାକୁ ନେଇ ମଧ୍ୟ ପ୍ରଶ୍ନ କରିସାରିଛନ୍ତି । ବିଜେପି ହାଇକମାଣ୍ଡଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସେ ମଧ୍ୟ ପ୍ରଦେଶରେ ମଦ ବ୍ୟାନ୍ ଲଗାଇବାକୁ ରାସ୍ତାରେ ଓହ୍ଲାଇବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ମଦ ବ୍ୟାନ୍ କରିବାକୁ ଦାବି କରିଥିଲେ ।

ଏହା ବି ପଢ଼ନ୍ତୁ:-ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବଡ଼ ଅଘଟଣ, ୧୫ ମୃତ

ଏହା ବି ପଢ଼ନ୍ତୁ:-ରକ୍ତରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଏହି ୪ଟି ଖାଦ୍ୟ, ହୃଦଘାତକୁ ଏଡ଼ାଇବା ପାଇଁ ଆଜି ହିଁ ଛାଡ଼ନ୍ତୁ

ଏହା ବି ପଢ଼ନ୍ତୁ:-ଋଷ ସହ ମିଶି ଚୀନର ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ ଭାରତ, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

 

ଉମା ଭାରତୀ ରାଜ୍ୟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇଚ୍ଛାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ରେ ରାଜ୍ୟ ସରକାରଙ୍କ ସହ ମହିଳାଙ୍କ ଅଂଶଗ୍ରହଣରେ ମଦ ବିରୋଧରେ ଏକ ସଚେତନତା ଅଭିଯାନ ଆରମ୍ଭ କରିବେ । ଭୋପାଳର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବସି ମହିଳାମାନେ ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବେ । ଉମା ଭାରତୀ ଦୀର୍ଘ ଦିନ ଧରି ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରିଆସୁଛନ୍ତି ।