ୱେଲିଂଟନ: ନ୍ୟୁଜିଲ୍ୟାଣ୍ଡରେ କେରମାଡେକ ଦ୍ୱୀପ ପାଖରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସବୁଠାରୁ ବଡ଼ ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ରହିଛି ୮.୧ । ଭୂମିକମ୍ପ ଝଟକା ପରେ ନ୍ୟୁଜିଲ୍ୟାଣ୍ଡରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି। ପ୍ରଥମ ଭୂମିକମ୍ପ ବିଳମ୍ବିତ ରାତି ପାଖାପାଖି ୨.୨୭ ମିନିଟରେ ଦକ୍ଷିଣ ଆଇଲ୍ୟାଣ୍ଡରେ  ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ଆଉ ଏହାର ଠିକ୍ ୪ ଘଣ୍ଟା ପରେ କୈରମାଡେକ ଦୀପର ଆଖପାଖ ଅଞ୍ଚଳରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ପ୍ରଶାନ୍ତ କ୍ଷେତ୍ରରେ ଶକ୍ତିଶାଳୀ ଭୂମିକମ୍ପ (Earthquake) ଝଟକା ଅନୁଭୂତ ପରେ ମହାସାଗରରେ ସୁନାମୀ ଆଶଙ୍କା ଯୋଗୁଁ ନ୍ୟୁଜିଲ୍ୟାଣ୍ଡ (New Zealand) ର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମାତ୍ର ରାଷ୍ଟ୍ରୀୟ ଆପାତ୍ତକାଳିନ ପ୍ରବନ୍ଧନ ଏଜେନ୍ସିର ସୂଚନାନୁଯାୟୀ, ବିପଦ ଟଳିଥିବା ସହ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ତେବେ ସ୍ଥାନାନ୍ତରିତ ଲୋକଙ୍କୁ ଏବେ ନିଜ ନିଜ ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି ।


Also Read: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଘଟଣା ଦୋହରାଇଲା ଅଭିଯୁକ୍ତ


ନ୍ୟୁଜିଲାଣ୍ଡ ଠାରୁ ଏକ ହଜାର କିଲୋମିଟର ଦୂର କୈରମାଡେକ ଦୀପରେ ଲଗାତାର ବହୁତ ଥର ଭୂମିକମ୍ପ ଝଟକା ଅନୁଭୂତ କରାଯାଇଛି । ଏହାରି ମଧ୍ୟରେ ୮.୧ ତୀବ୍ରତା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ଜଣାପଡ଼ିଛି । ଏହାବାଦ୍ ୭.୪ ଓ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ସୁନାମୀ (tsunami) ଭୟକୁ ନଜରରେ ରଖି ନ୍ୟୁଜିଲ୍ୟାଣ୍ଡର କିଛି କିଛି ସ୍ଥାନରେ ରାସ୍ତା ଉପରେ ଜାମ ଲାଗିରହିଥିଲା । କାରଣ ସୁନାମୀ (tsunami) ର କରାଳ ରୂପରୁ ବଞ୍ଚିବା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଚାହିଁଥାନ୍ତି ।


Also Read: ପୋସ୍କୋ ଦୁର୍ଦ୍ଦଶା ଭୋଗିବେନି ତ ମିତ୍ତଲ ?


ରାଷ୍ଟ୍ରୀୟ ଆପାତ୍ତକାଳିନ ପ୍ରବନ୍ଧନ ଏଜେନ୍ସି NEMA (National Emergency Management Agency)  ର ସୂଚନାନୁସାରେ, ବିପଦ ଟଳିଛି ସତ ହେଲେ ବି ସତର୍କ ରହିବା ଜରୁରୀ ।  ଅନ୍ୟପଟେ ସୁରକ୍ଷିତ ସ୍ଥାନରେ ଥିବା ଲୋକମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ପରାମର୍ଷ ଦେଇଛି। ଆମେରିକୀୟ ଭୂଗର୍ଭ ସର୍ବେକ୍ଷଣର କହିବାନୁସାରେ, ସବୁଠାରୁ ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ କୈରମାଡେକ ଦ୍ବୀପ ସମୁହ ପାଖ ୧୯ କିଲୋମିଟର ଗଭୀରରେ ରହିଥିଲା । ଏଜେନ୍ସିର ରିପୋର୍ଟ ଅନୁସାରେ, ଏହାପୂର୍ବରୁ ୧୯୭୩ ମସିହାରେ ଏହି କ୍ଷେତ୍ରରେ ୮.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।