ନୂଆଦିଲ୍ଲୀ: Russia-Ukraine War, India, UNSC: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଲଗାତର ୧୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଯୋଗୁଁ ବହୁ ଭାରତୀୟ ଛାତ୍ର (Indian Students) ୟୁକ୍ରେନରେ ଫସି ଅଛନ୍ତି । ଏହି ସମୟରେ ଭାରତ (India) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UN Security Council:UNSC) କୁ କହିଛି ଯେ, ଉଭୟ ଋଷ ଓ ୟୁକ୍ରେନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ପୂର୍ବ ୟୁକ୍ରେନ ସହର ସୁମୀ (Sumy) ସହରରୁ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ମିଳିପାରୁ ନାହିଁ ଓ ଏହାକୁ ନେଇ ସେ ଅତ୍ୟନ୍ତ ଚିନ୍ତିତ ଅଛି ।


COMMERCIAL BREAK
SCROLL TO CONTINUE READING

ଭାରତର ସ୍ଥାନୀୟ ପ୍ରତିନିଧୀ ତଥା ମିଳିତ ଜାତିସଂଘ (United Nations) ରେ ରାଷ୍ଟ୍ରଦୂତ ଟି.ଏସ୍ ତିରୁମୁର୍ତ୍ତୀ (TS Tirumurti) ସୁରକ୍ଷା ପରିଷଦ (Security Council) ରେ କହିଛନ୍ତି ଯେ, ସମସ୍ତ ପ୍ରକାର ଶତ୍ରୁତାକୁ ଶେଷ କରିବାକୁ ଭାରତ ଆହ୍ୱାନ କରୁଛି । ଭାରତର ସମସ୍ତ ନିର୍ଦ୍ଦୋଷ ନାଗରିକଙ୍କୁ ୟୁକ୍ରେନରୁ ବାହାର କରିବା ପାଇଁ ସୁରକ୍ଷିତ ତଥା ନିର୍ବିଘ୍ନ ମାର୍ଗର ଦାବି କରୁଛୁ ।


ତିରୁମୁର୍ତ୍ତୀ କହିଛନ୍ତି ଯେ, "ଆମେ ଗଭୀର ଭାବରେ ଚିନ୍ତିତ ଯେ ଉଭୟ ପକ୍ଷରୁ ଆମର ଅନୁରୋଧ ସତ୍ତ୍ୱେ ସୁମିରେ ଫସି ରହିଥିବା ଆମର ଛାତ୍ରମାନଙ୍କ ପାଇଁ ଏକ ସୁରକ୍ଷିତ କରିଡର ସୃଷ୍ଟି କରାଯାଇ ନାହିଁ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ୨୦,୦୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ସଫଳ ହୋଇଛି । ଆମେ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ସେମାନଙ୍କ ଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିଛୁ, ଯେଉଁମାନେ ଏହି ବିଷୟରେ ଆମ ସହ ଯୋଗାଯୋଗ କରିଥିଲେ ।"


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍ସା


ଏହା ବି ପଢ଼ନ୍ତୁ:-ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!


ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତକୁ ସହିବାକୁ ପଡ଼ିବ ଏସବୁ କ୍ଷତି, ଜାଣନ୍ତୁ ଦୁନିଆର ଅନ୍ୟାନ୍ୟ ଦେଶ ଉପରେ କ'ଣ ପଡ଼ିବ ପ୍ରଭାବ


ଏହା ବି ପଢ଼ନ୍ତୁ:-ଭାରତର ଚୁରୁରେ ବାସ କରୁଥିଲେ ପୁଟିନଙ୍କ ପୂର୍ବ ପୁରୁଷ, ବିକାନେରରୁ ବାଇଡେନ! ଜାଣନ୍ତୁ କ'ଣ ରହିଛି ରାଜସ୍ଥାନ କନେକଶନ୍?


 


ଧାରଣ ନାଗରିକଙ୍କୁ ବାହାରକୁ ଯିବା ପାଇଁ ଅନେକ ଅଞ୍ଚଳରେ ମାନବିକ କରିଡର ଖୋଲିବା ପାଇଁ ଋଷ ସୋମବାର ସକାଳେ ଅସ୍ତ୍ରବିରତି ଘୋଷଣା କରିଥିଲା । ଯଦିଓ ପ୍ରତ୍ୟାବର୍ତ୍ତନ ମାର୍ଗଗୁଡ଼ିକ ପ୍ରାୟତଃ ଋଷ ଓ ଏହାର ସହଯୋଗୀ ବେଲାଋଷ ଆଡକୁ ଯାଉଛି । ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।