କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
Advertisement
Article Detail0/zeeodisha/odisha1118289

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

Coronavirus in India: ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୭୧ ହଜାର ୩୦୮ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୬ ହଜାର ୧୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪୯ ହଜାର ୯୪୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୫ ହଜାର ୨୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ତୃତୀୟ ଲହରର ଶେଷ ହୋଇସାରିଛି । କୋରୋନା ମାମଲାରେ ଲଗାତର ହ୍ରାସ ଘଟିବା ସହ ମୃତ୍ୟୁ ମାମଲାରେ ମଧ୍ୟ କମି ରେକର୍ଡ କରାଯାଉଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୯୩ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୮ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୦୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୪,୧୭୦ ସକ୍ରିୟ ମାମଲାରେ ହ୍ରାସ ଘଟିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୭୧ ହଜାର ୩୦୮ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୬ ହଜାର ୧୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪୯ ହଜାର ୯୪୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୫ ହଜାର ୨୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ତୁରନ୍ତ ଫୁଲ୍ କରି ନିଅନ୍ତୁ ତେଲ ଟାଙ୍କି, ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ପେଟ୍ରୋଲ-ଡିଜେଲର ଦାମ୍!

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତକୁ ସହିବାକୁ ପଡ଼ିବ ଏସବୁ କ୍ଷତି, ଜାଣନ୍ତୁ ଦୁନିଆର ଅନ୍ୟାନ୍ୟ ଦେଶ ଉପରେ କ'ଣ ପଡ଼ିବ ପ୍ରଭାବ

ଏହା ବି ପଢ଼ନ୍ତୁ:-ଭାରତର ଚୁରୁରେ ବାସ କରୁଥିଲେ ପୁଟିନଙ୍କ ପୂର୍ବ ପୁରୁଷ, ବିକାନେରରୁ ବାଇଡେନ! ଜାଣନ୍ତୁ କ'ଣ ରହିଛି ରାଜସ୍ଥାନ କନେକଶନ୍?

ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର, ନୀତିନ ଗଡକରୀ ଦେଲେ ଏହି ସୂଚନା

 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ମାର୍ଚ୍ଚ ୮ ପର୍ଯ୍ୟନ୍ତ ସାରା ଦେଶରେ ୧୭୯ କୋଟି ୧୩ ଲକ୍ଷ ୪୧ ହଜାର ୨୯୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ଲକ୍ଷ ୩୪ ହଜାର ୪୬୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୭ କୋଟି ୪୩ ଲକ୍ଷ ୧୦ ହଜାର ୫୬୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୭୩ ହଜାର ୩୯୫ କୋରୋନା ନମୁନା ପରୀକ୍ଷା କରାଯାଇଛି ।