ଲକ୍ଷ୍ନୌ: ଉତ୍ତରାଖଣ୍ଡ ପରେ ଉତ୍ତର ପ୍ରଦେଶ ରେ ଉଠିଛି ସମାନ ନାଗରିକ ସଂହିତା ଲାଗୁ କରିବା ଦାବି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ  ମୌର୍ଯ୍ୟ କହିଛନ୍ତି ରାଜ୍ୟ ସରକାର ଏହାର ସମର୍ଥନରେ ଅଛନ୍ତି।   ରାଜ୍ୟରେ ଏହାକୁ ଲାଗୁ କରିବା ସମସ୍ତେ  ଦାବି ଉଠାଇବା ସହ ଏହାକୁ ସମର୍ଥନ କରିବା ଆବଶ୍ୟକ। ରାଜ୍ୟ ସରକାର ଏହାକୁ ଲାଗୁ କରିବା ବାବଦରେ ବିଚାରବିମର୍ଶ କରୁଛନ୍ତି। କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି। ଏହା ବିଜେପି ସରକାରଙ୍କ ଦ୍ୱାରା ଦିଆଯାଇଥିବା  ନିର୍ବାଚନ ପ୍ରତିଶୃତି ମଧ୍ୟରୁ ଅନ୍ୟତମ। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଗୃହମନ୍ତ୍ରୀ ଅମିତ  ଶାହ  ସମାନ ନାଗରିକ ସଂହିତା (Uniform Commercial Code)  ୟୁସିସି  (UCC) ଲାଗୁ କରିବା ପ୍ରସଙ୍ଗର ମତ ରଖି ସାରିଛନ୍ତି।  ଏନେଇ ସେ କହିଛନ୍ତି ସମଗ୍ର ଦେଶରେ ସମସ୍ତଙ୍କ ଲାଗି  ସମାନ ଆଇନ ଲାଗୁ ହେବା ଆବଶ୍ୟକ। ଏହାର ଆବଶ୍ୟକତା ମଧ୍ୟ ରହିଛି।  ଉତ୍ତର ପ୍ରଦେଶ ସରକାର ରାଜ୍ୟରେ  ସମାନ ନାଗରିକ  ସଂହିତା ଲାଗି  କରିବା ପ୍ରସଙ୍ଗରେ ଗୁରୁତର ସହ  ବିଚାରବିମର୍ଶ କରୁଛନ୍ତି ବୋଲି କହିଛନ୍ତି।  ଯେପରି ଭାବେ  ଉତ୍ତରାଖଣ୍ଡ ସରକାର ରାଜ୍ୟରେ ୟୁସିସି ଲାଗୁ କରିଛନ୍ତି ସେପରି ଭାବେ ଉତ୍ତର ପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟ  ଯେଉଁଠି ବିଜେପି ସରକାର କ୍ଷମତାସୀନ  ରହିଛି ସେଠାରେ ଏ ପ୍ରସଙ୍ଗରେ ବିଚାର ବିମର୍ଶ  ଜାରି ରହିଥିବା କହିଛନ୍ତି  ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ  ମୌର୍ଯ୍ୟ। 


ବିଜେପି ଲାଗି  ୩୭୦ ଧାରା,  ରାମ ମନ୍ଦିର ନିର୍ମାଣ ଏବଂ ସମାନ ନାଗରିକ ସଂହିତା ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି।  ଯଦି ବିରୋଧି ସହଯୋଗ କରନ୍ତି ତାହେଲେ ଭଲ ହେବ।  ଯଦି ସେମାନେ ଆମକୁ  ସାଥ୍ ନ ଦିଅନ୍ତି ତାହେଲେ ଏହାର ଅର୍ଥ ଏହା ନୁହେଁ ଯେ  ଆମେ ଏହା ଉପରେ ବିଚାର କରୁନାହୁଁ।  ୩୭୦ ଧାରା ହଟାଯିବା ପ୍ରସଙ୍ଗରେ ବିରୋଧି ସାଥ୍ ଦେଇନଥିଲେ।   ହେଲେ ଏହା ସତ୍ତ୍ୱେ ଏହାକୁ ହଟାଯାଇଥିଲା। ବର୍ତ୍ତମାନ ୟୁସିସି ଲାଗୁ କରିବା ଉପରେ ନଜର ରହିଛି। 


Also Read: ଧାମୀ ଧମାକା: ରାଜ୍ୟରେ ଲାଗୁ ହେବେ ସମାନ ନାଗରିକ ସଂହିତା


ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଥିଲେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କେନ୍ଦ୍ର ଭାବରେ ପରିଗଣିତ ହେଉଥିବା ରାଜ୍ୟରେ ୟୁସିସି ଲାଗୁ ହେବ। ଏନେଇ ଏକ କମିଟି ଗଠନ କରାଯାଇଛି।  ଉତ୍ତରାଖଣ୍ଡ ହେଉଛି ଗଙ୍ଗା ରାଜ୍ୟ। ଏହା ହେଉଛି ଏକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର। ଆମର ଲକ୍ଷ୍ୟ ହେଉଛି ସମାନ  ନାଗରିକ ସଂହିତା ଲାଗୁ କରିବା। ଆଇନ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ଯେଉଁମାନେ ଏହି ପରିପ୍ରେକ୍ଷୀରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବେ।