ୱାଶିଂଟନ: Pakistan Flood: ବନ୍ୟା ପ୍ରଭାବିତ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଆମେରିକା । ପାକିସ୍ତାନକୁ ଆମେରିକା ୧୦ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ବୈଦେଶିକ ସଚିବ (US Secretary of State) ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) ଖାଦ୍ୟ ସୁରକ୍ଷା ପାଇଁ ପାକିସ୍ତାନକୁ ଅତିରିକ୍ତ ୧୦ ମିଲିୟନ୍ ଡଲାର୍ ସହାୟତା ଘୋଷଣା କରିଛନ୍ତି । ୱାଶିଂଟନରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ (Bilawal Bhutto) ଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଣ୍ଟୋନି ବ୍ଲିଙ୍କେନ୍ ଏହି ଘୋଷଣା କରିଛନ୍ତି । ସେ ପାକିସ୍ତାନରେ ଆସିଥିବା ବିନାଶକାରୀ ବନ୍ୟା ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି ଓ କହିଛନ୍ତି ଯେ ଏହି କଠିନ ସମୟରେ ଆମେ ସର୍ବଦା ପାକିସ୍ତାନକୁ ସାହାଯ୍ୟ କରିଆସୁଛୁ ଏବଂ ପାକିସ୍ତାନର ଲୋକ ସହ ଛିଡ଼ା ଅଛୁ ।


COMMERCIAL BREAK
SCROLL TO CONTINUE READING

ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) ଆଗକୁ କହିଛନ୍ତି ଯେ, ଏହି କଷ୍ଟ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଆମେରିକା ଜାରି ରଖିବ । ଯଦି ତୁରନ୍ତ ବନ୍ୟା ପରିସ୍ଥିତିର ମୁକାବିଲା ନହୁଏ, ତେବେ ଏହାର ସୁଦୂରପ୍ରସାରୀ ପରିଣାମ ହେବ । ଆମେରିକା ଏପର୍ଯ୍ୟନ୍ତ ବନ୍ୟା ପୀଡିତଙ୍କୁ ୫୫ ମିଲିୟନ ଡଲାର ସହାୟତା ଯୋଗାଇ ଦେଇଛି ଓ ବର୍ତ୍ତମାନ ଖାଦ୍ୟ ସୁରକ୍ଷା ପାଇଁ ଅତିରିକ୍ତ ୧୦ ମିଲିୟନ ଡଲାର ଯୋଗାଉଛି ।


ପାକିସ୍ତାନ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ, ପାକିସ୍ତାନ ଓ ଆମେରିକା ମଧ୍ୟରେ ବିଭିନ୍ନ ସ୍ତରରେ ମଜବୁତ ସମ୍ପର୍କ ରହିଛି, ତାହା କୂଟନୈତିକ ହେଉ ଅବା ସାର୍ବଜନୀନ । ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଆମେରିକୀୟ ଅନୁଷ୍ଠାନ ପାକିସ୍ତାନୀ ଯୁବକମାନଙ୍କୁ ବିଭିନ୍ନ କୌଶଳରେ ତାଲିମ ଦେଇଛନ୍ତି । ଯୁବ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପାକିସ୍ତାନ ଓ ଆମେରିକା ମଧ୍ୟରେ ଅନେକ ବିନିମୟ କାର୍ଯ୍ୟକ୍ରମ ଦଶନ୍ଧି ଧରି ଚାଲିଆସୁଛି । ଭବିଷ୍ୟତରେ ଉଭୟ ଦେଶର ଲୋକମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରସ୍ପରଠାରୁ ଶିକ୍ଷା ଲାଭ କରିବେ ।


ବ୍ଲିଙ୍କେନ୍ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ । ଆଫଗାନିସ୍ତାନ ବିଷୟରେ ଚର୍ଚ୍ଚା କରି ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଶାନ୍ତି ପାଇଁ ପାକିସ୍ତାନ ଓ ଆମେରିକାର ଏକ ଲକ୍ଷ୍ୟ ଥିଲା । ଆଜି ମଧ୍ୟ ଉଭୟ ଦେଶ ମିଳିତ ଭାବେ ଏକ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ଦାବି କରୁଛନ୍ତି ।


ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଲାଗିଲା ଲଟେରୀ, ଅକ୍ଟୋବରରୁ ମୋଦି ସରକାର ଦେବେ ଏହି ଖାସ୍ ସୁବିଧା!


ଅଧିକ ପଢ଼ନ୍ତୁ:-ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ


ଅଧିକ ପଢ଼ନ୍ତୁ:-ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍


 


 


ସେପଟେ ପୁଣିଥରେ ପାକିସ୍ତାନ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି । ଆମେରିକା ପାକିସ୍ତାନ ବିଭିନ୍ନ ସ୍ତରରେ ସହାୟତା ଯୋଗାଇ ଦେଉଛି । ବିଗତ ଦିନରେ ଆମେରିକା ଏଫ-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପାକିସ୍ତାନ ମୋଟା ଅଙ୍କର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲା । ଚଳିତ ବର୍ଷ ସେପ୍ଟେମ୍ବର ୭ରେ ଆମେରିକାର ବାଇଡେନ ପ୍ରଶାସନ ପାକିସ୍ତାନର ପୁରୁଣା F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୪୫୦ ମିଲିୟନ ଡଲାରର ପ୍ୟାକେଜ ଅନୁମୋଦନ କରିଥିଲା । ଏ ସମ୍ପର୍କରେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଉପରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଥିଲା । ଭାରତ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁଙ୍କୁ ନିଜର ଅସନ୍ତୋଷ ବିଷୟରେ ଜଣାଇଛି । ଆମେରିକା ପାକିସ୍ତାନକୁ ଯୋଗାଇଥିବା ଏହି ସହାୟତାର ନିଷ୍ପତ୍ତିର ସମୟକୁ ନେଇ ଭାରତ ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏହା ଦ୍ୱାରା ଭାରତ ଓ ଆମେରିକାର ସମ୍ପର୍କକୁ ବଡ଼ ଝଟକା ଲାଗିଛି ।