ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀ ଚୀନ ପକ୍ଷରୁ ଆସୁଥିବା ବିପଦ ମୁକାବିଲା କରିବା ପାଇଁ ଅଣ୍ଟାଭିଡିଛି ବିଶ୍ୱର ସବୁଠାର ଶକ୍ତିଶାଳୀ ଦେଶ ଆମେରିକା। ଜଳପଥରେ ବିରୋଧି ଚୀନକୁ ମାତ୍ ଦେବା ପାଇଁ ଏବେ ଠାରୁ ପ୍ରସ୍ତୁତ ହୋଇଉଠିଲାଣି ଆମେରିକୀୟ ନୌସେନା। ବିଗତ କିଛି ବର୍ଷ ଧରି ସମୁଦ୍ର ବକ୍ଷରେ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦେଶର ନୌସନା।  


COMMERCIAL BREAK
SCROLL TO CONTINUE READING

ଚୀନ ନୌସନାକୁ (Chinese Navy) ଜବାବ ଦେବାକୁ ଯାଇ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବିକଶିତ କରିବାରେ ଲାଗିଛି ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (United States of America-USA)। ଏହି କ୍ରମରେ ନିଜ ଦ୍ୱାରା ନିର୍ମାଣ କରାଯାଇଥିବା ଯୁଦ୍ଧପୋତ (USA Aircraft Carrier) ବୋମା ବିସ୍ଫୋରଣର ସାମ୍ନା କରିବା ପାଇଁ ସକ୍ଷମ କି ନୁହେଁ ତାହାର ପରୀକ୍ଷା ଆଣ୍ଟଲାଟିକ ମହାସାଗର (Atlantic Ocean) ଅଞ୍ଚଳରେ କରିଛି ଆମେରିକା ନୌସେନା (USA Navy)।


Also Read: ସେନା କ୍ୟାମ୍ପ ଉପରେ ରକେଟ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଇପାରେ ଆମେରିକା


ପ୍ରାୟ ୧୮ ହଜାର କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ସମୁଦ୍ରରେ କରାଯାଇଥିବା ଏହି ବିସ୍ଫୋରଣ ଫଳରେ ଥରିଉଠିଥିଲା ପୃଥିବୀର ଭୂପୃଷ୍ଠ (Earth Surface)। ଏହାର ପ୍ରକୋପରେ ଆଣ୍ଟଲାଟିକ ମହାସାଗର ଅଞ୍ଚଳ ୩.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ (Earthquake) ଦ୍ୱାରା ଦୋହଲି ଯାଇଥିଲା। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।


ଗତ ଶୁକ୍ରବାର ଦେଶର ଫ୍ଲୋରିଡା  (Florida) ରାଜ୍ୟରେ ଅବସ୍ଥିତ ଉପକୂଳ ଅଞ୍ଚଳ ଠାରୁ ୧୦୦ ମାଇଲ ଦୂରରେ ଆଣ୍ଟଲାଟିକ ମହାସାଗର ଠାରେ ୧୮ ହଜାର କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରିଥିଲେ ଏହି ବିସ୍ଫୋରଣ କରାଇଥିଲା ଆମେରିକା ନୌସେନା। ଯାହାର ମୂଳ ଲକ୍ଷ୍ୟ ହେଉଛି ଗ୍ୟାରେଲ୍ଡ ଫୋର୍ଡ ନାମକ ଯୁଦ୍ଧପୋତ (Aircraft Carrier Gerald Ford) ବୋମା ବିସ୍ଫୋରଣର ସାମ୍ନା କରିବାକୁ ସକ୍ଷମ କି ନୁହେଁ ଏବଂ ସାମୁଦ୍ରିକ ଯୁଦ୍ଧ ସମୟରେ ଏହା କେତେ ପ୍ରଭାବଶାଳୀ ହୋଇପାରିବ।