Bhole Baba Net Worth: ଉତ୍ତରପ୍ରଦେଶ ହାଥରସ ସତସଙ୍ଗ ଦଳାଚକଟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛନ୍ତି। ଏହି ଅଘଟଣ ଯେଉଁ ବାବାଙ୍କ ସତସଙ୍ଗରେ ଘଟିଥିଲା ସେହି ବାବା ହେଉଛନ୍ତି ନାରାୟଣ ହରି ଓରଫ ଭୋଲେ ବାବା। ତେବେ, ବାବାଙ୍କ ସମ୍ପତ୍ତିକୁ ନେଇ ଏବେ ବଡ଼ ଖୁଲାସା ହୋଇଛି।  ଭୋଲେ ବାବା କେତେ କୋଟିର ମାଲିକ ଅଟନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭୋଲେ ବାବାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୦ କୋଟିରୁ ଉର୍ଧ୍ବ । କେବଳ ପଶ୍ଚିମ ୟୁପିରେ ବାବାଙ୍କର ୨୪ଟି ବିଳାସପୂର୍ଣ୍ଣ ଆଶ୍ରମ ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। କେବଳ ସେତିକି ନୁହେଁ, ଦାମୀ ଗାଡି଼ ଚଢିବାକୁ ପସନ୍ଦ କରନ୍ତି ବାବା ଭୋଲେ। ଯେଉଁ ଗାଡିର ଦାମ୍ ପ୍ରାୟ କୋଟିଏ ରୁ ଅଧିକ।  ଯେତେବେଳେ ବାବା କୌଣସି ସ୍ଥାନକୁ ଯାତ୍ରା କରନ୍ତି । ତାଙ୍କ ସୁରକ୍ଷା ଦାୟିତ୍ବରେ ୮୦ ଜଣ ନିୟୋଜିତ ହୋଇଥାଆନ୍ତି। ଯାହା ସବୁଠୁ ଆଶ୍ଚର୍ଯ୍ୟ ଜନକ କଥା।  


COMMERCIAL BREAK
SCROLL TO CONTINUE READING

ALSO READ: Shani Vakri 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଶନି, ବର୍ଷ ଶେଷ ଯାଏଁ ହେବନି ଧନର ଅଭାବ!


ସବୁଠୁ ବଡ଼ କଥା ହେଲା  ୟୁପିର ଥିବା ମେନପୁର ଅଞ୍ଚଳରେ ବାବାଙ୍କର ରହିଛି ୨୧ ଏକର ଉପରେ ନିର୍ମିତ ଏକ ବିଳାସପୂର୍ଣ୍ଣ ଆଶ୍ରମ। ଯାହାର ମୂଲ୍ୟ ପ୍ରାୟ ୪ କୋଟିରୁ ଅଧିକ ହେବ। ବାବା ଓ ତାଙ୍କ ପତ୍ନୀଙ୍କ ପାଇଁ ଏହି ଆଶ୍ରମରେ ୬ଟି କୋଠରୀ ରହିଛି। ୨୪ ରୁ ୩୦ଟି ଲକଜୁରିୟସ୍ କାର ଏହି ଆଶ୍ରମ ଭିତରେ ଥାଏ। ତେବେ, ଏହି ଆଶ୍ରମଟି ଭୋଲେ ବାବାଙ୍କ ନାଁରେ ନାହିଁ। ଏହି ଆଶ୍ରମଟିର ମାଲିକାନା ରାମକୁଟିର ଚାରିଟେବୁଲ୍ ଟ୍ରଷ୍ଟ ହେପାଜତରେ ରହିଛି।  ଏହି ଆଶ୍ରମକୁ ଛାଡି ବାବାଙ୍କ ପାଖରେ ଆଉ ଅନେକ ଆଶ୍ରମ ରହିଛି। କାନପୁରର କାନସୁଇ ଗାଁରେ ମଧ୍ୟ ୧୫ ଏକର ଜାଗାରେ ନିର୍ମିତ ଏକ ଆଶ୍ରମ ରହିଛି। ସେହିପରି, ନୋଏଡା ସେକ୍ଟର ୮୭ ଇଲାବାସ ଗାଁ (Elabas Village)ରେ ଏକ ଆଶ୍ରମ ଥିବା ବେଳେ କସଗଞ୍ଜର ବାହାଦୂରନଗର ଅଞ୍ଚଳର ପାଟିଆଲି ଗାଁରେ ଆଉ ଏକ ଆଶ୍ରମ ରହିଛି। ଏହା ବାବାଙ୍କର ପୌତୃକ ଗାଁ ବୋଲି କୁହାଯାଏ। ଯେଉଁଠାରୁ ସେ ତାଙ୍କର ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ । ଗଣ ମାଧ୍ୟମ ରିପୋର୍ଟ ଅନୁସାରେ, ବାବାଙ୍କ ପାଖରେ ୨୪ ଆଶ୍ରମ ଓ ଅନେକ ଦାମୀ ଗାଡି଼ ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। 


ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ହାଥରସ୍ ଫୁଲୁରୀ ଗାଁରେ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ଆଉ ସତସଙ୍ଗ ସରିବା ପରେ ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଏକାଧିକ ଆହତ ହୋଇଥିଲା। ଏହି ଘଟଣା ପୂରା ଦେଶରେ ଆଲଡନ ସୃଷ୍ଟି କରିଥିଲା।