ଲକ୍ଷ୍ନୌ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ସାମିଲ ହେଲା ମଦ। ଲକଡାଉନ ବେଳେ ଖୋଲିଲା ମଦ ଦୋକାନ। ଲୋକେ ବିକଳ ହୋଇ ସକାଳ ନ ପାଇବା ପୂର୍ବରୁ ମଦ ଦୋକାନ ସାମ୍ମୁଖରେ ଲମ୍ୱା ଲାଇନ ଲଗାଇଥିଲେ। କୋରୋନାର ଦ୍ୱିତୀୟ ଲହର ବେଳେ ଏପରି ଏକ ଭୟାନକ ଦୃଶ୍ୟ ମଙ୍ଗଳବାର ବିଜେପି ଶାସିତ ଉତ୍ତର ପ୍ରଦେଶର ପ୍ରାୟ ୫୦ଟି ଜିଲ୍ଲାରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶରେ (Uttar Pradesh) ଲକଡାଉନ (Lockdown) ଯୋଗୁଁ ଅନେକ ଦିନ ଧରି ମଦ ଦୋକାନ ବନ୍ଦ ରହିଥିଲା। ରାଜ୍ୟରେ କୋରୋନା (Coronavirus) ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାର କେବଳ ଜରୁରୀ ଜିନିଷ ସହ ଜଡିତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସରକାର ଏବେ ମଦ ଏବଂ ବିୟର ଦୋକାନଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀ (Essential Items) ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।


Also Read: Lockdownରେ ସରକାରଙ୍କୁ ମଦ୍ୟପଙ୍କ ଚିନ୍ତା, 'ମଦ' Home Delivery ପାଇଁ ପ୍ରସ୍ତାବ


 


ରାଜ୍ୟରେ କୋରୋନା ମହାମାରୀର ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବିବେକ ଅନୁଯାୟୀ ମଦ ଦୋକାନ (Wine Shop) ଖୋଲିବାକୁ ସରକାର ଏହି ନିଷ୍ପତ୍ତି ଛାଡିଛନ୍ତି। ଦୀର୍ଘ ଦିନ ଧରି ମଦ ଦୋକାନ ବନ୍ଦ ଥିବାରୁ ଅବକାରୀ ବିଭାଗ ସରକାରଙ୍କ ନିକଟରେ ଏହାର ପ୍ରତିବାଦ କରିଥିଲା। ଯାହା ପରେ ମଙ୍ଗଳବାର ଦିନ ଅନେକ ଜିଲ୍ଲାରେ ମଦ ଦୋକାନ ଖୋଲାଯାଇଥିଲା। ଉତ୍ତର ପ୍ରଦେଶର ନୋଏଡା (Noida) ଏବଂ ଗାଜିଆବାଦରେ ମଙ୍ଗଳବାର ସକାଳ ୧୦ଟାରୁ ଦୋକାନ ଖୋଲିବାକୁ ସ୍ଥିର ହୋଇଥିଲା, କିନ୍ତୁ ସକାଳ  ୮ଟାରୁ ଏଠାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।


ମଦ ବ୍ୟବସାୟୀମାନେ ପୋଲିସର (Up Police) ସାହାଯ୍ୟରେ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସକାଳେ ଦୋକାନ ଖୋଲିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ନୋଏଡା, ଗାଜିଆବାଦ ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାରେ ମଦ ଦୋକାନ ଖୋଲାଯାଇଥିଲା। ଅଧିକାଂଶ ଜିଲ୍ଲାରେ ଦୋକାନ ଖୋଲିବାର ସମୟ ସକାଳ ୧୦ଟାରୁ ସନ୍ଧ୍ୟା 7ଟା ଥିଲା। ଅଧିକାଂଶ ଜିଲ୍ଲାର ମଦ ଦୋକାନ ବାହାରେ କୋରୋନା ନିୟମ ଉଲ୍ଲଙ୍ଘନ କରି ଲମ୍ବା ଧାଡି ଦେଖିବାକୁ ମିଳିଥିଲା।


Also Read: ସମୁଦ୍ରକୁ ଶଙ୍ଖେ! ବୁଲା ପଶୁଙ୍କ ପେଟ ପାଇଁ ୬୦ ଲକ୍ଷ


 


ମଙ୍ଗଳବାର ଦିନ ମେରଟ, ଗୌତମବୁଦ୍ଧ ନାଗର, ବାଗପତ, ଶାମଲି, କାନପୁର, ବିଜନୋର, ମିର୍ଜାପୁର, ଝାନସୀ, ବାରାଣାସୀ, ମୁଜାଫରନଗର, ରାଇବରେଲି ସମେତ ପ୍ରାୟ ୫୦ଟି ଜିଲ୍ଲାରେ ମଦ ଦୋକାନ ଖୋଲିଛି। ବୁଧବାର ଠାରୁ ଅବଶିଷ୍ଟ ଜିଲ୍ଲାରେ ମଦ ଦୋକାନ ଖୋଲାଯିବ ବୋଲି ଆଶା କରାଯାଉଛି।