କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ (Lockdown) ଜାରି ରହିଛି। ଏହି ସମୟରେ ଦୋକାନ ବଜାର ଓ ହୋଟେଲ, ରେସ୍ତୋରାଁ ବନ୍ଦ ରହୁଛି। ଫଳରେ ବୁଲା ଗାଈଗୋରୁ, କୁକୁର (Street Dog) ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Trending Photos
ଭୁବନେଶ୍ୱର: ଲକଡାଉନରେ ପୁଣି ବୁଲା ପଶୁଙ୍କ ପେଟ କଥା ଚିନ୍ତା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF)ରୁ ଷାଠିଏ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତେବେ ଏହି ଟଙ୍କା ଖର୍ଚ୍ଚ ନେଇ କେତେକ କଟକଣା ରହିଛି। ଯାହାକୁ ଦେଖିଲେ ଏହି ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି।
କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ (Lockdown) ଜାରି ରହିଛି। ଏହି ସମୟରେ ଦୋକାନ ବଜାର ଓ ହୋଟେଲ, ରେସ୍ତୋରାଁ ବନ୍ଦ ରହୁଛି। ଫଳରେ ବୁଲା ଗାଈଗୋରୁ, କୁକୁର (Street Dog) ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ତାଙ୍କ ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବ।
Also Read: ଉଦବେଗଜନକ କୋରୋନା ସ୍ଥିତି; ଗଡୁଛି ମୁଣ୍ଡ, ବଢୁଛି ସଂକ୍ରମଣ
ପାଞ୍ଚ ମହାନଗର ନିଗମ, ୪୮ଟି ମ୍ୟୁନିସପାଲଟି ଓ ୬୧ଟି NAC ପାଇଁ ଷାଠିଏ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ (BMC) ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିବ। କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟିମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ NAC ଦୈନିକ ମାତ୍ର ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।
ବୁଲା ପଶୁ (Street Animal) ଙ୍କ ପାଇଁ ସରକାର ଘୋଷଣା କରିଥିବା ପ୍ୟାକେଜକୁ ବୁଦ୍ଧିଜବୀମାନେ ପ୍ରଶଂସା କରିଛନ୍ତି। କିନ୍ତୁ ଏହା ଏକ ଛୋଟ ରାଶି ଏବଂ ଦୈନିକ ଯେତିକି ଟଙ୍କା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଅପ୍ରଯ୍ୟାପ୍ତ ବୋଲି ସେମାନେ କହିଛନ୍ତି। ସହରାଞ୍ଚଳରେ ଶହ ଶହ ବୁଲା କୁକୁର ଓ ଗାଈଗୋରୁ ଅଛନ୍ତି। ସେମାନଙ୍କୁ ଦିନକୁ ୨ ହଜାର ଟଙ୍କାରେ କେତେ ପରିମାଣର ଖାଇବା ଯୋଗାଇ ଦିଆଯିବ ଏବଂ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବାନା ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
Also Read: ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
ସୂଚନାଯୋଗ୍ୟ, ଗତବର୍ଷ ଲକଡାଉନ ବେଳେ ଠିକ୍ ଏହି ପ୍ରକାରେ ବୁଲା ପଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସେହି ସମୟରେ ମଧ୍ୟ ସହରାଞ୍ଚଳକୁ ପ୍ରାଥମିକତା ଦିଆଯାଇଥିଲା। ଏହାକୁ ନେଇ ବିରୋଧି ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏପରିକି ପଶୁଙ୍କ ପାଇଁ ମଞ୍ଜୁର ହୋଇଥିବା ଟଙ୍କର ସଦବିନିଯୋଗ ହୋଇନଥିବା ଅଭିଯୋଗ ମଧ୍ୟ କରିଥିଲେ।