ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ (Netaji Subhas Chandra Bose) ଙ୍କ  ୧୨୫ ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ (Vice President Venkaiah Naidu) ଶନିବାର କହିଛନ୍ତି ଯେ, "ଜାତୀୟତାବାଦ କେବଳ 'ବନ୍ଦେ ମାତରମ୍', 'ଜୟ ହିନ୍ଦ୍' କହିବା କିମ୍ବା 'ଜନ ଗଣ ମନ' ଗାଇବା ନୁହେଁ । 'ଜୟ ହିନ୍ଦ୍'ର ଅର୍ଥ ହେଉଛି ସମସ୍ତ ଭାରତୀୟଙ୍କ ପାଇଁ ଜୟ ଏବଂ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସମସ୍ତଙ୍କର ଯତ୍ନ ନିଆଯାଏ । ସମସ୍ତଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ଏବଂ ପିନ୍ଧିବା ପାଇଁ ପୋଷାକ ଉପଲବ୍ଧ ହେବ । କାହାକୁ ଭେଦଭାବର ସାମ୍ନା କରିବାକୁ ପଡିବ ନାହିଁ ।"


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'


ଉପରାଷ୍ଟ୍ରପତି କହିଛନ୍ତି ଯେ, "ସ୍ୱତନ୍ତ୍ରତାରୁ ନେତାଜୀଙ୍କ ଅର୍ଥ କେବଳ ରାଜନୈତିକ ବନ୍ଧନରୁ ମୁକ୍ତି ନଥିଲା । ତାଙ୍କ ପାଇଁ ସ୍ୱାଧୀନତାର ଅର୍ଥ ଥିଲା ସମ୍ପତ୍ତି ଉପରେ ସମସ୍ତଙ୍କର ସମାନ ଅଧିକାର ରହିବା । କୌଣସି ଜାତିଗତ ଭେଦଭାବ ଏବଂ ସାମାଜିକ ପ୍ରତିବନ୍ଧକ ନ ରହୁ । ସାମ୍ପ୍ରଦାୟିକ ଏବଂ ଧାର୍ମିକ ଅସହିଷ୍ଣୁତାକୁ ସମାପ୍ତ ହେଉ । ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ କରୁଥିବା ବେଳେ ନିଜ ଧର୍ମ ପାଳନ କରନ୍ତୁ ।"


ଅଧିକ ପଢ଼ନ୍ତୁ:-ବଡ଼ ଖବର: ମାର୍ଚ୍ଚ ପରେ ଅଚଳ ହୋଇଯିବ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍!


ଏହା ବ୍ୟତୀତ ନାଇଡୁ କହିଛନ୍ତି ଯେ, ରାଷ୍ଟ୍ରର ଅର୍ଥ ଭୌଗୋଳିକ ସୀମା ନୁହେଁ । ରାଷ୍ଟ୍ରରେ ଉପସ୍ଥିତ ସମସ୍ତଙ୍କ ଉତ୍ଥାନ ହେଉଛି ଜାତୀୟତାବାଦ । ଆମର ସଭ୍ୟତା ଚମତ୍କାର ରହିଛି, ଯେଉଁଠାରେ ପରସ୍ପରର ଯତ୍ନ ନେବା ଏକ ପରମ୍ପରା । ଆମର ପୂର୍ବପୁରୁଷମାନେ ଆମକୁ 'ସମଗ୍ର ବିଶ୍ୱ ଏକ ପରିବାର' ର ସିଦ୍ଧାନ୍ତ ଦେଇଥିଲେ ।


ଅଧିକ ପଢ଼ନ୍ତୁ:-କୋରୋନା ଟିକାକରଣ ଉପରେ ଏହି ରାଜ୍ୟ କରିଛି ସବୁଠାରୁ ଭଲ କାମ, ମୋହର ମାରିଲା WHO


ହାଇଦ୍ରାବାଦର ତେଲେଙ୍ଗାନା ସରକାରଙ୍କ ଏମସିଆର ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନରେ ନେତାଜୀଙ୍କ ଜୟନ୍ତୀ ଅବସରରେ ନାଇଡୁ ସମ୍ବୋଧନ କରୁଥିଲେ । ଟ୍ୱିଟରରେ ସେ ଲେଖିଛନ୍ତି, "ଜଣେ ବ୍ୟକ୍ତି ଏକ ବିଚାର ପାଇଁ ମରିପାରେ କିନ୍ତୁ ସେହି ବ୍ୟକ୍ତି ମରିଯିବା ପରେ ତାଙ୍କ ଚିନ୍ତାଧାରା ହଜାର ଲୋକଙ୍କ ମଧ୍ୟରେ ବଞ୍ଚିଥାଏ । ମୁଁ   ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।"