'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'
Advertisement
Article Detail0/zeeodisha/odisha834149

'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'

ମମତା ବାନାର୍ଜୀ କହିଛନ୍ତି, ଯେ ମୋଦି ସରକାର (Modi Govt) ଏହାର ଘୋଷଣା କରିବା ପୂର୍ବରୁ ତାଙ୍କ ସହ ପରାମର୍ଶ କରିନାହାଁନ୍ତି । 

'ଭାରତର ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍'

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଶନିବାର ଏକ ନୂଆ ବିତର୍କକୁ ଜନ୍ମ ଦେଇଛନ୍ତି । ସେ କହିଛନ୍ତି ଯେ, "ଭାରତରେ ୪ଟି କୋଣରେ ୪ଟି ରାଜଧାନୀ ହେବା ଉଚିତ୍ ଏବଂ ସଂସଦର ଅଧିବେଶନ ଏହି ଅଲଗା ଅଲଗା ସ୍ଥାନରେ ବିଭିନ୍ନ ସମୟରେ ଆୟୋଜନ କରାଯାଉ ।" ନେତାଜୀ ସୁଭାଷ ଚନ୍ଦ୍ର ବୋଷ (Netaji Subhas Chandra Bose) ଙ୍କ ୧୨୫ ତମ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବାରୁ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାର (Central Govt) ଙ୍କ ଉପରେ ବର୍ଷିଛନ୍ତି ।

ଅଧିକ ପଢ଼ନ୍ତୁ:-ବଡ଼ ଖବର: ମାର୍ଚ୍ଚ ପରେ ଅଚଳ ହୋଇଯିବ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍!

ମମତା ବାନାର୍ଜୀ କହିଛନ୍ତି, ଯେ ମୋଦି ସରକାର (Modi Govt) ଏହାର ଘୋଷଣା କରିବା ପୂର୍ବରୁ ତାଙ୍କ ସହ ପରାମର୍ଶ କରିନାହାଁନ୍ତି । ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ଏକ ବିଶାଳ ଶୋଭାଯାତ୍ରାରେ ଯୋଗଦେବା ପରେ ସେ କହିଛନ୍ତି ଯେ, "ବ୍ରିଟିଶ କାଳରେ କୋଲକାତା ଦେଶର ରାଜଧାନୀ ଥିଲା । ମୁଁ ଭାବୁଛି ଆମ ପାଖରେ ୪ଟି କୋଣରେ ୪ଟି ରାଜଧାନୀ ରହିବା ଉଚିତ୍ ଥିଲା । ଦେଶରେ କେବଳ ଗୋଟିଏ ରାଜଧାନୀ କାହିଁକି ରହିଛି? ଦେଶର ବିଭିନ୍ନ ସ୍ଥାନରେ ସଂସଦ ଅଧିବେଶନ ଅନୁଷ୍ଠିତ ହେବା ଉଚିତ? ଆମକୁ ଆମର ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ ।" ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ 'ଦେଶନାୟକ ଦିବସ' ଭାବରେ କାହିଁକି ପାଳନ କରାଯିବା ଉଚିତ ନୁହେଁ ବୋଲି ମମତା ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଟିକାକରଣ ଉପରେ ଏହି ରାଜ୍ୟ କରିଛି ସବୁଠାରୁ ଭଲ କାମ, ମୋହର ମାରିଲା WHO

ମମତା ବାନାର୍ଜୀ କହିଛନ୍ତି, "ପରାକ୍ରମର ଅର୍ଥ କ’ଣ? ରାଜନୈତିକ ଦୃଷ୍ଟିରୁ ସେମାନେ ମୋତେ ନାପସନ୍ଦ କରିଥାଇ ପାରନ୍ତି, କିନ୍ତୁ ପରାମର୍ଶ ନେଇପାରିଥାନ୍ତେ । ସେମାନେ ନେତାଜୀଙ୍କ ସମ୍ପର୍କୀୟ ସୁଗତ୍ ବୋଷ କିମ୍ବା ସୁମନ୍ତ୍ର ବୋଷଙ୍କ ସହିତ ପରାମର୍ଶ କରିପାରିଥାନ୍ତେ । ଆମେ ଏହି ଦିନକୁ' ଦେଶନାୟକ ଦିବସ 'ଭାବରେ ପାଳନ କରୁଛୁ । ରବୀନ୍ଦ୍ରନାଥ ଟାଗୋର ନେତାଜୀଙ୍କୁ 'ଦେଶନାୟକ' ବୋଲି କହିଥିଲେ, ସେଥିପାଇଁ ବଙ୍ଗଳାର ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ସଂଯୋଗ କରିବା ପାଇଁ ଆଜି ଆମେ ଏହି ନାମ ବ୍ୟବହାର କରିଛୁ ।"