ବଲାଙ୍ଗିର ଗସ୍ତରେ ଉପରାଷ୍ଟ୍ରପତି
Advertisement
Article Detail0/zeeodisha/odisha616038

ବଲାଙ୍ଗିର ଗସ୍ତରେ ଉପରାଷ୍ଟ୍ରପତି

ବଲାଙ୍ଗିର ଜିଲ୍ଲା ସଦାଇପାଲି ନିକଟ ବରକାନୀ ଗାଁରେ ଥିବା ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ ଉପରାଷ୍ଟ୍ରପତି ।

ବଲାଙ୍ଗିର ଗସ୍ତରେ ଉପରାଷ୍ଟ୍ରପତି

ବଲାଙ୍ଗିର: ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ବଲାଙ୍ଗିର ଜିଲ୍ଲା ସଦାଇପାଲି ନିକଟ  ବରକାନୀ ଗାଁରେ ଥିବା  ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ ଉପରାଷ୍ଟ୍ରପତି । ୨୦୧୮ ମେ ୨୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୯ ମାସ ମଧ୍ୟରେ ପ୍ଲାଣ୍ଟ କାମ ସମ୍ପୂର୍ଣ୍ଣ ହୋଇଛି । ୨୩ ଏକର ବିଶିଷ୍ଟ ସ୍ଥାନରେ ପ୍ଲାଣ୍ଟ ନିର୍ମିତ ହୋଇଥିବା ବେଳେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରାଯିବାର କ୍ଷମତା  ରହିଛି ।

ଖୋର୍ଦ୍ଧାରେ ଏକ ବଟଲିଂ ପ୍ଲାଣ୍ଟ ଥିବାବେଳେ ବଲାଙ୍ଗିରରେ ନିର୍ମାଣ ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାଣ୍ଟ ।  ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିପିସିଏଲର ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।   ସେହିପରି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବିଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।