ନୂଆଦିଲ୍ଲୀ: ମୃତ୍ୟୁ ପରେ ବି ବିଚ୍ଛିନ୍ନତାବାଦୀ ହୁରିୟତ ନେତା ସୟଦ ଅଲି ଶାହ ଗିଲାନିଙ୍କ ପିଛା ଛାଡୁନି ବିବାଦ। ତାଙ୍କ ମୃତଶରୀର ଉପରେ ପାକିସ୍ତାନୀ ପତାକା ରଖାଯାଇଥିବା ଓ ଘରେ ଭାରତ ବିରୋଧି ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓ ଆଧାରରେ ଜାମ୍ମୁ କାଶ୍ମୀର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


COMMERCIAL BREAK
SCROLL TO CONTINUE READING

ସୟଦ ଅଲି ଶାହ ଗିଲାନିଙ୍କ ମୃତ୍ୟୁ ପରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠି ଗିଲାନିଙ୍କ ମୃତ୍ୟୁ ଶରୀର ଉପରେ ପାକିସ୍ତାନୀ ପତାକା ପକାଯାଇଥିବା ଦେଖିବାକୁ ମିଳୁଛି। ଏହା ସହ କିଛି ଲୋକ ଭାରତ ବିରୋଧି ସ୍ଲୋଗାନ ଦେଉଛନ୍ତି। ପରବର୍ତ୍ତୀ ସମୟରେ ପତାକାକୁ ଗିଲାନିଙ୍କ ସହଯୋଗୀ ହଟାଇ ଦେଇଥିଲେ। ଏହି ଭିଡିଓ ଆଧାରରେ ବଡଗାଁମ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ  Unlawful Activities (Prevention) Actର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। 


Also Read: ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ


ଗିଲାନିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘରେ ପୋଲିସ ଆସି ମହିଳା ସମେତ ଗିଲାନିଙ୍କ ସମର୍ଥକଙ୍କୁ ଦୁର୍ବ୍ୟବହାର କରିଥିଲା। ଏପରି କି ଘର ଲୋକଙ୍କୁ ଗିଲାନିଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଦିଆଯାଇନଥିଲା। ସେପଟେ ପୋଲିସ ମଧ୍ୟ ସମାନ ଅଭିଯୋଗ ଆଣିଛି। ପୋଲିସର ଜଣେ ବରିଷ୍ଠ ଅଧିକାରୀ ଓ ସଶସ୍ତ୍ରବଳଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଜାମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି।


 



ସୂଚନାଯୋଗ୍ୟ, ଦୀର୍ଘ ଦିନ ଅସୁସ୍ଥ ଥିବା ୯୨ ବର୍ଷୀୟ ହୁରିୟତ ନେତା ସୟଦ ଅଲି ଶାହ ଗିଲାନି ଗତ ବୁଧବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ ପାକିସ୍ତାନରେ ଦିନକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା। ଏହା ସହ ପାକିସ୍ତାନର ଜାତୀୟ ପତାକାକୁ ଅଧନିମ୍ମିତ କରାଯାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗିଲାନିଙ୍କୁ ତାଙ୍କ ଘର ନିକଟସ୍ଥ ଏକ ମସଜିଦ୍ ପରିସରରେ କଭର ଦିଆଯାଇଥିଲା। ହୁରିୟତ ନେତାଙ୍କ ମୃତ୍ୟୁ ପରେ କାଶ୍ମୀରରେ ଦୁଇ ଦିନ ପାଇଁ ଇଣ୍ଟରନେଟ ସେବା ବାତିଲ କରାଯାଇଥିବା ବେଳେ ଶନିବାର ରାତିରୁ ତାକୁ ସ୍ୱଭାବିକ କରାଯାଇଛି।