ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ
X

ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ବିଷ ଓଗାଳିଛନ୍ତି । ଇମ୍ରାନ ଖାନ ଭାରତ (India) କୁ ଟାର୍ଗେଟ କରି ପାକିସ୍ତାନର ଜାତୀୟ ପତାକା (Pakistan National Flag) କୁ ଅର୍ଦ୍ଧ ନିମିତ୍ତ କରିବାକୁ ଘୋଷଣା କରିଛନ୍ତି । ଏହାସହ ସେ ଗିଲାନିଙ୍କୁ 'ପାକିସ୍ତାନୀ' ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଇମ୍ରାନ ମଧ୍ୟ ଗୋଟିଏ ଦିନର ଜାତୀୟ ଶୋକ ଘୋଷଣା କରିଛନ୍ତି ।

ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ

ଇସଲାମାବାଦ: ଜମ୍ମୁ କଶ୍ମୀରରେ ପାକିସ୍ତାନର ଉଦ୍ଦେଶ୍ୟକୁ ବିସ୍ତାର କରିବାରେ ନିୟୋଜିତ ଥିବା ବିଚ୍ଛିନ୍ନତାବାଦୀ ହୁରିୟତ ନେତା ସୟଦ ଅଲି ଶାହ ଗିଲାନି (Kashmir Hurriyat Separatist Syed Ali Shah Geelani) ଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ବିଷ ଓଗାଳିଛନ୍ତି । ଇମ୍ରାନ ଖାନ ଭାରତ (India) କୁ ଟାର୍ଗେଟ କରି ପାକିସ୍ତାନର ଜାତୀୟ ପତାକା (Pakistan National Flag) କୁ ଅର୍ଦ୍ଧ ନିମିତ୍ତ କରିବାକୁ ଘୋଷଣା କରିଛନ୍ତି । ଏହାସହ ସେ ଗିଲାନିଙ୍କୁ 'ପାକିସ୍ତାନୀ' ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଇମ୍ରାନ ମଧ୍ୟ ଗୋଟିଏ ଦିନର ଜାତୀୟ ଶୋକ ଘୋଷଣା କରିଛନ୍ତି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ (Pakistani PM Imran Khan) ଟ୍ୱିଟ୍ କରି କହିଛନ୍ତି ଯେ, "କଶ୍ମୀର ନେତା ସୟଦ ଅଲି ଶାହା ଗିଲାନୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଗିଲାନି ତାଙ୍କ ଜୀବନସାରା ନିଜ ଲୋକଙ୍କ ପାଇଁ ଓ ସେମାନଙ୍କର ଆତ୍ମନିର୍ଭରଶୀଳତା ପାଇଁ ଲଢୁଥିଲେ । ଭାରତ ତାଙ୍କୁ ବନ୍ଦୀ କରିଥିଲା ଓ ନିର୍ଯାତନା ଦେଉଥିଲା । ଆମେ ପାକିସ୍ତାନରେ ତାଙ୍କର ସଂଘର୍ଷକୁ ସଲାମ କରୁଛୁ ଓ ତାଙ୍କ କଥାକୁ ମନେ ପକାଉଛୁ - ଆମେ ପାକିସ୍ତାନୀ ଏବଂ ପାକିସ୍ତାନ ଆମର । ପାକିସ୍ତାନର ପତାକା ଅର୍ଦ୍ଧ୍ୱ ନିମିତ୍ତ ରହିବ ଓ ଆମେ ଗୋଟିଏ ଦିନର ସରକାରୀ ଶୋକର ପାଳନ କରିବୁ ।"

ବାଜୱା ମଧ୍ୟ ଭାରତ ବିରୋଧରେ ଅଭିଯୋଗ ଆଣିଛନ୍ତି

ଗିଲାନିଙ୍କ ମୃତ୍ୟୁ ହେତୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କୁ ମଧ୍ୟ ଝଟକା ଲାଗିଛି । ଜେନେରାଲ ବାଜୱା କହିଛନ୍ତି ଯେ ଗିଲାନିଙ୍କ ନିଧନରେ ସେ ଦୁଃଖିତ । ସେ କଶ୍ମୀରର ସ୍ୱତନ୍ତ୍ରତା ଆନ୍ଦୋଳନର ନେତା ଥିଲେ । ବାଜୱା ମଧ୍ୟ ଭାରତ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ମଧ୍ୟ ବିଷ ଓଗାଳିଛନ୍ତି । କୁରେଶି ଗିଲାନୀଙ୍କୁ କଶ୍ମୀର ଆନ୍ଦୋଳନର ଜଣେ ପଥ ପ୍ରଦର୍ଶକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗିରଫ ପରେ ମଧ୍ୟ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ।

ଭାରତ ବିରୋଧୀ ବୟାନ ପାଇଁ ଜଣାଶୁଣା ଗିଲାନିଙ୍କୁ ପଡୋଶୀ ପାକିସ୍ତାନ ତାଙ୍କୁ ମଧ୍ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଥିଲା । ଏହାପୂର୍ବରୁ ଗିଲାନି ବୁଧବାର ରାତିରେ ଶ୍ରୀନଗରରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କଶ୍ମୀରରେ ଗିଲାନିଙ୍କ ପ୍ରଭାବକୁ ଏଥିରୁ ଆକଳନ କରାଯାଇପାରେ ଯେ କଶ୍ମୀର ତାଙ୍କର ଗୋଟିଏ ଡାକରାରେ ବନ୍ଦ ହୋଇଯାଉଥିଲା । ତେବେ ଏମିତି ଏକ ସମୟ ଆସିଥିଲା ଯେତେବେଳେ କଶ୍ମୀରବାସୀ ଗିଲାନିଙ୍କୁ ହିଁ ବୟକଟ୍ କରିଦେଇଥିଲେ । ସୟଦ ଅଲି ଶାହା ଗିଲାନି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ।

ଅଧିକ ପଢ଼ନ୍ତୁ:-Bigg Boss ଫେମ୍ ଓ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦଘାତରେ ନିଧନ

ଅଧିକ ପଢ଼ନ୍ତୁ:-ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ

ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଉପରେ ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନୀ ଆତଙ୍କୀ ନିହତ, ୪୦ରୁ ଉର୍ଦ୍ଧ୍ୱ ଅଟକ

Trending news