କୋରୋନାରେ ମମତା ବାନାର୍ଜୀଙ୍କ ସାନ ଭାଇଙ୍କ ନିଧନ
ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଆଲୋକ ରୟ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ସାନଭାଇ ଅସୀମଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲା ।
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ଙ୍କ ସାନଭାଇ ଅସିମ ବାନାର୍ଜୀ (Aseem Bandopadhyay) ଙ୍କର ଆଜି (ଶୁକ୍ରବାର) ସକାଳେ ନିଧନ ଘଟିଛି । ଅସୀମ ଗତ ଏକ ମାସ ଧରି କୋରୋନାରେ ସଂକ୍ରମିତ (Coronavirus Positive) ଥିଲେ । ତାଙ୍କର ଚିକିତ୍ସା ଚାଲୁଥିଲା । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛି । ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସିଏମ ମମତା ବାନାର୍ଜୀଙ୍କ ପରିବାର ସୂତ୍ର ଅନୁଯାୟୀ, ଅନ୍ତିମ ସଂସ୍କାର କୋଭିଡ ପ୍ରୋଟୋକଲ ପାଳନ କରି କରାଯିବ । କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ସୂଚନା ମିଳିଛି । ସେ ଗତ ଏକ ମାସ ଧରି କୋରୋନାରେ ସଂକ୍ରମିତ ଥିଲେ ।
ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ଅନେକ ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଆଲୋକ ରୟ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ସାନଭାଇ ଅସୀମଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲା । ଶନିବାର ସକାଳେ ଅସୀମ ବନ୍ଦୋପାଧ୍ୟାୟ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ବୌଦ୍ଧରେ କୋରୋନା ସ୍ଥିତି ସଙ୍ଗୀନ, ଲଗାତର ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା
ଏଠାରେ କହି ରଖୁଛୁ ଯେ, ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣର ଗତିକୁ ଦୃଷ୍ଟିରେ ରଖି ମେ ୩୦ ସୁଦ୍ଧା ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ, କେବଳ ଜରୁରୀକାଳୀନ ସେବା ଜାରି ରହିବ । ଏହା ବ୍ୟତୀତ ସ୍ଥାନୀୟ ରେଳ ଏବଂ ମେଟ୍ରୋ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜନୈତିକ, ପ୍ରଶାସନିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ରହିବ ।