WhatsApp Banned : whatsapp ର ବଡ କାର୍ଯ୍ୟାନୁଷ୍ଠାନ।ମେଟା ଦ୍ବାରା ପରଚାଳିତ ହେଉଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି । 
ତେବେ ନିୟମ ଉଲଂଘନ ଅଭିଯୋଗରେ ଗତ ମେ ମାସରେ ୧୨ଲକ୍ଷ ୫୫ ହଜାର ଆକାଉଣ୍ଟକୁ କମ୍ପାନି ବ୍ଲକ କରିଥିବା ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି ।ତେଣୁ ଅନେକ ଆକାଉଣ୍ଟରେ କମ୍ପାନି ଆକ୍ସନ ନେଇଛି । ହ୍ଵାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


ଭାରତରେ ହ୍ବାଟ୍ସଆପରେ 880 ମିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି। ହ୍ଵାଟ୍ସଆପକୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତେବେ କମ୍ପାନି ତା' ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ହ୍ବାଟ୍ସଆପ୍ କେବଳ ଯେ ଆକାଉଣ୍ଟ୍ ବ୍ୟାନ୍ କରିବ ତା' ନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।


ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ହ୍ଵାଟ୍ସଆପକୁ ୧୦,୫୫୪ଟି ଅଭିଯୋଗ ଆସିଥିଲା । ତେବେ ହ୍ଵାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ମଧ୍ୟ ଆକାଉଣ୍ଟ ବ୍ୟାନ୍ କରିବା ଲାଗି ସ୍ଵତନ୍ତ୍ର ସୁବିଧା ଦିଆଯାଇଛି । ସେମାନେ ଚାହିଁଲେ ନିଜେ ଆକାଉଣ୍ଟ ବନ୍ଦ କରିପାରିବେ ।