୧୯ରେ ବିଜେପିର କାର୍ଯ୍ୟକାରିଣୀ, ଦୁଇଦିନିଆ ବୈଠକରେ ଜ୍ଞାନ ଦେବେ କେନ୍ଦ୍ରୀୟ ନେତା
Advertisement
Article Detail0/zeeodisha/odisha2327213

୧୯ରେ ବିଜେପିର କାର୍ଯ୍ୟକାରିଣୀ, ଦୁଇଦିନିଆ ବୈଠକରେ ଜ୍ଞାନ ଦେବେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୧୯ରେ ବସିପାରେ। ଏହି ଦୁଇଦିନିଆ କାର୍ଯ୍ୟକାରିଣୀରେ ଦଳର ଆଗକୁ କ’ଣ ରଣନୀତି ରହିବ, ସରକାର କିପରି ଚାଲିବ, ଲୋକଙ୍କ ସରକାର ବୋଲି ଧାରଣା ସୃଷ୍ଟି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କିପରି ନିରନ୍ତର ଭାବେ ଆଗକୁ ବଢ଼ିବ ସେ ବିଷୟରେ ଆଲୋଚନା ହେବ। 

୧୯ରେ ବିଜେପିର କାର୍ଯ୍ୟକାରିଣୀ, ଦୁଇଦିନିଆ ବୈଠକରେ ଜ୍ଞାନ ଦେବେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୧୯ରେ ବସିପାରେ। ଏହି ଦୁଇଦିନିଆ କାର୍ଯ୍ୟକାରିଣୀରେ ଦଳର ଆଗକୁ କ’ଣ ରଣନୀତି ରହିବ, ସରକାର କିପରି ଚାଲିବ, ଲୋକଙ୍କ ସରକାର ବୋଲି ଧାରଣା ସୃଷ୍ଟି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କିପରି ନିରନ୍ତର ଭାବେ ଆଗକୁ ବଢ଼ିବ ସେ ବିଷୟରେ ଆଲୋଚନା ହେବ। ଅପରପକ୍ଷେ ବିଜେଡି ନେତାଙ୍କୁ କିପରି ଜବାବ ଦିଆଯିବ ତାହା ବି ମୁଖ୍ୟ ଚର୍ଚ୍ଚାର ବିଷୟ ହେବ।

ମିଳିଥିବା ସୂଚନା ଅନୁସାରେ ପୁରୀଠାରେ ଏହି ବେୈଠକ ଆୟୋଜନ କରାଯିବ। ଏଥିରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପିରେ ଯେଉଁ ଗୋଷ୍ଠୀ କନ୍ଦଳ ରହିଛି ତାହାକୁ ପ୍ରଶମିତ କରିବା ଲାଗି ଏହି ବୈଠକରେ ଆଲୋଚନା ହେବ। ବିଶଷକରି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପିରେ ଅଣଦେଖା କରାଯିବା ଏବଂ ରାଜ୍ୟ ସଭାପତିଙ୍କୁ ସରକାରରେ ଦାୟିତ୍ୱ ନମିଳିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଓଜନ ଦିନକୁ ଦିନ ବଢ଼ିବା ଏବଂ ତାଙ୍କା ବିରୋଧୀ ଦଳ ପ୍ରତି ଥିବା ଆନୁଗତ୍ୟ ମଧ୍ୟ ଚର୍ଚ୍ଚା ହେବା ସମ୍ଭାବନା ରହିଛି।

ସରକାର ଗଠନକୁ ଏକମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତି ଆଗରୁ ସୂଚନା ଗଣମାଧ୍ୟମରେ ପ୍ରକାଶ ଏକ ବଡ଼ ଆହ୍ୱାନ ହୋଇ ରହିଛି। ଏହା ଅମଲାତନ୍ତ୍ର ଉପରେ ସରକାରଙ୍କ କର୍ତ୍ତୃତ୍ବହୀନତାକୁ ପ୍ରମାଣିତ କରୁଛି। ଲକ୍ଷ୍ମୀ ବସ୍‍ର ରଙ୍ଗ ପରିବର୍ତ୍ତନଳ ରାଜ୍ୟରେ ମଦ ବନ୍ଦ ହେବ ବୋଲି ପରୋକ୍ଷ ଘୋଷଣା ପ୍ରଭୃତି ଏହିଭଳି ଘୋଷଣା ଭିତରୁ ଗୋଟିଏ ଗୋଟିଏ ଉଦାହରଣ। ପୁଣି ମନ୍ତ୍ରୀମାନେ ଯେଉଁଭଳି ଭାବେ ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ କଥାକୁ ଘୋଷଣା କରୁଛନ୍ତି ତାହା ସରକାରଙ୍କ ପାଇଁ ଆଗାମୀ ସମୟରେ ଆହ୍ୱାନ ପାଲଟିପାରେ। ଏଭଳି ପ୍ରସଙ୍ଗକୁ  କିଭଳି ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବରିଷ୍ଠ ନେତାମାନେ ନୂଆା ନେତାଙ୍କୁ ଜ୍ଞାନ ଦେଇପାରନ୍ତି।