Recruitment News: ରାଜ୍ୟ ସରକାରଙ୍କ ଅଧିନରେ ବାହାରିଲା ବମ୍ପର ନିଯୁକ୍ତି, ଏଠାରେ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2327216

Recruitment News: ରାଜ୍ୟ ସରକାରଙ୍କ ଅଧିନରେ ବାହାରିଲା ବମ୍ପର ନିଯୁକ୍ତି, ଏଠାରେ କରନ୍ତୁ ଆବେଦନ

 ଭୁବନେଶ୍ୱର: ରାଜ୍ୟ ପବ୍ଲିକ ସର୍ଭିସ କମିଶନ ବା ଓଡ଼ିଶା ଲୋକସେବା ଆୟୋଗଙ୍କ ଅଧିନରେ ବାହାରିଲା ନିଯୁକ୍ତି। କୃଷି ଓ କୃଷକ ସଶକ୍ତି କରଣ ବିଭାଗରେ ବାହାରିଲା ନିଯୁକ୍ତି। ସଏଲ କନଜରଭେଟର ବା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସ୍ତରର ୮୧ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏଥିପାଇଁ ଆଶାୟୀମାନେ ଆସନ୍ତା ୧୬ ତାରିଖରୁ ଅନଲାଇନ ଜରିଆରେ

Recruitment News: ରାଜ୍ୟ ସରକାରଙ୍କ ଅଧିନରେ ବାହାରିଲା ବମ୍ପର ନିଯୁକ୍ତି, ଏଠାରେ କରନ୍ତୁ ଆବେଦନ

Recruitment News: ଭୁବନେଶ୍ୱର: ରାଜ୍ୟ ପବ୍ଲିକ ସର୍ଭିସ କମିଶନ ବା ଓଡ଼ିଶା ଲୋକସେବା ଆୟୋଗଙ୍କ ଅଧିନରେ ବାହାରିଲା ନିଯୁକ୍ତି। କୃଷି ଓ କୃଷକ ସଶକ୍ତି କରଣ ବିଭାଗରେ ବାହାରିଲା ନିଯୁକ୍ତି। ସଏଲ କନଜରଭେଟର ବା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସ୍ତରର ୮୧ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏଥିପାଇଁ ଆଶାୟୀମାନେ ଆସନ୍ତା ୧୬ ତାରିଖରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ। ଏଥିପାଇଁ ଆଜି ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଛି। ଆଶାୟୀ ମାନେ http://opsc.gov.in ୱେବସାଇଟରେ ଆବେଦନ କରିପାରିବେ। 

ଏହି ୮୧ ପଦ ମଧ୍ୟରୁ ଅଣସଂରକ୍ଷିତଙ୍କ ପାଇଁ ୪୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏଥିରୁ ୧୫ଟିରେ ମହିଳା ମାନେ ଆବେଦନ କରିପାରିବେ। ସେହିପରି SEBC ବର୍ଗଙ୍କ ପାଇଁ ୧୧ଟି ପଦ ରହିଥିବା ବେଳେ ମହିଳାମାନଙ୍କ ପାଇଁ ୩ଟି ପଦ ରହିଛି। SC ବର୍ଗଙ୍କ ପାଇଁ ୮ଟି ଓ ST ବର୍ଗଙ୍କ ପାଇଁ ୧୭ଟି ପଦବୀ ସଂରକ୍ଷିତ ରହିଛି। ମୋଟ ୮୧ଟି ପଦବୀରୁ ୨୭ଟି ପଦବୀ ପାଇଁ ମହିଳା ଆଶାୟୀମାନେ ଆବେଦନ କରିପାରିବେ।