କେବେ ପୁନେ ଫେରିବେ ଆଦର ପୁନାୱାଲା?
କୋରୋନା (Coronavirus) ଯୁଦ୍ଧରେ ଜିତିବା ପାଇଁ କେନ୍ଦ୍ର ସରକାର ଟିକାକରଣ (Vaccination) କୁ ଏକ ବଡ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ ଭାରତରେ ଗତ ଜାନୁଆରୀରୁ ବିଶ୍ୱର ସର୍ବବୃହତ ଟିକା ଅଭିଯାନ (Vaccine Drive) ଆରମ୍ଭ ହୋଇଛି।
ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ବଢିବାରେ ଲାଗିଛି। ଆଉ ଏହାର ସଞ୍ଜିବନୀ ଭାବେ ଲୋକଙ୍କୁ ଟିକା ଫୋଡା ହେଉଛି। ବିଭିନ୍ନ ରାଜ୍ୟରେ ଟିକା ଅଭାବ ଦେଖାଦେଇଥିବାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ବନ୍ଦ କରାଯାଇଛି। ଏହାରି ମଧ୍ୟରେ ଟିକା ନିର୍ମାତା କମ୍ପାନୀ Serum Institute of India (SII)ର ମୁଖ୍ୟ ଆଦର ପୁନାୱାଲା ନିଜ ପରିବାର ସହ ଭାରତ ଛାଡି ବ୍ରିଟେନ ପହଞ୍ଚିଛନ୍ତି। ତେବେ ଅଚାନକ ଏଭଳି ପଳାୟନକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେବା ସହ ଆଶଙ୍କା କରାଯାଉଛି ।
କୋରୋନା (Coronavirus) ଯୁଦ୍ଧରେ ଜିତିବା ପାଇଁ କେନ୍ଦ୍ର ସରକାର ଟିକାକରଣ (Vaccination) କୁ ଏକ ବଡ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ ଭାରତରେ ଗତ ଜାନୁଆରୀରୁ ବିଶ୍ୱର ସର୍ବବୃହତ ଟିକା ଅଭିଯାନ (Vaccine Drive) ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଟିକା ଦିଆ ଯାଉଛି। ଏଥିରେ ବିଶେଷ କରି SIIର Covishield ଏବଂ Bharat Biotechର Covaxin ଟିକାକୁ ସାମିଲ କରାଯାଇଛି। ଏହି ଟିକାକରଣ ପାଇଁ କେନ୍ଦ୍ର ସରକାର ଗତ ଫେବୃଆରୀରେ ୩୫ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟ ଘୋଷଣା କରିଛନ୍ତି।
Also Read: ପରିବାର ସହ ଲଣ୍ଡନକୁ ପଳାୟନ କଲେ ଆଦର ପୁନାୱାଲା, ଖୁବଶୀଘ୍ର ହେବ ବଡ ଘୋଷଣା
ବିଭିନ୍ନ ରାଜ୍ୟ ସରକାର ଗଣ ଟିକାକରଣକୁ ପ୍ରୋତ୍ସାହିତ କରି ମାଗଣା ଟିକାଦେବାକୁ ମଧ୍ୟ ଘୋଷଣା କରିଛନ୍ତି। କେବଳ ଘୋଷଣା କରିନାହାନ୍ତି ବରଂ ଟିକା କମ୍ପାନୀକୁ ଅଗ୍ରୀମ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ରାଜ୍ୟଠାରୁ ଆଗୁଆ ଅର୍ଡର ପୁନାୱାଲାଙ୍କ ସେରମ୍ କମ୍ପାନୀକୁ ପ୍ରଦାନ କରାଯାଇଛି । ମାର୍ଚ୍ଚ ମାସରେ SIIକୁ ୨୦ କୋଟି ଓ Bharat Biotechକୁ ୧୦ କୋଟି ଟିକା ଅର୍ଡର ଦିଆଯାଇଛି। ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଟିକା ଉତ୍ପାଦନ ପାଇଁ ଆର୍ଥିକ ସହାୟତା ଆବଶ୍ୟକ ଥିବା SII ମୁଖ୍ୟ ଆଦର ପୁନାୱାଲା କହିଥିଲେ। ଆଉ ତୃତୀୟ ସପ୍ତାହ ବେଳକୁ କେନ୍ଦ୍ର ସରକାର ୨ ସ୍ୱଦେଶୀ ଟିକା ନିର୍ମାତାଙ୍କୁ ସାଢେ ଚାରି ହଜାର କୋଟି ଟଙ୍କା ଅଗ୍ରୀମ ବିତରଣ ପାଇଁ ଅନୁମତି ଦେଇଥିଲେ। ଆବଣ୍ଟନ ହେବାକୁ ଥିବା ସହାୟତାରେ ରାଶିରୁ SII ଭାଗରେ ୩ ହଜାର କୋଟି ଓ Biotech ଭାଗରେ ଦେଢ ହଜାର କୋଟି ପଡିଲା। ତେବେ ଏଥିପାଇଁ ସେମାନଙ୍କ ଠାରୁ କୌଣସି ଗ୍ୟାରେଣ୍ଟି ଆକାରରେ କିଛି ରଖାଯାଇନାହିଁ।
ମିଡିଆ ରିପୋର୍ଟ ଅନୁସାରେ, କର୍ଣ୍ଣାଟକ (Karnatak) ଏକ କୋଟି, ଉତ୍ତର ପ୍ରଦେଶ ୫୦ ଲକ୍ଷ, ଦିଲ୍ଲୀ ୬୭ ଲକ୍ଷ ଡୋଜ୍ ଟିକା ପାଇଁ ବରାଦ ଦେଇଛନ୍ତି। ଏହି ଅର୍ଡର ତାଲିକାରେ ଓଡିଶା ମଧ୍ୟ ଅଛି। SIIର କହିବା ଅନୁସାରେ, ସେ ଉତ୍ପାଦନ କରୁଥିବା ଟିକାର ୫୦ ପ୍ରତିଶତ କେନ୍ଦ୍ର ସରକାର (Modi Govt) ବଳକା ୫୦ ପ୍ରତିଶତ ରାଜ୍ୟ ସରକାରଙ୍କୁ ଯୋଗାଇବ। କିନ୍ତୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଟିକା କ୍ରୟ ପାଇଁ SII ସହ କେନ୍ଦ୍ରର ଚୁକ୍ତି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ କେନ୍ଦ୍ର ସରକାର ମିଥ୍ୟା ବୋଲି କହିଛନ୍ତି।
Also Read: ଫେରିଲା Lockdown; ଜାଣନ୍ତୁ, କଣ ରହିବ ଖୋଲା ଓ କଣ ରହିବ ବନ୍ଦ?
ସେପଟେ ଦେଶରେ କୋରୋନା ଟିକା ଅଭାବ ଦେଖାଦେଇଛି। ଫଳରେ ଟିକା ଅଭିଯାନ ମନ୍ଥର ଗତିରେ ଚାଲୁଛି। ଏପରି ସମୟରେ Y ବର୍ଗର ସୁରକ୍ଷା ପାଉଥିବା SII ମୁଖ୍ୟ ଆଦର ପୁନାୱାଲା (ADAR POONAWALLA) ସପରିବାର ବ୍ରିଟେନ ପଳାୟନ କରିଛନ୍ତି। ତାଙ୍କର କହିବା ହେଲା, ଟିକା ପାଇଁ କିଛି ଶକ୍ତିଶାଳୀ ବ୍ୟକ୍ତି ଓ ସଂସ୍ଥା ତାଙ୍କ ଉପରେ ଚାପ ପକାଇବା ସହ ଧମକ ଦେଉଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ସେ ଭାରତ ଛାଡିଛନ୍ତି। ତେବେ ଭାରତ ପ୍ରତ୍ୟାବର୍ତ୍ତନ ନେଇ ପୁନାୱାଲା କୌଣସି ସ୍ପଷ୍ଟ ଉତ୍ତର ଦେଇନଥିବା ବେଳେ ବିଦେଶରେ ଟିକା ଉତ୍ପାଦନ କରିବା ନେଇ ଯୋଜନା କରୁଛନ୍ତି। ଗୋଟିଏ ପଟେ ଦେଶ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଅନ୍ୟପଟେ ଦେଶର ଏକ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀର CEO ବିଦେଶ ପଳାୟନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯଦିଓ ସେ ସୁରକ୍ଷା ପାଇଁ ଏପରି କରିଥିବାର ଆଳ ଦେଖାଉଛନ୍ତି ହେଲେ କେନ୍ଦ୍ର ସରକାର କଣ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ Y ପ୍ଲସ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥାନ୍ତେ କି?
ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏପରି ସମ୍ବେଦନଶୀଳ କାଳରେ ଆଦର ପୁନାୱାଲାଙ୍କ ଭାରତ ଛାଡିବା ନେଇ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି। କିଛି ଲୋକ ତାଙ୍କୁ କଟାକ୍ଷ କରିଥିବା ବେଳେ ଅନେକ ନିନ୍ଦା ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଆଦର ପୁନାୱାଲାଙ୍କୁ ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ସହ ମଧ୍ୟ ତୁଳନା କରାଯାଉଛି। ପୁନାୱାଲା ଆଉ ଭାରତ ଫେରିବେ ନାହିଁ, ସେ ଟିକାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ବୋଲି କିଛି ୟୁଜର୍ସ ଅଭିଯୋଗ ମଧ୍ୟ କରିଛନ୍ତି।