ବାଲାଘାଟ: ମଧ୍ୟପ୍ରଦେଶର ବାଲାଘାଟରୁ ଗୋଣ୍ଡିଆ ରେଳପଥକୁ ଆସୁଥିବା ବିର୍ସୋଲା ରେଳ ଷ୍ଟେସନରେ ସେତେବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେତେବେଳେ ଟ୍ରେନ୍ ଇଞ୍ଜିନ ଡ୍ରାଇଭର ବିନା ଟ୍ରାକରେ ଚାଲିବା ଆରମ୍ଭ କରିଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇ ଇଞ୍ଜିନକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ଇଞ୍ଜିନ ଗତି ବଢ଼ି ଯାଇଥିଲା । କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ, ବହୁ ଚେଷ୍ଟା ପରେ ଇଞ୍ଜିନକୁ ଅଟକା ଯାଇଥିଲା । ଯେତେବେଳେ ଏହି ଘଟଣାରେ କିଏ ଦାୟୀ ତାଙ୍କ ବିଷୟରେ ପଚରା ଯାଇଥିଲେ ସେତେବେଳେ ଏହି ଘଟଣା ବିଷୟରେ କୌଣସି ରେଲୱେ ଅଧୀକାରୀ ଜବାବ ଦେଇ ନଥିଲେ ।


COMMERCIAL BREAK
SCROLL TO CONTINUE READING

ବନ୍ଦ କରାଯାଇନଥିଲା ରେଳ ଇଞ୍ଜିନ
ସୂଚନା ଅନୁଯାୟୀ, ବିର୍ସୋଲା ରେଳ ଷ୍ଟେସନରେ ରୁଟ ପରିବର୍ତ୍ତନ ହୋଇଛି । ଏଠାରେ ଟ୍ରେନ୍ ଇଞ୍ଜିନ୍ ପ୍ରାୟତଃ ବନ୍ଦ ହୋଇନଥାଏ । କିନ୍ତୁ ଏହି ଜିନିଷ ଏକ ବଡ଼ ଦୁର୍ଘଟଣାର କାରଣ ହୋଇଯାଇଥାନ୍ତା ।


ହଠାତ୍ ଧିରେ ଧିରେ ଚାଲିବା ଆରମ୍ଭ କରିଥିଲା ଇଞ୍ଜିନ୍
ଅପରାହ୍ନରେ ରେଲୱେ ଟ୍ରାକରେ ଠିଆ ହୋଇଥିବା ଏକ ଇଞ୍ଜିନ୍, ଯେଉଁଥିରେ ଡ୍ରାଇଭର ନଥିଲେ, ହଠାତ୍ ତାହା ଧୀର ଗତିରେ ଚାଲିବା ଆରମ୍ଭ କରିଥିଲା । ଆଠ ଦଶଜଣ ରେଳ କର୍ମଚାରୀ ଟ୍ରାକରେ ଗେଟି ଢ଼ାଳି ଇଞ୍ଜିନକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।


ଅନେକ ଚେଷ୍ଟା ପରେ ଇଞ୍ଜିନ ଅଟକିଥିଲା
ଜଣେ କର୍ମଚାରୀ ଇଞ୍ଜିନରେ ଥିବା ଲୁହା କୋଣକୁ ଧରି ତାଙ୍କ ଆଡକୁ ଟାଣିବାକୁ ଚେଷ୍ଟା କଲେ ଏବଂ ବହୁ ଚେଷ୍ଟା ପରେ ଇଞ୍ଜିନ ବନ୍ଦ ହୋଇଗଲା, ଏହି କାରଣରୁ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡିଥିଲେ ।


ଅଧିକାରୀମାନେ ଦେଲେ ନାହିଁ କୌଣସି ଜବାବ
ଏହି ପରିପ୍ରେକ୍ଷୀରେ, ଆମେ ବାଲାଘାଟ ରେଳ ଷ୍ଟେସନର ସିଏସ୍ଏମ୍ ସହିତ କଥା ହେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କିଛି କହିବାକୁ ମନା କରିଦେଇଥିଲେ ।


ଏହା ବି ପଢ଼ନ୍ତୁ: PM Kisan: ନୂଆ ବର୍ଷରେ ୧୧ କୋଟି ଚାଷୀଙ୍କୁ ଉପହାର ଦେବେ ମୋଦି ସରକାର