ନୂଆଦିଲ୍ଲୀ: ଜାତୀୟ ରାଜଧାନୀରୁ ହଜିଗଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା! ଏଭଳି କିଛି ଅଭିଯୋଗ କରିଛି କେଜ୍ରିୱାଲଙ୍କ ଆମ୍ ଆଦମି ପାର୍ଟି। ତାଙ୍କୁ ଖୋଜିବା ପାଇଁ ଟ୍ୱଟରରେ ସର୍ଚ୍ଚ ଅପରେସନ ଚାଲିଛି। #WhereIsAmitShah ଅଭିଯାନ ଏବେ ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋଡି ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଉତ୍ତର ଭାରତରେ ହେଉଥିବା କୃଷକ ଆନ୍ଦୋଳନ (farmer proterst) କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) କୁ ଆମ୍ ଆଦମି ପାର୍ଟି (AAP) ଟାର୍ଗେଟ କରିଛି । ଦିଲ୍ଲୀ ସୀମାନ୍ତରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାହାଙ୍କ ହାଇଦ୍ରାବାଦ ଗସ୍ତକୁ ଦଳ କଡା ନିନ୍ଦା କରିଛି। ତେବେ କେବଳ ରାଜନୈତିକ ଦଳ ନୁହେଁ ସାଧାରଣ ଲୋକ ମଧ୍ୟ AAPକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।


Also Read: ହାଇଦ୍ରାବାଦର ନା' ହେବ ଭାଗ୍ୟନଗର !


କେନ୍ଦ୍ରର ନୂଆ କୃଷି ବିଲ୍ ବିରୋଧରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଦିଲ୍ଲୀ (Delhi) ରେ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ ଜାତୀୟ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ଆଉ ଚାଷୀଙ୍କୁ ସୀମାରେ ଅଟକାଇବାକୁ ଯାଇ ପାଣି, ଲୁହବୁହା ଗ୍ୟାସ ମାଡ ସହ ଲାଠି ଚାର୍ଚ୍ଚ ମଧ୍ୟ କରାଯାଉଛି।



ସରକାରଙ୍କୁ ନିଜ ସମସ୍ୟା ଶୁଣାଇବାକୁ ଆସି ଦିଲ୍ଲୀ ସୀମାନ୍ତ (Delhi border) ରେ ଚାଷୀ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦ ପୌର ନିର୍ବାଚନ (Hyderabad Municipal Election) ରେ ବିଜେପି ପାଇଁ ପ୍ରଚାର କରିବା କେତେ ଯୁକ୍ତି ଯୁକ୍ତ ବୋଲି AAP ପ୍ରଶ୍ନ କରିଛି। ଏପରି କି ଦିଲ୍ଲୀରୁ ଅମିତ ଶାହା ନିଖୋଜ ହୋଇଥିବା ନେଇ ଅଭିଯାନ ଚଳାଇଛି।


Also Read: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର


AAP ବିଧାୟକ ମୁକେଶ ଆହ୍ଲାୱାତ ଟ୍ୱିଟରରେ ଲେଖିଛନ୍ତି ଯେ, ଯଦି ଅମିତ ଶାହା ଆମ କୃଷକଙ୍କ ପାଇଁ ସମୟ ଦେଇ ପାରୁନାହାନ୍ତି, ତେବେ ସେ ଇସ୍ତଫା ହେବା ଉଚିତ। ସେହିପରି ତେଲେଙ୍ଗାନା AAP କହିଛି, "ମାନନୀୟ ଅମିତ ଶାହା ଆପଣ କେଉଁଠି ଅଛନ୍ତି ବୋଲି କୃଷକ ପଚାରୁଛି। ଦୟାକରି ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦିଅନ୍ତୁ। ଆମ ପ୍ରଧାନମନ୍ତ୍ରୀ କେବଳ ନିଜ ମନର କାଥା ଶୁଣାନ୍ତି କିନ୍ତୁ ଅନ୍ୟକୁ ଶୁଣନ୍ତି ନାହିଁ।"



ସୂଚନାଯୋଗ୍ୟ, ଡିସେମ୍ବର ପହିଲାରେ ହାଇଦ୍ରାବାଦ ପୌର ନିର୍ବାଚନ ହେବାର ଅଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ଦଳୀୟ ଅର୍ଥାତ ବିଜେପି ପ୍ରାର୍ଥୀଙ୍କ ପାଇଁ ମାହିବାକୁ ନବାବ ସହର ଯାଇଛନ୍ତି। ସେଠାରେ ସେ ଏକାଧିକ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ କୃଷକ ଆନ୍ଦୋଳନକୁ ନେଇ ଅମିତ ଶାହା ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ଯଦି କୃଷକ ଆନ୍ଦୋଳନ ପ୍ରତ୍ୟାହୃତ କରନ୍ତି ତେବେ ସରକାର ସେମାନଙ୍କ ସହ ଆଲୋଚନା କରିବ ବୋଲି ପୂର୍ବରୁ କହିଛନ୍ତି।