ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି
ବ୍ଲାକ୍ ଫଙ୍ଗସ୍ (Black Fungus) ମଧ୍ୟରେ ହ୍ୱାଇଟ୍ ଫଙ୍ଗସ୍ (White Fungus) ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ତଥାପି ଏ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ । ଯେପରି ଏପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ ହ୍ୱାଇଟ୍ ଫଙ୍ଗସକୁ କେଉଁ ଜିନିଷ ଅଧିକ ବିପଜ୍ଜନକ କରିଥାଏ?
ନୂଆଦିଲ୍ଲୀ: White Fungus Black Fungus Symptoms: କୋରୋନା ସଂକ୍ରମଣର ଦ୍ୱିତୀୟ ଲହର (Second Wave of Coronavirus) ମଧ୍ୟରେ ବ୍ଲାକ୍ ଫଙ୍ଗସ୍ (Black Fungus) ଓ ହ୍ୱାଇଟ୍ ଫଙ୍ଗସ୍ (White Fungus) ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଏହି ଦୁଇଟି ରୋଗ କୋରୋନା ଅପେକ୍ଷା ଅଧିକ ମାରାତ୍ମକ ବୋଲି ମନେ କରାଯାଉଛି । ଅନେକ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମଧ୍ୟ ମହାମାରୀ ଘୋଷିତ ହୋଇଛି, କିନ୍ତୁ ହ୍ୱାଇଟ୍ ଫଙ୍ଗସ୍ କୌଣସି ମହାମାରୀଠାରୁ କମ୍ ନୁହେଁ । ତେବେ ଆସନ୍ତୁ ଜାଣିବା ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ୍ କେତେ ବିପଜ୍ଜନକ?...
ଅଧିକ ପଢ଼ନ୍ତୁ:-ପୁଣି ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ!
ବ୍ଲାକ୍ ଫଙ୍ଗସ୍ (Black Fungus) ମଧ୍ୟରେ ହ୍ୱାଇଟ୍ ଫଙ୍ଗସ୍ (White Fungus) ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ତଥାପି ଏ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ । ଯେପରି ଏପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ ହ୍ୱାଇଟ୍ ଫଙ୍ଗସକୁ କେଉଁ ଜିନିଷ ଅଧିକ ବିପଜ୍ଜନକ କରିଥାଏ?
ପାଟନାର କନସଲ୍ଟେଣ୍ଟ ଆନାସ୍ଥେସିଓଲୋଜିଷ୍ଟ୍ ଡକ୍ଟର ଶରଦ ବ୍ୟାଖ୍ୟା କରିଛନ୍ତି ଯେ "ଅନେକ ସ୍ଥାନରେ ହ୍ୱାଇଟ୍ ଫଙ୍ଗସ (White Fungus) ର ମାମଲା ସାମ୍ନାକୁ ଆସିଛି ଏବଂ ସେମାନେ ବୋଧହୁଏ କ୍ୟାଣ୍ଡିଡା (Candida) ର କଥା କହୁଛନ୍ତି । କ୍ୟାଣ୍ଡିଡା ପୂର୍ବରୁ ଥଲା । କର୍କଟ, ମଧୁମେହ ଔଷଧ କିମ୍ବା ଷ୍ଟେରଏଡ କାରଣରୁ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଏପରି ଲୋକମାନଙ୍କଠାରେ ଫଙ୍ଗଲ ସଂକ୍ରମଣର ଆଶଙ୍କା ଅଧିକ ଥାଏ । ହ୍ୱାଇଟ ଫଙ୍ଗସକୁ ସହଜରେ ଚିକିତ୍ସା କରାଯାଏ । ତଥାପି ଲୋକମାନେ ସଜାଗ ରହିବା ଆବଶ୍ୟକ ।"
ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଜୁନ୍ ସୁଦ୍ଧା ଜମା କରନ୍ତୁ ଏହି ଫର୍ମ, ନଚେତ୍ ହୋଇଯିବ ବଡ କ୍ଷତି
ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ ମଧ୍ୟରେ ପାର୍ଥକ୍ୟ?
ଏପର୍ଯ୍ୟନ୍ତ ଯାହା ଜଣା ପଡିଛି ତାହା ଅନୁସାରେ ବ୍ଲାକ୍ ଫଙ୍ଗସ୍ (Black Fungus) କୋରୋନା (Coronavirus) ର ସେହି ରୋଗୀଙ୍କଠାରେ ଦେଖିବାକୁ ମିଳିଛି ଯେଉଁମାନଙ୍କୁ ଅତ୍ୟଧିକ ଷ୍ଟେରଏଡ୍ ଦିଆଯାଇଛି । ଅନ୍ୟପକ୍ଷେ ହ୍ୱାଇଟ୍ ଫଙ୍ଗସ (White Fungus) ର ମାମଲା ସେହି ରୋଗୀଙ୍କ ମଧ୍ୟରେ ସମ୍ଭବ ଯେଉଁମାନଙ୍କୁ କୋରୋନା ହୋଇନାହିଁ । ବ୍ଲାକ୍ ଫଙ୍ଗସ୍ ଆଖି ଓ ମସ୍ତିଷ୍କକୁ ଅଧିକ ପ୍ରଭାବିତ କରିଥାଏ, ଯେତେବେଳେ କି ହ୍ୱାଇଟ୍ ଫଙ୍ଗସ୍ ଫୁସଫୁସ୍, କିଡନୀ, ଅନ୍ତନଳୀ, ପେଟ ଏବଂ ନଖକୁ ସହଜରେ ପ୍ରଭାବିତ କରିଥାଏ ।
ଏହା ବ୍ୟତୀତ ବ୍ଲାକ୍ ଫଙ୍ଗସ୍ ଅଧିକ ମୃତ୍ୟୁ ହାର ପାଇଁ ଜଣାଶୁଣା । ଏହି ରୋଗରେ ମୃତ୍ୟୁ ହାର ପ୍ରାୟ ୫୦ ପ୍ରତିଶତ ଅଟେ । ଏହାର ଅର୍ଥ ପ୍ରତ୍ୟେକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ହେବାର ବିପଦ ଅଛି । କିନ୍ତୁ ହ୍ୱାଇଟ୍ ଫଙ୍ଗସରେ ମୃତ୍ୟୁ ହାର ବିଷୟରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ ।
ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡାକ୍ତରମାନେ କହିଛନ୍ତି ଯେ, ହ୍ୱାଇଟ୍ ଫଙ୍ଗସ୍ ହେଉଛି ଏକ ସାଧାରଣ ଫଙ୍ଗସ୍ ଯାହା କୋରୋନା ମହାମାରୀ ପୂର୍ବରୁ ମଧ୍ୟ ଲୋକଙ୍କୁ ହେଉଥଲା । ବାରାଣାସୀର ଜଣେ ଭିଟ୍ରୋ ରେଟିନାଲ୍ ସର୍ଜନ ଡକ୍ଟର କ୍ଷିତିଜ ଆଦିତ୍ୟ ସ୍ପଷ୍ଟ କରିଛନ୍ତି ଯେ "ଏହା ଏକ ନୂତନ ରୋଗ ନୁହେଁ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନେ ଏପରି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ବ୍ଲାକ୍ ଫଙ୍ଗସ୍ ଏକ ଭିନ୍ନ ପ୍ରଜାତିର ଫଙ୍ଗସ୍, କିନ୍ତୁ ଏହା ଏପରି ରୋଗୀଙ୍କୁ ହେଉଛି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଅଟେ । ନାକ ମାଧ୍ୟମରେ ଶରୀରରେ ବ୍ଲାକ୍ ଫଙ୍ଗସ୍ ଆସିଥାଏ ଏବଂ ଏହା ଆଖି ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ହୃଦୟ, କିଡନୀ, ହାଡ ସମେତ ସମସ୍ତ ଅଙ୍ଗକୁ ବ୍ୟାପିପାରେ । ସେଥିପାଇଁ ଏହାକୁ ଅଧିକ ବିପଜ୍ଜନକ ଫଙ୍ଗସ୍ ବୋଲି ମନେ କରାଯାଏ ।"
ଅଧିକ ପଢ଼ନ୍ତୁ:-ନକଲି ଡାକ୍ତର ଗିରଫ: ୱାର୍ଡ ବୟରୁ ଶିଶୁ ରୋଗ ବିଶେଷଜ୍ଞ
ଏଥି ସହିତ ଡକ୍ଟର ହନି ସାଲଭା କହିଛନ୍ତି ଯେ, "ଯଦି ହ୍ୱାଇଟ୍ ଫଙ୍ଗସ୍ ଆମ ରକ୍ତରେ କିମ୍ବା ଫୁସଫୁସରେ ଥାଏ ତେବେ ଏହା ଘାତକ ଅଟେ । ଏହି ରୋଗର ଚିକିତ୍ସା ମଧ୍ୟ ଅଲଗା ରହିଛି । ଏହାକୁ ହ୍ୱାଇଟ ଫଙ୍ଗସ୍ ଏଥିପାଇଁ କୁହାଯାଏ କାରଣ ଏହାକୁ ଚିହ୍ନିବା ପାଇଁ ପରୀକ୍ଷା କରାଯିବା ସମୟରେ ହ୍ୱାଇଟ୍ ରଙ୍ଗର ବୃଦ୍ଧି ଦେଖାଯାଏ ।" ସେ ଆହୁରି କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ୍ ପରି ଯେକୌଣସି ସ୍ଥାନରେ ହ୍ୱାଇଟ୍ ଫଙ୍ଗସ୍ ହୋଇପାରେ, କିନ୍ତୁ ଏହାର ଚିକିତ୍ସା ଅଲଗା ଅଟେ ।
ହ୍ୱାଇଟ୍ ଫଙ୍ଗସର ଚିକିତ୍ସା କରିବା ସମ୍ଭବ କି?
ବିଶେଷଜ୍ଞମାନେ କହିଛନ୍ତି ଯେ, ହ୍ୱାଇଟ୍ ଫଙ୍ଗସ୍ କ୍ଷେତ୍ରରେ ଭଲ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହି ରୋଗ ଭଲ ହୋଇପାରିବ । ହ୍ୱାଇଟ୍ ଫଙ୍ଗସ୍ ରୋଗର ଏପର୍ଯ୍ୟନ୍ତ ଅଧିକ ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ବ୍ଲାକ୍ ଫଙ୍ଗସ୍ ପରି ଏହା ଅଧିକ ଶୀଘ୍ର ବିସ୍ତାର ହୋଇପାରେ ।