କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
Advertisement
Article Detail0/zeeodisha/odisha903795

କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

କେଜିଏମୟୁରେ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ବିରେନ୍ଦ୍ର ଆତମ କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ (Black Fungus) ର ଅଧିକ ବିପଦ କେବଳ ଅନିୟନ୍ତ୍ରିତ ଶୁଗାର ଥିବା କୋଭିଡ ବା ପୋଷ୍ଟ-କୋଭିଡ ରୋଗୀ (COVID-19 Patients) ଙ୍କୁ ପାଇଁ ରହିଛି ।

କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of Coronavirus) ମଧ୍ୟରେ ସାରା ଦେଶରେ ବ୍ଲାକ୍ ଫଙ୍ଗସ୍ (Black Fungus) କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି । କିନ୍ତୁ ଏଥିପାଇଁ ସମସ୍ତଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କେବଳ ଶୁଗାର (Blood Sugar), କର୍କଟ (Cancer), ଏଚ୍.ଆଇ.ଭି (H.I.V) ଭଳି ରୋଗରେ ପୀଡିତ ରୋଗୀମାନେ ଅଧିକ ସଜାଗ ରହିବା ଆବଶ୍ୟକ । ଏହା ବ୍ୟତୀତ ଅନ୍ୟ ଲୋକଙ୍କ ପାଇଁ କଳା ଫଙ୍ଗସ୍ (Black Fungus) ହେବାର ଆଶଙ୍କା ନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ ଆଜିକାଲି ସୋସିଆଲ ମିଡିଆରେ ବ୍ଲକ୍ ଫଙ୍ଗସ୍ ବିଷୟରେ ଚାଲିଥିବା ଗୁଜବ ଯୋଗୁଁ ସବୁ ବର୍ଗର ଲୋକମାନେ ଭୟଭୀତ ହେଉଛନ୍ତି । ଯେଉଁ ଲୋକମାନେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ସେମାନଙ୍କୁ ମଧ୍ୟ ଲାଗୁଛି ଯେ ଏହାର ଶିକାର ମୁଁ ହୋଇଯିବି ନାହିଁ ତ । କିନ୍ତୁ ସମସ୍ତେ ଚିନ୍ତିତ ହେବା ଆବଶ୍ୟକ ନୁହେଁ । ସୁସ୍ଥ ଲୋକ ଓ ପିଲାମାନେ ଆଦୌ ଭୟଭୀତ ହେବା ଉଚିତ୍ ନୁହେଁ । କାରଣ ସେ ସଂପୂର୍ଣ୍ଣ ବିପଦରୁ ବାହାର ଅଛନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀ LTC ବିଲ୍ ଦାଖଲ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ସରକାର କରିବେ କାର୍ଯ୍ୟାନୁଷ୍ଠାନ! 

କେଜିଏମୟୁରେ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ବିରେନ୍ଦ୍ର ଆତମ କହିଛନ୍ତି ଯେ, ବ୍ଲାକ୍ ଫଙ୍ଗସ୍ (Black Fungus) ର ଅଧିକ ବିପଦ କେବଳ ଅନିୟନ୍ତ୍ରିତ ଶୁଗାର ଥିବା କୋଭିଡ ବା ପୋଷ୍ଟ-କୋଭିଡ ରୋଗୀ (COVID-19 Patients) ଙ୍କୁ ପାଇଁ ରହିଛି । କର୍କଟ ଏବଂ ଏଚ୍.ଆଇ.ଭି ରୋଗୀମାନେ ମଧ୍ୟ କୋରୋନା ସଂକ୍ରମିତ ହେଲେ ବିପଦ ରହିଛି । କିନ୍ତୁ ଏହା ବ୍ୟତୀତ ଅନ୍ୟ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ । କୋଭିଡର ନିମ୍ନ ଏବଂ ମଧ୍ୟମ ସଂକ୍ରମିତ ଲୋକ ମଧ୍ୟ ଏହାର ବିପଦରୁ ଦୂରେଇ ରହିଛନ୍ତି । ଯେଉଁମାନେ ଦୀର୍ଘ ସମୟ ଧରି ଭେଣ୍ଟିଲେଟର କିମ୍ବା ବାଇପେପରେ ଅଛନ୍ତି ଏବଂ ସେମାନଙ୍କୁ ଷ୍ଟେରଏଡ୍ର ଅଧିକ ମାତ୍ରାରେ ଦେବାକୁ ପଡୁଛି, ସେମାନେ ବିପଦରେ ଅଛନ୍ତି । ସାଧାରଣ ଲୋକ ଓ ପିଲାମାନେ ସଂପୂର୍ଣ୍ଣ ବିପଦରୁ ବାହାର ଅଛନ୍ତି । କାରଣ ସାଧାରଣତଃ ପିଲାମାନଙ୍କର ଶୁଗାର ନଥାଏ ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର

ସେ କହିଛନ୍ତି ଯେ, ଏହା ଏକ ନୂଆ ରୋଗ ନୁହେଁ । ପୂର୍ବରୁ ବହୁତ କମ୍ ଲୋକଙ୍କର ଏହି ରୋଗ ହୋଇଥିଲା । ତେଣୁ ଏହାର ଇଞ୍ଜେକ୍ସନ ଓ ଔଷଧ ମଧ୍ୟ ସମାନ ଅନୁପାତରେ ବଜାରରେ ଉପଲବ୍ଧ ଥିଲା । କିନ୍ତୁ ହଠାତ୍ ଏହାର ଚାହିଦା ବୃଦ୍ଧି ପାଇଛି କାରଣ ଉପଲବ୍ଧତା ନିଶ୍ଚିତ ଭାବରେ ହ୍ରାସ ପାଇଛି ।

ଏହି ସତର୍କତା ଅବଲମ୍ବନ କରନ୍ତୁ:

୧. କୋଭିଡ ଏବଂ ପୋଷ୍ଟ କୋଭିଡର ବିଶେଷକରି ଅନିୟନ୍ତ୍ରିତ ଶୁଗାର ଥିବା ରୋଗୀ ଡାଏଟିସିଆନ୍ କିମ୍ବା ଡାକ୍ତରଙ୍କ ତତ୍ତ୍ୱାବଧାନ ଅନୁଯାୟୀ, ଆସନ୍ତା ଦୁଇ ତିନି ମାସ ପର୍ଯ୍ୟନ୍ତ ଖାଦ୍ୟର ଯତ୍ନ ନିଅନ୍ତି ।

୨. ଯଦି ଆପଣଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଏ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ । ବିଳମ୍ବରେ ପହଞ୍ଚିବା ଏକ ଗୁରୁତର ମାମଲା ହୋଇପାରେ ।

ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...

୩. ରୋଗୀମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପରେ ସୁସ୍ଥ ରହିପାରନ୍ତି ।

୪. ଚିନ୍ତା କରିବା ପରିବର୍ତ୍ତେ ସତର୍କ ରୁହନ୍ତୁ ।

୫.କୋଭିଡରୁ ସୁସ୍ଥ ହେବା ପରେ ବେପରୁଆ ଏବଂ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ । ବାହାରକୁ ଯିବାକୁ ଅଗ୍ରାହ୍ୟ କରନ୍ତୁ । ବିନା ମାସ୍କରେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଘରୁ ବାହାକୁ ଯାଆନ୍ତୁ ନାହିଁ ।