Who is Ex-RAW official Vikas Yadav: ଆମେରିକାର ସର୍ବବୃହତ ଯାଞ୍ଚକାରୀ ସଂସ୍ଥା FBI ପୂର୍ବତନ ଭାରତୀୟ ଅଧିକାରୀ ବିକାଶ ଯାଦବଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ପାଇଁ ଅଭିଯୁକ୍ତ ଘୋଷଣା କରିଛି। ଯାଞ୍ଚକାରୀ ସଂସ୍ଥା ଏହି ମାମଲାରେ ବିକାଶଙ୍କୁ ‘WANTED’ ବୋଲି ଘୋଷଣା କରିଛି।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଆମେରିକାର ମାଟିରେ କଥିତ ଗୁରୁପତନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ବିଫଳ ହୋଇଥିବା ବିକାଶ ଯାଦବଙ୍କୁ FBI ଅଭିଯୁକ୍ତ ଘୋଷଣା କରିଛି। କହିରଖୁଛୁ ଯେ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିବା ଆମେରିକା ପ୍ରଶାସନ ଦାବି କରିଥିଲା।


ଭାରତ ସରକାର ଦେଲା ଏହି ଜବାବ
ଆମେରିକାର ଆଇନ ବିଭାଗ ୩୯ ବର୍ଷୀୟ ବିକାଶ ଯାଦବଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲା ଏବଂ ତାଙ୍କୁ ଭାରତର ବୈଦେଶିକ ଗୁପ୍ତଚର ସେବା ରିସର୍ଚ୍ଚ ଆଣ୍ଡ ଏନାଲିସିସ୍ ୱିଙ୍ଗ (RAW) ର ପୂର୍ବତନ କର୍ମଚାରୀ ବୋଲି ବର୍ଣ୍ଣନା କରିଥିଲା। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସୱାଲ ଏହି ଘଟଣାରେ କହିଛନ୍ତି ଯେ ବିକାଶ ଯାଦବ ଆଉ ଭାରତ ସରକାରଙ୍କ କର୍ମଚାରୀ ନୁହଁନ୍ତି।



ବିକାଶ ଯାଦବ କିଏ?
ସୂଚନା ଅନୁଯାୟୀ ବିକାଶ ଯାଦବ ମୂଳତଃ ହରିୟାଣାର ଅଧିବାସୀ। ସେ ହରିୟାଣାରେ ଅଧ୍ୟୟନ କରିଥିଲେ। ସେ ଖାଲିସ୍ତାନ ସମର୍ଥକ ନେତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ର କରି ଏଥିପାଇଁ ଟଙ୍କା ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି। କହିରଖୁଛୁ ଯେ ବିକାଶ ଯାଦବ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ସେବା କରିସାରିଛନ୍ତି। ତାଙ୍କର ଯୁଦ୍ଧ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ତାଲିମ ଉପରେ ପାରଦର୍ଶୀତା ଅଛି। ଆଜିକାଲି ତାଙ୍କର ୯ ଜୁନ୍ ୨୦୨୩ ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ତାଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଭାରତରୁ ମିଳିଥିବା ସହଯୋଗକୁ ନେଇ ଆମେରିକା ସନ୍ତୁଷ୍ଟ ବ୍ୟକ୍ତ କରିଛି। କୁହାଯାଉଛି ଯେ ସେ RAW ସହିତ ଭାରତର ଅନ୍ୟ ଯାଞ୍ଚକାରୀ ସଂସ୍ଥାରେ କାମ କରିସାରିଛନ୍ତି।