ନୂଆଦିଲ୍ଲୀ: Armenia-Azerbaijan war: ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ସୀମ ବିବାଦକୁ ନେଇ ଯୁଦ୍ଧ ଲାଗି  ରହିଛି । ଏହି ଯୁଦ୍ଧରେ ପାକିସ୍ତାନ (Pakistan) ଓ ତୁର୍କି (Turkey) ଖୋଲାଖୋଲି ଆଜେରବାଇଜାନର ସମର୍ଥନରେ ଆସିଛି । ଅନ୍ୟପକ୍ଷେ ଭାରତ ଉଭୟ ଦେଶକୁ ଆଲୋଚନା ମାଧ୍ୟମରେ  ସମସ୍ୟାର ସମାଧାନ କରିବାକୁ କହୁଛି । କିନ୍ତୁ ଭାରତ ଆର୍ମେନିଆକୁ ସମର୍ଥନ କରିବ ନା ଆଇଜାରବାଇନକୁ ସମର୍ଥନ କରିବ । ଏହି ପ୍ରଶ୍ନ ଉପରେ ସାରା ଦୁନିଆର ନଜର ରହିଛି । ଭାରତ ଚୀନ ସହ ସୀମା ବିବାଦଗୁଡ଼ିକ ସର୍ବଦା ଆଲୋଚନା ମାଧ୍ୟମରେ ସମାଧାନ କରିବା ସପକ୍ଷରେ ରହି ଆସିଛି । ଏଥର ବୈଦେଶିକ ମନ୍ତ୍ରାଳୟ ଆର୍ମେନିଆ ଓ ଆଜେରବାଇଜାନକୁ ଶାନ୍ତି ମାଧ୍ୟମରେ ବିବାଦ ସମାଧାନ କରିବାର ପରାମର୍ଶ ଦେଇଛି । କିନ୍ତୁ ଏହି ଦୁଇ ଦେଶର ଯୁଦ୍ଧରେ ଭାରତ (India) ର ଭୂମିକା କଶ୍ମୀର ପ୍ରସଙ୍ଗ (Kashmir) ଉପରେ ପ୍ରଭାବ ପକାଇପାରେ ।


COMMERCIAL BREAK
SCROLL TO CONTINUE READING

ଯଦି ଭାରତ ଏହି ଲଢେଇରେ ଖୋଲାଖୋଲି ଆର୍ମେନିଆ ସହ ଠିଆ ହେବାର ଦେଖାଯାଏ । ତେବେ ଭାରତକୁ କଶ୍ମୀର ପ୍ରସଙ୍ଗରେ କୂଟନୈତିକ ସ୍ତରରେ ପ୍ରତିକ୍ରିୟାର ସାମ୍ନାକୁ କରିବାକୁ ପଡ଼ିପାରେ । କୂଟନୀତିଜ୍ଞ ଅଚଳ ମାଲହତ୍ରା କୁହନ୍ତି ଯେ, ତଥାପି କଶ୍ମୀର ମାମଲା ଅଲଗା, କିନ୍ତୁ ପାକିସ୍ତାନ ଏଠାରେ ଅବୈଧ ଭାବେ ଦଖଲ ଦେଇ ଆସୁଛି । ଏହା ସତ୍ତ୍ୱେ ଭାରତ ଆର୍ମେନିଆ ପକ୍ଷରେ ଯିବା, ପାକିସ୍ତାନ ଓ ତୁର୍କିକୁ ଏକ ସୁଯୋଗ ଦେବ ଯେ ମୁସଲିମ ଦେଶଗୁଡ଼ିକର ସଙ୍ଗଠନ ଭାରତ ବିରୋଧରେ ଏକ ମାହୌଲ ଛିଡ଼ା କରିପାରେ ।


ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ବହୁତ ବଡ଼ ଖବର ଦେଲା WHO


ଦ୍ୱିତୀୟ ସ୍ଥିତିରେ ଏହା ଯେ ଆଜେରବାଇଜାନ ପୂର୍ବରୁ କଶ୍ମୀର ମାମଲାରେ ତୁର୍କି ପରି ପାକିସ୍ତାନ ସ୍ୱରରେ ସ୍ୱର ମିଳାଇ ସାରିଛି । ଭାରତ ସହ ଆଜେରବାଇଜାନର ସମ୍ପର୍କ ଖାସ୍ ନୁହେଁ ଓ ଅନ୍ତର୍ଜାତୀୟ ରାଜନୀତିରେ ଆଜେରବାଇଜାନ ପାକିସ୍ତାନ ପ୍ରତି ନରମ ମନୋଭାବ ରଖିଆସିଛି । ଏଭଳି ବହୁ ଇଙ୍ଗିତ ରହିଛି ଯେ ଭାରତ କାହାର ସପକ୍ଷରେ ଯାଇପାରେ । ଅନ୍ୟପକ୍ଷେ ସୁରକ୍ଷା ଓ ସହଯୋଗ ଆଧାରିତ ସଙ୍ଗଠନ (OSCE) ଶାନ୍ତି ବଜାୟ ରଖିବାର ସପକ୍ଷରେ ଥିବା ଭାରତ ଓ ଆର୍ମେନିଆର କୌତୂହଳ ସମ୍ପର୍କ ଦିଗରେ ମଧ୍ୟ ଧ୍ୟାନ ଦେବାର ଅଛି । ଚଳିତ ବର୍ଷ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରିବା ପାଇଁ ଋଷ ଓ ପୋଲାଣ୍ଡକୁ ମାତ୍ ଦେଇ ୪ କୋଟି ଡଲାରର ଚୁକ୍ତି କରିଛି । ଏଥିରୁ ପ୍ରଥମରୁ ଆର୍ମେନିଆ ସହ ଭାରତର ସମ୍ପର୍କ ବହୁତ ଭଲ ରହି ଆସିଛି ।


ଅଧିକ ପଢ଼ନ୍ତୁ:-ହାଥରସରେ ଆଉ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ


କଶ୍ମୀର ମାମଲାକୁ ନେଇ ଭାରତ ପ୍ରାରମ୍ଭରୁ ଏହି ଦାବି କରି ଆସୁଛି ଯେ, ପାକିସ୍ତାନ ଏଠାରେ ଅବୈଧ ଭାବେ ଦଖଲ କରି ରଖିଛି । ଅନ୍ୟପଟେ ଅନ୍ତର୍ଜାତୀୟ ରାଜନୀତିରେ ଏହି ଉଭୟ ପକ୍ଷର କୁହାଯାଇଥିବା ପରିସ୍ଥିତି ଉପରେ ବହୁତ ଅଧିକ ନିର୍ଭର କରିଆସୁଛି । ଏଠାରେ ରଖୁଛୁ ଯେ, ଭାରତର ବିଶ୍ୱକବି ରିବନ୍ଦ୍ରନାଥ ଟାଗୋର, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆଜେରବାଇଜାନ ଗସ୍ତରେ ଯାଇଥିଲେ । କିନ୍ତୁ ଏହା ସେହି ସମୟର କଥା ଯେତେବେଳେ ଏହି ଦେଶ ସୋଭିଏତ ସଂଘରେ ସାମିଲ ଥିଲା । ଯେବେଠାରୁ ଆଜେରବାଇଜାନ ସୋଭିତ ସଂଘରୁ ଅଲଗା ହୋଇଛି, ସେବେଠାରୁ ଭାରତର କୌଣସି ଉଚ୍ଚସ୍ତରୀୟ ଆଲୋଚନା ହୋଇନାହିଁ ।