World Cotton Day 2023 : ବିଶ୍ୱ କପାସ ଦିବସ ବା ୱାର୍ଲଡ କଟନ ଦିବସ ର ଆୟୋଜନ ପ୍ରଥମେ ୨୦୧୯ ମସିହାରେ ସଂଯୁକ୍ତ ରାଷ୍ଟ୍ରୀୟ, ବିଶ୍ୱ ଖାଦ୍ୟ ସଂଗଠନ, ଅନ୍ତଃରାଷ୍ଟ୍ରୀୟ କପାସ ସଲାହାକାର ସମିତି ଦ୍ୱାରା ଆୟୋଜନ କରାଯାଇଥିଲା। ଯାହା ପରଠାରୁ ପ୍ରତିବର୍ଷ ୭ ଅକ୍ଟୋବରରେ ଏହି ଦିବସକୁ ପାଳନ କରାଯାଇ ଆସୁଅଛି। ପୁରୁଣା କାଳରେ କଟନ କପଡାଠୁ ଆରମ୍ଭ କରି କପାସରେ ତିଆରି ଅନେକ କାମରେ ଏହାକୁ ବ୍ୟବହାର କରାଯାଉଥିଲା। କପାସ ବା ତୂଳାର ପ୍ରଡକ୍ସନ କେବଳ ଯେ ଭାରତରେ ହେଉଛି ତାହା ନୁହେଁ ବରଂ ଏହା ପୂରା ବିଶ୍ୱରେ ଏହାର ଖ୍ୟାତି ଦେଖିବାକୁ ମିଳୁଛି। ସେଥିପାଇଁ କପାସ ବା ତୂଳାର ଉତ୍ପାଦନ ଅନେକ ଲୋକଙ୍କୁ ପ୍ରତିବର୍ଷ ରୋଜଗାର ମଧ୍ୟ ଦେଉଛି। 


COMMERCIAL BREAK
SCROLL TO CONTINUE READING

ଭାରତ ଦୁନିଆର ସବୁଠାରୁ ଅଧିକ କପାସ ଉତ୍ପାଦନ କରୁଥିବା ଦେଶ ମଧ୍ୟରୁ ସବୁଠାରୁ ଆଗରେ ରହିଛି। ଏଠାରେ ପ୍ରତିବର୍ଷ ପାଖାପାଖି ୬୨ ଲକ୍ଷ ଚନ୍ କପାସ ବା ତୂଳା ଉତ୍ପାଦନ ହୋଇଥାଏ। ଦୁନିଆରେ ୩୮ ପ୍ରତିଶତ ତୂଳା ବା କପାସ ଭାରତରେ ହୋଇଥାଏ। ଭାରତ ପ୍ରତିବର୍ଷ ୬,୧୮୮,୦୦୦ ଟନ୍ କଟନ ଉତ୍ପାଦନ କରିବା କ୍ଷେତ୍ରରେ ଆମ ଦେଶ ଭାରତ ବୃହତ କପାସ ଉତ୍ପାଦକ ଭାବେ ଆଜି ବିଶ୍ୱରେ ବିବେଚିତ। ସେହିପରି ଭାରତ (India) ପରେ ଚୀନ (China) ୬,୧୭୮,୩୧୮ ଟନ୍ କପାସ ପ୍ରତିବର୍ଷ ଉତ୍ପାଦନ କରି ଦ୍ୱିତୀୟ ସ୍ଥାନରେ ରହିଛି। ସାରା ଦେଶରେ କଟନ ବା ତୂଳାର ଉତ୍ପାଦନ ହୋଇଥା । ତୂଳାର ଏକ ଟନ ବର୍ଷରେ ୫ ଜଣ ଲୋକଙ୍କୁ ରୋଜଗାର ଯୋଗାଇଥାଏ। ଆଉ ଏଠାରେ କହି ରଖୁଛୁ ଯେ, କପା ବା ତୂଳ ଏମିତି ଏକ ଚାଷ ଯାହାର ଉତ୍ପାଦନ କ୍ଷେତ୍ରରେ ବେଶି ଜଳର ଆବଶ୍ୟକତା ପଡ଼ିନଥାଏ। ଜମି ଶୁଖିଲା ରହିଲେ ବି କପା ବା ତୂଳା ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ।  ଏହା ସାରା ଦୁନିଆରେ ଚାଷ ଜମିର ପ୍ରାୟ ୨.୧ ପ୍ରତିଶତ ଭାଗର ବ୍ୟବହାର ହୋଇଥାଏ। 


ବିଶ୍ୱ କପାସ ଦିବସ ବା ୱାର୍ଲଡ କଟନ ଡେ ଉଦ୍ଦେଶ୍ୟ ହେଉଛି ବିଶ୍ୱର ଏହାର ଚାହିଦା ପ୍ରତି ଆକର୍ଷିତ କରାଇବା । ତେବେ ଆସନ୍ତୁ ଜାଣିବା ୱାର୍ଲଡ କଟନ ଡେ ର ଆବଶ୍ୟକତା ଓ ମହତ୍ୱ ବିଷୟରେ କିଛି ଖାସ୍ କଥା...


ୱାର୍ଲଡ କଟନ ଡେର ଇତିହାସ- World Cotton Day History
ପୂରା ବିଶ୍ୱରେ କଟନ ବା ତୂଳାର ଉତ୍ପାଦନ କରାଯାଇଥାଏ । କାରଣ ତୂଳା ଫାଇବର କପଡାରେ ଅତ୍ୟଧିକ ବ୍ୟବହାର କରାଯାଇଥାଏ। ଏହାଛଡା ତୂଳା ଖାଦ୍ୟ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିପାଇଁ ୨୦୧୯ ରେ ନାଚୁରାଲ ଫାଇବର କପାସ ଉତ୍ପାଦନ, ବ୍ୟାପାର ଓ ଲାଭକୁ ନଜରରେ ରଖି ଏହାର ଚାହିଦାକୁ ବୃଦ୍ଧି କରିବାକୁ ୭ ଅକ୍ଟୋବର କୁ ବିଶ୍ୱ କପାସ ଦିବସ ବା ୱାର୍ଲ କଟନ ଡେ ଭାବେ ପାଳନ ନେଇ ଘୋଷଣା କରାଯାଇଛି।


ୱାର୍ଲଡ କଟନ ଡେର ମହତ୍ତ୍ୱ- (World Cotton Day 2023) 
ୱାର୍ଲଡ କଟନ ଡେ ପୂରା ଦୁନିଆରେ ପ୍ରତିବର୍ଷ ୭ ଅକ୍ଟୋବରରେ ପାଳନ କରାଯାଏ। ବିଶ୍ୱ କପାସ ଦିବସରେ ଅନେକ ସମାରୋହ ଆୟୋଜନ କରାଯାଇଥାଏ। ଯାହାର ଉଦ୍ଦେଶ୍ୟ ହେଇଛି କପାସରେ ତିଆରି ପ୍ରତିଟି ସାମଗ୍ରୀର ଗତିବିଧି ଓ ଚାହିଦାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଓ ଏହାର ମହତ୍ତ୍ୱକୁ ବୁଝାଇବା। କେବଳ ଏତିକି ନୁହେଁ ଏହାର ଚାଷ କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ଲାଭ ନିମନ୍ତେ ଏହି ଦିବସକୁ ପାଳନ କରାଯାଏ। 


ୱାର୍ଲଡ କଟନ ଡେର ଉଦ୍ଦେଶ୍ୟ-
- ବିଶ୍ୱ କଟନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି କପା ଉତ୍ପାଦନ ପାଇଁ ସମସ୍ତ ଲାଭଦାୟକ ପରିବର୍ତ୍ତନ କରିବା ଏବଂ କପା କାରବାର ସହିତ ଜଡିତ ସ୍ୱୀକୃତି ଦେବା।
- କପା ଉତ୍ପାଦନ ପ୍ରଯୁକ୍ତିର ବିକାଶ ଏବଂ ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟ
- କପା ଉତ୍ପାଦନ ସହିତ ଜଡିତ ସମସ୍ତ ଲୋକଙ୍କୁ ଏକତ୍ର ସଂଯୋଗ କରିବା 
- କପା ଉତ୍ପାଦନ କିମ୍ବା ଏହାର ସମ୍ବନ୍ଧୀୟ ଶିଳ୍ପକୁ ଯଥାସମ୍ଭବ ବୃଦ୍ଧି କରିବା 
- ନୂତନ କ୍ଷେତ୍ରରେ ନିବେଶକମାନଙ୍କୁ ଖୋଜିବା ଏବଂ ରୋଜଗାର ଯୋଗାଇବା। 


Also Read: ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ