ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ
Advertisement
Article Detail0/zeeodisha/odisha1903468

ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ

ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ନିଜ ଘରେ ଫ୍ରିଜର ବ୍ୟବହାର କରୁଛନ୍ତି । କାରଣ ଖାଦ୍ୟକୁ ଏଥିରେ ବହୁ ସମୟ ପର୍ଯ୍ୟନ୍ତ ରଖିହେବ । ହେଲେ ଅନେକ ସମୟରେ ଖାଦ୍ୟ ଫ୍ରିଜରେ ଥାଇ ମଧ୍ୟ ନଷ୍ଟ ହୋଇଥାଏ । ଏହାର କାରଣ କଣ ?

SOCIAL MEDIA

ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ନିଜ ଘରେ ଫ୍ରିଜର ବ୍ୟବହାର କରୁଛନ୍ତି । କାରଣ ଖାଦ୍ୟକୁ ଏଥିରେ ବହୁ ସମୟ ପର୍ଯ୍ୟନ୍ତ ରଖିହେବ । ହେଲେ ଅନେକ ସମୟରେ ଖାଦ୍ୟ ଫ୍ରିଜରେ ଥାଇ ମଧ୍ୟ ନଷ୍ଟ ହୋଇଥାଏ । ଏହାର କାରଣ କଣ ? ଆସନ୍ତୁ ଜାଣିବା ଏହା ଫ୍ରିଜର ସମସ୍ୟା ନା ଆମ ମାନଙ୍କ ଭୁଲ୍ ପାଇଁ ହୋଇଥାଏ ।

 ଫଳ-ପନିପରିବାକୁ ଧୋଇ ରଖିବା

ଅନେକ ସମୟରେ ଆମେ ବଜାରରୁ ପରିବା ଆଣି ତାକୁ ଧୋଇ ଫ୍ରିଜରେ ଷ୍ଟୋର କରିଥାଉ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଏହାଦ୍ବାରା ପରିବାରେ ଫଙ୍ଗସ୍ ଏବଂ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି । ଏବଂ ତାହା ଜଲଦି ନଷ୍ଟ ହୋଇଯାଏ । ସେଥିପାଇଁ ସେସବୁ ନଧୋଇ ଅରିଜିନାଲ ପ୍ୟାକେଟ୍ ସହ ଫ୍ରିଜରେ ଷ୍ଟୋର କରନ୍ତୁ । ରୋଷେଇ କରିବା ପୂର୍ବରୁ ସେସବୁ ପାଣିରେ ଧୁଅନ୍ତୁ ।

ଖାଦ୍ୟକୁ ଘୋଡ଼ାଇ ନରଖିବା

ଯଦି କୌଣସି ଖାଦ୍ୟକୁ ନଘୋଡ଼ାଇ ରଖିଛନ୍ତି ତାହେଲେ ତାହା ଜଲଦି ଖରାପ ହୋଇଥାଏ । ସେଥିପାଇଁ ଖାଦ୍ୟକୁ ପ୍ଲାଷ୍ଟିକ୍ ରାପର ରେ କଭର କରି ରଖନ୍ତୁ ନହେଲେ ଟାଇଟ୍ କଣ୍ଟେନରରେ ରଖିବା ଉଚିତ୍ ।

ଅଣ୍ଡାକୁ ଫ୍ରିଜରେ ଭୁଲ୍ ସ୍ଥାନରେ ରଖିବା

ଯଦି ଅଣ୍ଡା ଫ୍ରିଜରେ ରଖିବା ପରେ ମଧ୍ୟ ଖରାପ ହେଉଛି ତାହେଲେ ଭୁଲ୍ ଜାଗାରେ ରଖିବା ଦ୍ବାରା ହୋଇଥାଇପାରେ । ଫ୍ରିଜର ଡ଼ୋର ସାଇଟରେ ଅଣ୍ଡା ଟ୍ରେ ଲାଗିଥାଏ । ତଥାପି ସେଥିରେ ରଖିବା ଠିକ୍ ନୁହେଁ । ଅଣ୍ଡାକୁ ସବୁବେଳେ ଫ୍ରିଜର ତଳ ସେଲ୍ଫରେ ତଳକୁ କରି ରଖିବା ଉଚିତ । କାରଣ ଅଣ୍ଡା ଫ୍ରେସ ରହିବା ପାଇଁ ୪୦ ଡ଼ିଗ୍ରୀ ଫାରେନହାଇଟ୍ କିମ୍ବା ତାଠାରୁ କମ୍ ଟେମ୍ପରେଚରର ଆବଶ୍ୟକ ।

ବଳକା ଖାଦ୍ୟ ବହୁତ ଦିନ ପର୍ଯ୍ୟନ୍ତ ରଖିବା

ବଳି ପଡ଼ିଥିବା ଖାଦ୍ୟକୁ କେବେହେଲେ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିବା କଥା ନୁହେଁ । କାରଣ ୩-୪ ଦିନ ପରେ ସେଥିରେ ପଙ୍ଗସ ଏବଂ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି ।

ଫ୍ରିଜରେ ଭୁଲ୍ ସ୍ଥାନରେ ଜିନିଷ ରଖିବା

ବହୁତ ଲୋକ ଏକଥା ଜାଣନ୍ତି ନାହିଁ ଯେ ଫ୍ରିଜରେ ପ୍ରତ୍ୟେକ ଜିନିଷ ପାଇଁ ଅଲଗା ଅଲଗା ସ୍ଥାନ ରହିଛି । ସାଧାରଣତଃ ସମସ୍ତେ ଏ ଭୁଲ୍ କରନ୍ତି ଯେ ଖାଦ୍ୟକୁ ଭୁଲ୍ ଜାଗାରେ ରଖନ୍ତି । ସବୁବେଳେ ମାଛ ଏବଂ ମାଂସକୁ ଫ୍ରିଜର ତଳ ସେଲ୍ଫର ରଖିବା ଉଚିତ୍ । ଏବଂ କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ସେହି ସ୍ଥାନରେ ରଖିବା ଦରକାର । ଏବଂ ରେଡ଼ି ଟୁ ଇଟ୍ ଖାଦ୍ୟ ପଦାର୍ଥକୁ ସବୁଠୁ ଉପରେ ଥିବା ସେଲ୍ଫରେ ରଖିବା ଉଚିତ୍ ।