Hajj Pilgrimage 2022: ପ୍ରତିବର୍ଷ ଲକ୍ଷ ଲକ୍ଷ ମୁସଲମାନ ହଜ୍ ପାଇଁ ସାଉଦି ଆରବ ଅଭିମୁଖେ ଯାତ୍ରା କରିଥାନ୍ତି। ଏହି କ୍ରମରେ ଭାରତରୁ ଲକ୍ଷ ଲକ୍ଷ ହଜ୍ ଯାତ୍ରୀ ପ୍ରତିବର୍ଷ ସାଉଦି ଆରବ ଯାଇଥାନ୍ତି। ବିଶ୍ୱରେ କୋରୋନା ମହାମାରୀ ବ୍ୟାପିବା କାରଣରୁ ବିଗତ ୨ ବର୍ଷ ଧରି ହଜ୍ ଯାତ୍ରା ପ୍ରଭାବିତ ହୋଇଥିଲା। ହେଲେ ମହାମାରୀ ବିପଦ ଟଳିବା ପରେ ଚଳିତ ବର୍ଷ ହଜ୍ ଯାତ୍ରା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଲକ୍ଷ ଲକ୍ଷ ଭାରତୀୟ ମୁସଲମାନ ହଜ୍  ଯାତ୍ରା କରିବା ପାଇଁ ପଞ୍ଜୀକରଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଜୁଲାଇ ୭ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ହଜ୍ ଯାତ୍ରା। ଏନେଇ ହଜ୍ ଯାତ୍ରୀଙ୍କ ସୁବିଧା ଲାଗି ସାଉଦି ଆରବ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସାହାଯ୍ୟରେ ହଜ୍ ଯାତ୍ରୀ ସମସ୍ତ ଆବଶ୍ୟକୀୟ ସୂଚନା ପାଇପାରିବେ। ଏହି ସୁବିଧା ୧୪ ଭାଷାରେ ଉପଲବ୍ଧ ହୋଇଛି। ହେଲ ହିନ୍ଦୀ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇନାହିଁ। ଯେଉଁଠି ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ମୁସଲମାନ ହଜ୍ ପାଇଁ ସାଉଦି ଆରବ ଯାତ୍ରା କରିଥାନ୍ତି। ହଜ୍ ଯାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସଚେତନତା ପଦକ୍ଷେପ ଭାବେ ସାଉଦି ଆରବ ଏହି ସୁବିଧା କାର୍ଯ୍ୟକାରୀ କରିଛି।


ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ ପଦକ୍ଷେପ ହେଉଛି ଚଳିତ ବର୍ଷର ହଜ ଋତୁ ପାଇଁ ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ। ଏହି ସୁବିଧା ହଜ୍ ଯାତ୍ରା ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ବିଷୟକୁ ଅନ୍ତର୍ଭୁକ୍ତ କରିଛି। ଏହି ବ୍ୟବସ୍ଥାରେ ଅନୁବାଦ ସୁବିଧା ଉପଲବ୍ଧ ରହିଛି। ଯାହା ତୀର୍ଥଯାତ୍ରୀଙ୍କୁ ସମସ୍ତ ଆବଶ୍ୟକୀୟ ଧାର୍ମିକ, ଚିକିତ୍ସା, ପ୍ରକ୍ରିୟାଗତ ଏବଂ ଯୁକ୍ତିଯୁକ୍ତ ସୂଚନା ପ୍ରଦାନ କରିଥାଏ। ଏହି ପଦକ୍ଷେପ ମାଧ୍ୟମରେ ହଜ୍ ଏବଂ ଉମରା ମନ୍ତ୍ରଣାଳୟ ହଜ୍ ଯାତ୍ରୀଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛି।


ଏହି ସୁବିଧା ଆରବୀ, ଇଂରାଜୀ, ଫରାସୀ, ଉର୍ଦ୍ଦୁ, ବଙ୍ଗାଳୀ, ଇଣ୍ଡୋନେସିଆ, ମାଳୟ, ହୌସା, ଆମ୍ହାରିକ୍, ପାର୍ସୀ, ସ୍ପାନିଶ୍, ତୁର୍କୀ, ଋଷୀୟ ଏବଂ ସିଂହଳୀ ଭାଷାରେ ଉପଲବ୍ଧ ରହିଛି। ଏହା ହଜ୍ ଏବଂ ଉମରା ତୀର୍ଥଯାତ୍ରୀଙ୍କୁ ପ୍ରତ୍ୟକ୍ଷ ଏବଂ ବିସ୍ତୃତ ଭାବରେ ଯାତ୍ରାର ପ୍ରତ୍ୟେକ ଦିଗ ବାବଦରେ ଅବଶ୍ୟକୀୟ ମୌଳିକ ସୂଚନା ଦେଇଥାଏ।


Also Read: ଏଣିକି ମକ୍କା ରୁ ଆବ-ଏ-ଜମଜମ ଆଣିପାରିବେ ନାହିଁ ହଜ୍ ଯାତ୍ରୀ


Also Read: Saudi Arabia: ୨ ବର୍ଷ ପରେ ଆରମ୍ଭ ହେବ ସ୍ୱାଭାବିକ ହଜ ଯାତ୍ରା