Saudi Arabia: ୨ ବର୍ଷ ପରେ ଆରମ୍ଭ ହେବ ସ୍ୱାଭାବିକ ହଜ ଯାତ୍ରା
Advertisement
Article Detail0/zeeodisha/odisha1149546

Saudi Arabia: ୨ ବର୍ଷ ପରେ ଆରମ୍ଭ ହେବ ସ୍ୱାଭାବିକ ହଜ ଯାତ୍ରା

 ଗତ ବର୍ଷ ୬୦ ହଜାର ତୀର୍ଥଯାତ୍ରୀ ପବିତ୍ର ମକ୍କା ସହର ପରିଦର୍ଶନ କରିଥିବା ବେଳେ ଗତ ୨୦୧୯ ବର୍ଷରେ ଏହି ସଂଖ୍ୟା ୨୦.୫ ଲକ୍ଷ ଥିଲା।

Saudi Arabia: ୨ ବର୍ଷ ପରେ ଆରମ୍ଭ ହେବ ସ୍ୱାଭାବିକ ହଜ ଯାତ୍ରା

ରିୟାଦ: ପ୍ରାୟ ୨ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ସ୍ୱାଭାବିକ ହଜ ଯାତ୍ରା। ଏନେଇ ସାଉଦି ଆରବ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷ ହଜ୍ ଋତୁ ଅବସରରେ ମକ୍କା ହଜ୍  ଯାତ୍ରାରେ ସାମିଲ ହେବା ଲାଗି ୧୦ ଲକ୍ଷ ଘରୋଇ ତଥା ବିଦେଶୀ ତୀର୍ଥଯାତ୍ରୀଙ୍କୁ ଅନୁମତି ଦେବ। ସାଉଦି ଆରବ ହଜ୍ ମନ୍ତ୍ରଣାଳୟ ଏହି ଘୋଷଣା କରିଛି।

ଏପରି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି ବିଶ୍ୱର ସର୍ବାଧିକ ସଂଖ୍ୟକ ମୁସଲମାନଙ୍କୁ ତୀର୍ଥଯାତ୍ରା କରିବା ପାଇଁ ସକ୍ଷମ କରିବା ବୋଲି କୁହାଯାଉଛି। ଏନେଇ ସାଉଦି ଆରବ ହଜ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏଥର ଯେଉଁ ଯାତ୍ରୀ ହଜ୍ ଯାତ୍ରାରେ ସାମିଲ ହେବେ ତାଙ୍କ ବୟସ ୬୫ ବର୍ଷରୁ କମ୍ ଏବଂ ଏବଂ କୋଭିଡ୍୧୯ ଟିକାକରଣ ସରିଥିବା ଆବଶ୍ୟକ। ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ସାଉଦି ଆରବ ଯିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ ବିଦେଶୀ ତୀର୍ଥଯାତ୍ରୀଙ୍କୁ ଏକ Negative RTPCR ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ।

Also Read: ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ

ଗତ ବର୍ଷ ୬୦ ହଜାର ତୀର୍ଥଯାତ୍ରୀ ପବିତ୍ର ମକ୍କା ସହର ପରିଦର୍ଶନ କରିଥିବା ବେଳେ ଗତ ୨୦୧୯ ବର୍ଷରେ ଏହି ସଂଖ୍ୟା ୨୦.୫ ଲକ୍ଷ ଥିଲା। କୋରୋନା ସଂକ୍ରମଣ ପୂର୍ବରୁ ବିଶ୍ୱରେ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ହଜ୍ କରିବାକୁ ଅନୁମତି ଦିଆଯାଇଥିଲା।

Also Read: ରମଜାନ ପୂର୍ବରୁ ମସଜିଦ୍ ଲାଉଡ ସ୍ପୀକର ସାଉଣ୍ଡ କମ୍ କରିବାକୁ ନିର୍ଦ୍ଦେଶ ଦେଲା ସାଉଦି ଆରବ

ବିଗତ ୨ ବର୍ଷ ଧରି କୋରୋନା ସଂକ୍ରମଣ ହେତୁ ବାହାର ଦେଶରୁ ଲୋକେ ହଜ୍ ଯାତ୍ରାରେ ସାମିଲ ହୋଇନଥିଲେ। ଏଭଳି ପରିସ୍ଥିତିରେ ଏଥର ଏହା ଗୁରୁତ୍ୱପୂର୍ଣ୍ଣ ହେବ ଯେ ସାଉଦି ଆରବ କେତେ ସଂଖ୍ୟକ ହଜ୍ ଯାତ୍ରୀଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେବ। ଏକ ସପ୍ତାହ ଧରି ଚାଲିଥିବା ହଜ୍ ସମୟରେ ଏହି ଯାତ୍ରା ମକ୍କା ଏବଂ ମଦିନା ଠାରେ ଇସଲାମ ଧର୍ମର ପବିତ୍ର ସ୍ଥାନ ସହ ଜଡି଼ତ। ସାଉଦି ଆରବ ବର୍ଷ ସାରା ଚାଲୁଥିବା ଉମରା ଏବଂ ହଜ୍ ଠାରୁ ପ୍ରତିବର୍ଷ ୧୨ ବିଲିୟନ ଡଲାର ରୋଜଗାର କରୁଥିଲା।