ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର(Shoaib Akhtar) । ପୁଣି ଥରେ ସେ କ୍ରିକେଟକୁ ଛାଡ଼ି ଅନ୍ୟ ବିଷୟ ଉପରେ ବୟାନ ଦେଇଛନ୍ତି । ଏଥର ସେ ପାକିସ୍ତାନ ସେନା(Pakistan Army)ର ବଜେଟ ଉପରେ ମନ୍ତବ୍ୟ ଦେଇଛନ୍ତି । ଅଖତର ବିଶ୍ୱାସ କରନ୍ତି ଯେ, ଦେଶର ସେନାର ବାର୍ଷିକ ବଜେଟ୍ ବୃଦ୍ଧି ହେବା ଉଚିତ । ସାଧାରଣ ନାଗରିକଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସେନା ମୁଖ୍ୟଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ ମାମଲାରେ ଯୋଗୀ ଆଦିତ୍ୟନାଥଙ୍କ ବାଜିମାତ୍, ଏହି ସ୍ଥାନରେ ଅଛନ୍ତି ନବୀନ


ଏଆରବିଆଇ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅଖତର କହିଛନ୍ତି ଯେ, ଯଦି ଆଲ୍ଲା ମୋତେ କେବେ ଅଧିକାର ଦିଅନ୍ତି, ତେବେ ମୁଁ ନିଜେ ଘାସ ଖାଇବି, କିନ୍ତୁ ସେନାର ବଜେଟ୍ ବୃଦ୍ଧି କରିବି । ମୁଁ ନିଜର ସେନା ମୁଖ୍ୟଙ୍କୁ ମୋ ସହିତ ବସି ନିଷ୍ପତ୍ତି ନେବାକୁ କହିବି । ଯଦି ବଜେଟ ୨୦ ପ୍ରତିଶତ ଥିବ, ତେବେ ମୁଁ ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରିବି । ଯଦି ଆମେ ନିଜେ ପରସ୍ପରକୁ ଅପମାନିତ କରୁ, ତେବେ ଏହା ଆମର କ୍ଷତି ହେବ ।


ଏହା ପ୍ରଥମ ଘଟଣା ନୁହେଁ ଯେ ଶୋଏବ ସେନାକୁ ସମ୍ମାନ ଦେବା କଥା କହିଛନ୍ତି । ଏହାପୂର୍ବରୁ ସେ ଦାବି କରିଥିଲେ ଯେ, କାଉଣ୍ଟି କ୍ରିକେଟର ଲକ୍ଷ ଲକ୍ଷ ଟଙ୍କାର ଚୁକ୍ତିକୁ  ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ୧୯୯୯ କାର୍ଗିଲ ଯୁଦ୍ଧରେ ସେ ଭାରତ ବିରୋଧରେ ଲଢ଼ିବାକୁ ଚାହୁଁଥିଲେ ।