Advertisement
Article Detail0/zeeodisha/odisha2308677
Zee OdishaOdisha StateOdisha News: ଏଣିକି ସ୍କୁଲରେ ପାଠ ପଢ଼ାଇବେ ଅତିଥି ଶିକ୍ଷକ, ଜାଣନ୍ତୁ କାହିଁକି ?

Odisha News: ଏଣିକି ସ୍କୁଲରେ ପାଠ ପଢ଼ାଇବେ ଅତିଥି ଶିକ୍ଷକ, ଜାଣନ୍ତୁ କାହିଁକି ?

Odisha News: ପ୍ରାଥମିକ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ବ।  ଏଣିକି ସ୍କୁଲରେ ପାଠ ପଢାଇବେ ଅତିଥି ଶିକ୍ଷକ। ଏଣୁ ଏବେଠୁ ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ। 

Odisha News: ଏଣିକି ସ୍କୁଲରେ ପାଠ ପଢ଼ାଇବେ ଅତିଥି ଶିକ୍ଷକ, ଜାଣନ୍ତୁ କାହିଁକି ?

Odisha News: ସ୍କୁଲ ଭିତ୍ତିଭୂମି ହେବ ଅଧିକ ସୁଦୃଢ। ପ୍ରାଥମିକ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ବ।  ଏଣିକି ସ୍କୁଲରେ ପାଠ ପଢାଇବେ ଅତିଥି ଶିକ୍ଷକ। ଏଣୁ ଏବେଠୁ ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନ ହୁଏ। ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିପାଇଁ ସ୍କୁଲରେ ନିଯୁକ୍ତ ହେବେ ଅତିଥି ଶିକ୍ଷକ।  ମୋଟ୍ ୪୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପାଠପଢାରେ ନିଯୋଜିତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। 

ରାଜ୍ୟର ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଏବଂ ସଂସ୍କୃତ ଟୋଲରେ ଅତିଥି ଶିକ୍ଷକଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି। ବିଶେଷକରି, ଶିକ୍ଷକ ନ ଥିବା ସ୍କୁଲକୁ ଅଗ୍ରାଧିକାର ଦିଆଯିବ। ୨୦୨୫ ମାର୍ଚ୍ଚ ଯାଏ ଏମାନେ ନିୟୋଜିତ ହେବେ ବୋଲି ଜଣାପଡିଛି। ଖାଲିପଡିଥିବା ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ, ଅତିଥି ଶିକ୍ଷକମାନେ ପାଠ ପଢାଇବେ। ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ, ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତ କରାଯିବ।  

ଜିଲ୍ଲା ଶିକ୍ଷା ଅଧିକାରୀ ଖାଲି ପଦବୀ ପୂରଣ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବେ। କେଉଁଠି ନିଯୁକ୍ତିର ଆବଶ୍ୟକତା ଅଛି ତାହା ଜଣାଇବେ।  ଯେଉଁ ସ୍କୁଲରେ ଆବଶ୍ୟକତା ଠାରୁ  କମ୍ ଶିକ୍ଷକ ଥିବେ ସେଠାରେ ଆଗ୍ରାଧିକାର ଭାବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।  ଏହି ନିଯୁକ୍ତି ଜିଲ୍ଲା  ଜିଲ୍ଲା ଶିକ୍ଷା ଅଧିକାରୀମାନେ ଜିଲ୍ଲାପାଳଙ୍କ ଅନୁମୋଦନରେ କରିବେ। ନୂତନ ଭାବେ ଟିଜିଟି ଶିକ୍ଷକ ନିଯୁକ୍ତି ପରେ ଉକ୍ତ ଅତିଥି ଶିକ୍ଷକମାନେ ଆଉ ସେହି ସ୍କୁଲରେ ପାଠପଢାଇବେ ନାହିଁ।  ସେମାନଙ୍କୁ ଅନ୍ୟ ସ୍କୁଲକୁ ପଠାଯିବ । ଯେଉଁ ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି।  

Add Zee News as a Preferred Source

 

 

About the Author