Advertisement
Article Detail0/zeeodisha/odisha2308778
Zee OdishaOdisha StateOdisha popular yojana : ସରକାର ବଦଳିଲା ପରେ ବଦଳି ପାରେ ଏହିସବୁ ଯୋଜନା, ଜାଣନ୍ତୁ କେମିତି ?

Odisha popular yojana : ସରକାର ବଦଳିଲା ପରେ ବଦଳି ପାରେ ଏହିସବୁ ଯୋଜନା, ଜାଣନ୍ତୁ କେମିତି ?

Odisha popular yojana :  ଦୀର୍ଘ ୨୫ ବର୍ଷ ଧରି  ବିଜେଡି ରାଜ୍ୟରେ ଶାସନ କରିବା ପରେ ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି । ଏଣୁ  ରାଜ୍ୟର ବିଭିନ୍ନ ବିଭାଗରେ ପୂର୍ବ ସରକାର ସମୟର ଚାଲୁଥିବ ଅନେକ ଯୋଜନାର ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା ପ୍ରମୁଖ ୫ ଲୋକାଭିମୁଖୀ ଯୋଜନା...

POPULAR YOJANA
POPULAR YOJANA

Odisha popular yojana :  ଦୀର୍ଘ ୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ଶାସନ କରିବା ପରେ ନିକଟରେ ଅପ୍ରତ୍ୟାଶିତ ଭାବେ ପରାଜିତ  ହୋଇଛି ।ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଏଣୁ  ରାଜ୍ୟର ବିଭିନ୍ନ ବିଭାଗରେ ପୂର୍ବ ସରକାର ସମୟର ଚାଲୁଥିବ ଅନେକ ଯୋଜନାର ପରିବର୍ତ୍ତନ ହେବାକୁ ଯାଉଛି।

ଆସନ୍ତୁ ଜାଣିବା ପ୍ରମୁଖ ୫ ଲୋକାଭିମୁଖୀ ଯୋଜନା ଯାହାର ପରିବର୍ତ୍ତନ ହେବ ପ୍ରୟ  ନିଶ୍ଚିତ।

ଲକ୍ଷ୍ମୀ ବସ୍ -: ନିକଟରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଲକ୍ଷ୍ମୀ ବସ୍ ଦ୍ଵାରା ଗ୍ରାମାଞ୍ଚଳରେ ଗମନାଗମନ ଅତି ସହଜ ହେଉଥିଲା।ତେଣୁ ଯେଉଁ ବସ ସେବା ନାଁରେ ହେଉ ପଛେ ଲୋକମାନଙ୍କୁ ବସ୍ ସେବା ଯୋଗାଇ ଦିଆଯିବ।ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି।କେବଳ ଓଡ଼ିଶା ନୁହଁ ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ମଧ୍ୟ ଆରମ୍ଭ ହେବ ବସ୍ ସେବା। କିନ୍ତୁ ଏ ଯୋଜନାର ନା ଲକ୍ଷ୍ମୀ ନରହିପାରେ।ଲୋଗୋ ମଧ୍ୟ ବଦଳିପରେ ।କାରଣ ନିର୍ବାଚନ ସମୟରେ ଏହି ବସ ସେବା ପାଇଁ ବ୍ୟବହାର କରାଯାଉଥିବା ଲୋଗୋ ରେ ବିଜେଡି ଲୋଗୋ ଥିବ ନେଇ ଅଭିଯୋଗ କରାଯାଇଥିଲା।

Add Zee News as a Preferred Source

କାଳିଆ ଯୋଜନା:- କାଳିଆ ଯୋଜନା ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରିବା ତଥା ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ପାଇଁ ପ୍ରସ୍ତୁତ ହୋଇଥିଲା।ଏହି ଯୋଜନା ର ଚାଷୀଙ୍କୁ ସିଧ ସଳଖ ଆର୍ଥିକ ସହାୟତା ଦିଅ ଯାଉଛି।କିନ୍ତୁ କାଳିଆ ଯୋଜନା ମାଧ୍ୟମରେ ବିଜେଡି  ଚାଷୀଙ୍କ  ଭୋଟ ପାଇଥିବା ଅଭିଯୋଗ ହୋଇଥିଲା।ତେଣୁ ଏଥିରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

ଆହାର କେନ୍ଦ୍ର : ଗରିବ ଲୋକଙ୍କୁ ୫ ଟଙ୍କାରେ ଦିଆଯାଉଥିବା ‘ଆହାର’ ଯୋଜନା ବନ୍ଦ ହେବା ନେଇ ଚର୍ଚ୍ଚା ହେଉଥିଲା।କିନ୍ତୁ ବିଜେପି ସରକାରରେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯିବ।ପୂର୍ବରୁ ଭାତ, ଡାଲମା,ଆଚାର ଦିଆଯାଉଥିବା ବେଳେ ଏବେ ଆଉ କିଛି ଆଇଟମ ବଢ଼ିବା ନେଇ ଆଲୋଚନା ଚାଲିଛି।

ମୋ ବସ୍ - :ସହରରେ ସୁବିଧା ଓ ସୁଲଭ ଭାବରେ ତଥା ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଗୁରୁତ୍ବ ଦେଇ ଗମନାଗମନ କୁ ସୁଦୃଢ଼ ଓ ସହଜ କରିବା ଲାଗି କାର୍ଯ୍ୟକାରୀ ହେଉଛି ମୋ ବସ୍।ଯାହାଦ୍ଵାରା ସହଜ ଯାତ୍ରା ସହିତ ନିରାପଦ ମନେ କରୁଛନ୍ତି ଲୋକ।ତେଣୁ ନୂତନ ସରକାରରେ ଏହି ସେବା ବନ୍ଦ ହେବନି।ଏହାର ନାମ ବଦଳା ଯାଇ "ଆମ ସରକାର ଆମ ବସ୍" ହେବାକୁ ଚର୍ଚ୍ଚା ହେଉଛି।

ସରକାରୀ ବିଦ୍ୟାଳୟ ପୋଷାକ :- ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା।ଏବଂ ପୋଷାକରରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।ଏବେ କଡ଼ ଲେଉଟାଛି କ୍ଷମତା।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯଦି ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କୋଡର ରଙ୍ଗ କରାଯାଇଥାଏ ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ।ବିଭାଗ ସହିତ ଏନେଇ ଆଲୋଚନା ପରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

About the Author