World Environment Day : ପରିବେଶକୁ ନେଇ ସମ୍ବେଦନଶୀଳ କେନ୍ଦ୍ର ସରକାର, ଜାରି କଲେ ଏହି ଆଡଭାଇଜରୀ
ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛନ୍ତି। ଜୁନ ୩୦ ସୁଦ୍ଧା ଏକକ ବ୍ୟବହାର ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।
World Environment Day : ଆଜି ବିଶ୍ୱ ପରିବେଶ ଦିବସ। ଆମ ଅସୁରକ୍ଷିତ ପରିବେଶକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଖୁବ ସମ୍ବେଦନଶୀଳ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛନ୍ତି। ଜୁନ ୩୦ ସୁଦ୍ଧା ଏକକ ବ୍ୟବହାର ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।
ଏକକ ବ୍ୟବହାର ପ୍ଲାଷ୍ଟିକକୁ ବ୍ୟାନ କରିବା ନେଇ ରବିବାର କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହା 'ସ୍ୱଚ୍ଛ ଏବଂ ସବୁଜ' ପରିବେଶକୁ ଆହୁରି ଉନ୍ନତ କରିବାରେ ସହାୟକ ହେବ ବୋଲି କେନ୍ଦ୍ର କହିଛି। ସରକାର କହିଛନ୍ତି ଯେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ୪୭୦୪ ପୌରାଞ୍ଚଳ ମଧ୍ୟରୁ ୨୫୯୧ ସଂସ୍ଥା ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ନିଷେଧାଦେଶ ଲଗାଇଛନ୍ତି।
Also Read: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ମାଟ୍ରିକ ଫଳ: ଗଣଶିକ୍ଷା ମନ୍ତ୍ରୀ
ବର୍ତ୍ତମାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି ଯେ, ଜୁନ ୩୦ ସୁଦ୍ଧା ଅବଶିଷ୍ଟ ୨୧୦୦ଟି ପୌର ସଂସ୍ଥା ଗୁଡିକ ମଧ୍ୟ ନିଜ ଅଞ୍ଚଳରେ ଏକକ ପ୍ଲାଷ୍ଟିକ ନିଷିଦ୍ଧ କରିବାକୁ ସୁନିଶ୍ଚିତ କରନ୍ତୁ। ତେବେ ଏହା ପର୍ଯ୍ୟାୟକ୍ରମେ ହେବ ବୋଲି ସରକାର କହିଛନ୍ତି। ବିଶ୍ୱ ପରିବେଶ ଦିବସର ଦିନକ ପୂର୍ବରୁ ଜାରି କରାଯାଇଥିବା ବିବୃତ୍ତିରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଦେଶକୁ ଏକକ ବ୍ୟବହାର ପ୍ଲାଷ୍ଟିକ (SUP) ରୁ ମୁକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ଏଥିରେ ସମସ୍ତ ନାଗରିକ, ଛାତ୍ର, ସ୍ବେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଏନଜିଓ/ସିଏସ୍ଓ, ଏନଏସ୍ଏସ୍ ଏବଂ ଏନସିସି କ୍ୟାଡେଟ୍, ଆରଡବ୍ଲ୍ୟୁଏସ୍, ବୃହତ-ପରିଷ୍କାର ଏବଂ 'ପ୍ଲଗିଂ' ଅଭିଯାନ ଅନ୍ତର୍ଭୂକ୍ତ ହେବ। ଅନ୍ୟମାନଙ୍କ ମଧ୍ୟରେ ମାର୍କେଟ ଆସୋସିଏସନ୍ ଏବଂ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଅଂଶଗ୍ରହଣ ସହିତ ବୃହତ ବୃକ୍ଷରୋପଣ ଡ୍ରାଇଭ୍ ଅନ୍ତର୍ଭୂକ୍ତ କରନ୍ତୁ ବୋଲି ସରକାର କହିଛନ୍ତି।
Also Read: ପାରାଦ୍ୱୀପ ଅଠରବାଙ୍କୀ ରାସ୍ତାରେ ଯଦି ପଶିଯିବ ତାହାଲେ ପୁରା ଫସି ଯିବ,ଏହା ରାସ୍ତା ନୁହେଁ ପୁରା ଚକ
ଗୃହ ଓ ନଗର ମନ୍ତ୍ରଣାଳୟ ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦ ଅଧୀନରେ କାର୍ଯ୍ୟ କରୁଛି। ଏଥିରେ, SUP ମୁକ୍ତ ସହିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପରିବେଶ ପ୍ରତି ଭାରତର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜୁନ୍ ୩୦ ସୁଦ୍ଧା ଏହି ନିର୍ଦ୍ଦେଶନାମା ପୂରଣ କରିବା ସରକାରୀ ବିବୃତ୍ତିରେ କୁହାଯାଇଛି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ସ୍କ୍ୱାଡ୍ ଗଠନ କରି ସରପ୍ରାଇଜ ରେଡ୍ ଏବଂ ଆଉ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା (ସଂଶୋଧନ) ଆଇନ ୨୦୨୧ ଅନୁଯାୟୀ, ୭୪ ମାଇକ୍ରୋନ ପ୍ଲାଷ୍ଟିକରେ ତିଆରି ବ୍ୟାଗ, ତାହାର ଆମଦାନୀ, ଗଚ୍ଛିତ, ବିକ୍ରୟ ଏବଂ ବ୍ୟବହାରକୁ ବେଆଇନ। ଏହି କଟକଣା ୩୦ ସେପ୍ଟେମ୍ବର ୨୦୨୧ରୁ ଲାଗୁ ହୋଇଛି। କିନ୍ତୁ ଏବେ ବି ଅନେକ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ହେଉଛି। ଏହି ପ୍ଲାଷ୍ଟିକ ଗୁଡିକ ପାଇଁ ପରିବେଶ ପ୍ରଦୂଷଣ ହେବା ସହ ପ୍ରାଣୀଙ୍କର ଜୀବନ ଯାଉଛି।