ଭୁବନେଶ୍ୱର: ଝାଡ଼ଖଣ୍ଡରେ ମୁହଁମାଡ଼ି ପଡ଼ିଛି ବିଜେପି । ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ସରକାର ବନାଇବାର ସ୍ୱପ୍ନ ବିଜେପି ପାଇଁ ମାଟି ହୋଇ ଯାଇଛି । ଜେଏମଏମ ନେତୃତ୍ୱାଧୀନ ଆରଜେଡି ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପାଇଁ ଜନସାଧାରଣଙ୍କଠାରୁ ପାଇଛନ୍ତି ଗ୍ରୀନ ସିଗନାଲ । ସୋମବାର ପ୍ରକାଶ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ବିଜେପି ପାଇଁ ଥିଲା ଖୁ୍ବ ନିରାଶଦାୟକ । ଜେଏମଏମର ମୁଖ୍ୟ ନାୟକ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିବେଚିତ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଉ ଝାଡ଼ଖଣ୍ଡରେ ବିଜେପିର ମୌଳା ସ୍ଥିତିକୁ ଦେଖି ଖୁବ୍ ଖୁସି ହେଉଛନ୍ତି ବିରୋଧୀ । ପି.ଚିଦାମ୍ୱରମ, ସଞ୍ଜୟ ରାଉତ ପରେ ଏବେ କଟା ଘାରେ ଚୂନ ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପିର ହାର ପରେ ନବୀନ ସିଧାସିଧା କହିଛନ୍ତି ଯେ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାମ ନ କଲେ ଏପରି ପରିଣାମ ଭୋଗିବାକୁ ପଡ଼ିବ । ଓଡ଼ିଶା ସହ ଝାଡ଼ଖଣ୍ଡ ଫଳାଫଳର କୌଣସି ସମ୍ପର୍କ ନାହିଁ, ହେଲେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର କେବଳ କଥା ଦିଅନ୍ତି ନାହିଁ, ବରଂ କାମରେ କରି ଦେଖାନ୍ତି ଆଉ ସେଥିପାଇଁ ଲୋକଙ୍କ ଭରସା ଲାଗାତାର ନୀବନଙ୍କ ଉପରେ ରହିଛି ବୋଲି ବିଜେଡ଼ି କହିଛି । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜନେୀତିରେ ଉତ୍ଥାନ, ପତନ ଥାଏ, ଏଥିରେ କିଛି ବ୍ୟତିବସ୍ତ ହେବାର ନାହିଁ, ପରାଜୟର ସମୀକ୍ଷା କରାଯିବ ଏବଂ ପୁଣି ଥରେ ଉପରକୁ ଉଠିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ । 


ତେବେ କେବଳ ବିଜେପି ନୁହଁ ସଞ୍ଜୟ ରାଉତ ମଧ୍ୟ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଥିଲେ । କହିଥିଲେ ଯେ ବିଜେପି ଅତି ବୁଦ୍ଧିଆ ହୋଇ ପରାଜୟ ସ୍ୱିକାର କରିଛି ।


ଅଧିକ ପଢନ୍ତୁ: ଝାଡ଼ଖଣ୍ଡ ଫଳାଫଳ: କଟା ଘା'ରେ ଚୂନ ମାରିଲେ ସଞ୍ଜୟ