ଝାଡ଼ଖଣ୍ଡ ଫଳାଫଳ: କଟା ଘା'ରେ ଚୂନ ମାରିଲେ ସଞ୍ଜୟ
Advertisement

ଝାଡ଼ଖଣ୍ଡ ଫଳାଫଳ: କଟା ଘା'ରେ ଚୂନ ମାରିଲେ ସଞ୍ଜୟ

ମୋଦି-ଶାହାଙ୍କୁ କଟାକ୍ଷ କଲେ ସଞ୍ଜୟ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ବର୍ତ୍ତମାନ ଯାଏ ଜାରି ରହିଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ୪୮ ଆସନ ମିଳି ସାରିଥିବାବେଳେ ବିଜେପିକୁ ମିଳିଛି ମାତ୍ର ୨୩ ଆସନ । ଝାରଖଣ୍ଡରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ୱର ୪୧ ଥିବାବେଳେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ମ୍ୟାଜିକ ନମ୍ୱର ପାର କରିସାରିଲାଣି । ତେଣୁ ଗୋଟେ ପ୍ରକାର କହିବାକୁ ଗଲେ ଝାରଖଣ୍ଡରେ ମୋଦି ମ୍ୟାଜିକ ଚିତପଟାଙ୍ଗ ମାରିଛି । ଆଉ ଝାରଖଣ୍ଡରେ ମଉଳିଛି ପଦ୍ମ ।

ସେପଟେ ପଦ୍ମର ମଉଳା ସ୍ଥିତିକୁ ଦେଖି କଟା ଘା'ରେ ଚୂନ ଲଗାଇଛନ୍ତି ମହାରାଷ୍ଟ୍ର ଶିବସେନାର ମୁଖ୍ୟ ସଞ୍ଜୟ ରାଉତ । କଟା ଘା'ରେ ଚୂନ ମାରି ସଞ୍ଜୟ କହିଛନ୍ତି ଯେ ମୋଦି ଓ ଶାହ ଖୁବ୍ ପରିଶ୍ରମ କରିଥିଲେ ମଧ୍ୟ ଫଳ ଶୂନ ହୋଇଛି । 

ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ଶିବସେନା ଓ ବିଜେପି ମେଣ୍ଟ ବହୁମତ ସାବ୍ୟସ୍ତ କରୁଥିଲା । ମାତ୍ର ନିର୍ବାଚନ ଫଳ ଆସିବା ପରେ ମେଣ୍ଟ ଭୁସିଡିଯାଇଥିଲା । 

୨୦୧୪ ନିର୍ବାଚନରେ ବିଜେପି ଝାରଖଣ୍ଡରେ ଷ୍ଟୁଡେଣ୍ଟ ଇୟୁନିୟନ ସହ ମେଣ୍ଚ କରି ଝାରଖଣ୍ଡ ହାତେଇଥିଲା ମାତ୍ର ଏଥର ଅତି ବୁଦ୍ଧିଆ ହୋଇ ଏକାକି ନିର୍ବାଚନ ଲଢି ଚିତପଟାଙ୍ଗ ହୋଇଛି ।