ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ପରୀକ୍ଷା ପଦ୍ଧତିକୁ ନେଇ ଆସିଲା ସ୍ପଷ୍ଟତା। ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହେବ। କୋଭିଡ ପାଇଁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଛି। ତେବେ ଯେତେବେଳେ ବି ପରୀକ୍ଷା ହେବ ତାହା କେବଳ ଅଫଲାଇନରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

ଚଳିତ ଶିକ୍ଷାବର୍ଷ ଲାଗି ଫେବୃଆରୀ କିମ୍ବା ମାର୍ଚ୍ଚରେ ପରୀକ୍ଷା କରିବା ଅସମ୍ଭବ ତେଣୁ ଏହା ବିଳମ୍ବ ହେବ। ଅନଲାଇନ ପାଠପଢା (Online study) ଜାରି ରହିଥିବା ବେଳେ ତାହା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରି ନାହିଁ। ଏବେ ପରୀକ୍ଷା ପାଇଁ ପାଠ ପଢା ନିହାତି ଆବଶ୍ୟକ ଥିବାରୁ ବିଦ୍ୟାଳୟ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ (Sameer Das) ବୋଲି କହିଛନ୍ତି। 

 


 

ଏସଆରସି (SRC) ଙ୍କ ଗାଇଡଲାଇନ ପରେ ସବୁ ଦିଗକୁ ବିଚାର କରି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ। ଦଶମ ଓ ଯୁକ୍ତ ୨ ପରୀକ୍ଷା ପଦ୍ଧତିରେ ସ୍ପଷ୍ଟତା ଆସିଛି। ତେଣୁ ପାଠପଢା ଓ ପରୀକ୍ଷା ସୂଚୀ ତୁରନ୍ତ ଘୋଷଣା କରିବାକୁ ଓଷ୍ଟା (OSSTA)ର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି ।

 

ତେବେ ବାସ୍ତବରେ କେବେ କେଉଁ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ନିଆଯାଇନାହିଁ । ସରକାର ଏବଂ ବିଭାଗୀୟ ଘୋଷଣା ପରେ ତାହା ସ୍ପଷ୍ଟ ହେବ।