ଘରୋଇ ସ୍କୁଲ ଫି' ନିର୍ଦ୍ଧାରଣ ମାମଲା: ମୁଣ୍ଡ ନୁଆଁଇ ହାତ ଟେକିଦେଲେ ସରକାର
Advertisement
Article Detail0/zeeodisha/odisha799150

ଘରୋଇ ସ୍କୁଲ ଫି' ନିର୍ଦ୍ଧାରଣ ମାମଲା: ମୁଣ୍ଡ ନୁଆଁଇ ହାତ ଟେକିଦେଲେ ସରକାର

ନବୀନ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ପ୍ରତି ଆନ୍ତରିକତା ଓ ଅପାରଗତା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଶିକ୍ଷକ, ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି।

ଡିଜାଇନ ଫଟୋ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ବିଦ୍ୟାଳୟ ରହିଛି କିନ୍ତୁ ଅଭିଭାବକମାନେ ଅଧିକ ସୁବିଧା ପାଇଁ ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ଆଇନ ଅନୁସାରେ ଘରୋଇ ସ୍କୁଲ ଫି' ନିର୍ଦ୍ଧାରଣ ଉପରେ ସରକାରଙ୍କ ଭୂମିକା ନାହିଁ। ଏପରି ଏକ ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହାପରେ ନବୀନ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ପ୍ରତି ଆନ୍ତରିକତା ଓ ଅପାରଗତା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଶିକ୍ଷକ, ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି।

ପଦାରେ ପଡିଲା ସରକାରଙ୍କ ପାରିବା ପଣିଆ। ଶିକ୍ଷା ବ୍ୟବସ୍ଥାରେ ଅପାରଗତା ଓ ଆନ୍ତରିକତାର ବାସ୍ତବ ଚିତ୍ର ଏବେ ସରକାର ନିଜେ ସ୍ବୀକାର କରିଛନ୍ତି। ହାଇକୋର୍ଟରେ ଘରୋଇ ସ୍କୁଲ ଫି (Private School Fee) ବୃଦ୍ଧି ମାମଲାରେ ସତ୍ୟପାଠ ଦାଖଲ କରିବା ପରେ ଅସଲ କଥା ସାମ୍ନାକୁ ଆସିଛି। ଘରୋଇ ସ୍କୁଲ ଗୁଡ଼ିକର ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି କର୍ତ୍ତୃତ୍ବ (Education Policy) ନାହିଁ। ଓଡ଼ିଶା ଶିକ୍ଷା ଆଇନ ୧୯୬୯ ଆଧାରରେ ସ୍ୱୀକୃତି ପାଇଥିବା ଯେକୌଣସି ଘରୋଇ ସ୍କୁଲର ଫି ନିର୍ଦ୍ଧାରଣରେ ସରକାର (Odisha Govt) ଙ୍କ କୌଣସି ଭୂମିକା ନାହିଁ। ରାଜ୍ୟରେ ପର୍ଯ୍ୟାପ୍ତ ସରକାରୀ ସ୍କୁଲ୍ ଥିଲେ ମଧ୍ୟ ଉନ୍ନତ ସୁବିଧା ସୁଯୋଗ, ଏକ୍ସଟ୍ରା  କୋଚିଂ, ପ୍ରତିଦ୍ବନ୍ଦ୍ବିତା ମୂଳକ ପରୀକ୍ଷା ପାଇଁ  ଅଭିଭାବକମାନେ ଘରୋଇ ସ୍କୁଲ୍ ମୁହାଁ ହେଉଛନ୍ତି ବୋଲି ହାଇକୋର୍ଟ (Orissa High Court) ରେ ଦଖଲ ସତ୍ୟପାଠରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି। 

Also Read: ସ୍କୁଲ ଫି ପ୍ରସଙ୍ଗ: ଆପୋଷ ବୁଝାମଣା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (Odisha Education Dept) ଅଧିନରେ ବିଭିନ୍ନ ଆବେଦନକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଫି ଛାଡ଼କୁ ନେଇ କୋର୍ଟରେ ସରକାର ଏକ ରିପୋର୍ଟ ଦେଇଥିଲେ। ଏଥିରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ମଧ୍ୟ ରହିଥିଲା। ଏବେ ପୁଣି ସରକାରଙ୍କ ଏପରି ୟୁ ଟର୍ଣ୍ଣକୁ ଦେଖି ଅଭିଭାବକମାନେ ଖପ୍ପା ହୋଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଶିକ୍ଷାବିତ କମଳା ପ୍ରସାଦ ମହାପାତ୍ର ଘୋର ନିନ୍ଦା କରିଛନ୍ତି। ପର୍ଯ୍ୟାପ୍ତ ସରକାରୀ ବିଦ୍ୟାଳୟ ରଖି ସୁବିଧା ସୁଯୋଗ ନଦେଇ ପରୋକ୍ଷରେ ଘରୋଇ ବିଦ୍ୟାଳୟକୁ ସରକାର ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି। 

୧୯୬୯ର ଆଇନକୁ ମସୁଧା କରି ୨୦୨୦ ମସିହାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସରକାର କରୁଥିବା ପ୍ରତାରଣାକୁ ସାଧାରଣରେ ଗ୍ରହଣ ହେଉନାହିଁ। ତେଣୁ ଆତ୍ମସମୀକ୍ଷା କରି କେବଳ ଆଇନର ଗଳାବାଟକୁ ଆୟୁଦ୍ଧ ନ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହିତରେ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି। ସେପଟେ ସ୍କୁଲ ଫି ନିର୍ଦ୍ଧାରଣକୁ ନେଇ ରାଜ୍ୟରେ କୌଣସି ପଲିସି ନ ଥିବାକୁ ତାହା ସରକାରଙ୍କ ଅଧିନରେ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Also Read: ସ୍କୁଲ ଫି ଆଦାୟ ମାମଲା: ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲା ଅଭିଭାବକ ସଂଘ

 

ସତ୍ୟପାଠରେ ସରକାରଙ୍କ ଦାୟୀତ୍ୱହୀନତା ବି ଦେଖିବାକୁ ମିଳିଛି। ପଞ୍ଜାବ ଓ ଦିଲ୍ଲୀ ଭଳି ରାଜ୍ୟରେ ଘରୋଇ ସ୍କୁଲ୍ ଫିର ନିର୍ଦ୍ଧାରଣ ଉପରେ ନିୟନ୍ତ୍ରଣ ପାଇଁ ଆଇନ ରହିଛି। ଯାହାକି ଓଡ଼ିଶାରେ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ତେବେ ସରକାରଙ୍କ ଏହି ବୟାନ ପରେ ନିହାତି ଭାବରେ ହାସ୍ୟସ୍ପଦ। କାରଣ ଯଦି ଅନ୍ୟ ରାଜ୍ୟରେ ଏଭଳି ଆଇନ ଅଛି, ତେବେ ୧୯୬୯ର ଆଇନକୁ ଧରି ସରକାର କାହିକି ବସିଛନ୍ତି? ସେଥିରେ କାହିଁକି ସଂଶୋଧନ ଅଣାଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ତେବେ ଆସନ୍ତା ୭ ତାରିଖରେ ଏହି ଘରୋଇ ବିଦ୍ୟଳୟ ଫି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଏହାପରେ ସମସ୍ତ ଦ୍ବନ୍ଦରୁ ପରଦା ହଟିବ ବୋଲି ଆଶା କରାଯାଉଛି।