କୋରୋନା ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଧାୟକ-ପୋଲିସ ମୁହାଁମୁହିଁ
ଆଜି(ମଙ୍ଗଳବାର) ଏ ବାବଦରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ପୋଲିସ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକାଇଥିଲା ।
ସମ୍ବଲପୁର: ଜିଲ୍ଲାପାଳ କାର୍ଯ୍ୟାଳୟର ମୂଖ୍ୟ ଫାଟକରେ ପୋଲିସ ସହ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଜିଲ୍ଲାପାଳଙ୍କୁ ଭେଟିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁର ସହରରେ କୋଭିଡ-19 ଓ ଅଣ କୋଭିଡ ରୋଗୀଙ୍କ ଅବସ୍ଥା ଜଟିଳ ଆଡକୁ ଗତି କରୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପ୍ରକାରର ପଦକ୍ଷେପ ନେଉନାହିଁ ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।
ଆଜି(ମଙ୍ଗଳବାର) ଏ ବାବଦରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ପୋଲିସ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକାଇଥିଲା । ପୋଲିସ ଲୋକ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ନଦେବାରୁ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା । ବିଧାୟକ ଓ ତାଙ୍କ ସମର୍ଥକଙ୍କ ସହିତ ପୋଲିସ କିଛି ସମୟ ପାଇଁ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲେ । ବିଧାୟକ ଜୋର ଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତୁରନ୍ତ ଭୁଶୁଡି ପଡୁଥିବା ସ୍ୱାସ୍ଥ୍ୟ ଓ ପରିମଳ ସେବା ଠିକ କରିବା ପାଇଁ ଦାବି କରିଥିଲେ ।