Advertisement
Article Detail0/zeeodisha/odisha2514762
Zee OdishaOdisha National-Internationalବର୍ତ୍ତମାନ ବିନା SIM ରେ କରିପାରିବେ CALL ଏବଂ SMS, ଲଞ୍ଚ ହେଲା ଭାରତର ପ୍ରଥମ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା

ବର୍ତ୍ତମାନ ବିନା SIM ରେ କରିପାରିବେ CALL ଏବଂ SMS, ଲଞ୍ଚ ହେଲା ଭାରତର ପ୍ରଥମ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା

BSNL Satellite to Device: ବିଏସଏନଏଲ ଭାରତରେ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା ଲଞ୍ଚ୍ କରିଛି ଏବଂ ଏପରି କରିବାରେ ଦେଶରେ ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି। BSNL ର ଏହି ବିଶେଷ ସେବା ଦୁର୍ଗମ ଅଞ୍ଚଳରେ ଏବଂ ନେଟୱାର୍କ ବିନା ସ୍ଥାନରେ ନେଟୱାର୍କ ଯୋଗାଇବାକୁ ଯାଉଛି।

BSNL Satellite to Device
BSNL Satellite to Device

BSNL Satellite to Device: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଭାରତରେ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି। BSNL ଏହା କରିବାରେ ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି। ବର୍ତ୍ତମାନ BSNL ଏହାକୁ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରିଛି। ଏହି ଟେକ୍ନୋଲୋଜି ପାଇଁ BSNL D2D କାଲିଫର୍ନିଆ କମ୍ପାନୀ ଭିଆସାଟ ସହିତ ପାର୍ଟନରସିପ୍ କରିଛି। ଟେଲି ଯୋଗାଯୋଗ ବିଭାଗ X ରେ ଏହି ନୂତନ ସେବା ଆରମ୍ଭ ହେବାର ସୂଚନା ପୋଷ୍ଟ କରିଛି। କହିରଖୁଛୁ ଯେ ସାଟେଲାଇଟ୍ କନେକ୍ଟିଭିଟି ଏକ ନୂତନ ଟେକନୋଲୋଜି ନୁହେଁ। ଜାଣିବା ଏହା ବିଷୟରେ ସବୁକିଛି।

BSNL ର ସାଟେଲାଇଟ୍-ଟୁ-ଡିଭାଇସ୍ ସେବା କ’ଣ?
BSNL ର ଏହି ବିଶେଷ ସେବା ଦୁର୍ଗମ ଅଞ୍ଚଳରେ ଏବଂ ନେଟୱାର୍କ ବିନା ସ୍ଥାନରେ ନେଟୱାର୍କ ଯୋଗାଇବାକୁ ଯାଉଛି। ଏହି ସେବା ବିଶେଷ ଭାବରେ ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ବ୍ୟବହୃତ ହେବ। ଏହି ସେବା ଆରମ୍ଭ କରିବକୁ ନେଇ DOT ଏକ କ୍ଷୁଦ୍ର ଭିଡିଓ ସେୟାର କରିଛି, ଯେଉଁଥିରେ ସାଟେଲାଇଟ୍-ଟୁ-ଡିଭାଇସ୍ ସେବାର ଝଲକ ଦେଖିବାକୁ ମିଳୁଛି।

ଏହି ସେବା BSNL ବ୍ୟବହାରକାରୀଙ୍କୁ ସାହାଯ୍ୟ କରିବ ଯେଉଁଠାରେ ସେଲୁଲାର୍ ନେଟୱାର୍କ କିମ୍ବା ୱାଇ-ଫାଇ ସଂଯୋଗ ଉପଲବ୍ଧ ନାହିଁ। କଲିଂ ସହିତ, ଉପଭୋକ୍ତାମାନେ ମଧ୍ୟ SOS ଯଥା ଜରୁରୀକାଳୀନ ବାର୍ତ୍ତା ପଠାଇ ପାରିବେ ଏବଂ ଏହି ସେବା ମାଧ୍ୟମରେ UPI ଲେଣଦେଣ କରିପାରିବେ। ଏହାର ଫିଚରରେ ସାଧାରଣ କଲ୍ ଏବଂ SMS ପାଇଁ ଉପଲବ୍ଧ ହେବ କି ନାହିଁ ତାହା କମ୍ପାନୀ ସ୍ପଷ୍ଟ କରିନାହିଁ। କହିରଖୁଛୁ ଯେ ଆପଲ୍ କମ୍ପାନୀ ପ୍ରଥମେ ଆଇଫୋନ୍ 14 ସିରିଜ୍ ସହିତ ବଜାରରେ ଏହି ଫିଚର୍ ଉପସ୍ଥାପନ କରିଥିଲା।​ କିନ୍ତୁ ଏହି ସେବା ଭାରତରେ ଉପଲବ୍ଧ ନ ଥିଲା।

 

About the Author