ତମାଲ ବାକଚି, ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ପୁଣି ରାଜନୈତିକ ମୈଦାନରେ ମୁହାଁମୁହିଁ ହେବେ କଂଗ୍ରେସ(Congress)-ବିଜେପି(BJP)ର ନେତାଗଣ । ପାଖେଇ ଆସୁଛି ମଧ୍ୟପ୍ରଦେଶ(Madhya Pradesh)ର ୨୭ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ(MP Bypolls) । ଆଉ ମାତ୍ର ଦେଢ଼ ମାସର ଅପେକ୍ଷା । ଏହି ନିର୍ବାଚନ ହିଁ ଭବିଷ୍ୟତରେ ମଧ୍ୟପ୍ରଦେଶର ଶାସନ କ୍ଷମତା କାହା ହାତରେ ରହିବ, ତାହା ସ୍ଥିର କରିବ । ଯଦି ଏହି ଉପ-ନିର୍ବାଚନରେ କଂଗ୍ରେସ ୨୦ ଉପରୁ ଆସନ ଜିତିବାରେ ସଫଳ ହେଉଛି ତେବେ ବିଜେପିର ଶିବରାଜ ସରକାର(Shivraj Govt)ଙ୍କୁ କ୍ଷମତାରୁ ହଟାଇବାକୁ ସକ୍ଷମ ହେବ । ଅନ୍ୟପକ୍ଷେ ବିଜେପି ଚାହିଁବ ଯେ ସେ ଅଧିକରୁ ଅଧିକ ଆସନ ଜିତି ସରକାରକୁ କିପରି ସୁରକ୍ଷିତ ରଖାଯିବ । କିନ୍ତୁ ବିଜେପିରେ ଅସନ୍ତୋଷ ଥମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଦଳକୁ କଂଗ୍ରେସ ସହ ନିଜର ନେତାଙ୍କ ସହ ମୁକାବିଲା କରିବାର ପରସ୍ଥିତି ଦେଖାଦେଇଛି । ନରମ ମନୋଭାବ ସତ୍ତ୍ୱେ ଅସନ୍ତୁଷ୍ଟ ହେବାର ବଡ଼ କାରଣ କଂଗ୍ରେସରୁ ଆସିଥିବା ନେତାଙ୍କୁ ଗୁରୁତ୍ୱ ମିଳିବା ଉପରେ ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !


ଆଗର ବ୍ୟତୀତ ୨୬ଟି ଆସନରେ ଯେଉଁ ବିଜେପି ନେତାମାନେ ୨୦୧୮ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେମାନେ ଅସନ୍ତୁଷ୍ଟ ଅଛନ୍ତି । ସେଥିରୁ ଚମ୍ବଲ-ଗ୍ୱାଲିୟରର ବରିଷ୍ଠ ବିଜେପି ନେତା ଜୟଭାନ ସିଂ ପୱାୟା ହୁଅନ୍ତୁ କିମ୍ବା ମାଲୱା ଅଞ୍ଚଳରୁ ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ସାମିଲ ଅଛନ୍ତି । ଦଳରେ ସମ୍ୱାଦହୀନତା ଯୋଗୁଁ ଯୋଶୀ ଆହତ ହୋଇଛନ୍ତି । କୁହାଯାଏ ଯେ ପାର୍ଟିରେ ଏଭଳି ପରିସ୍ଥିତି କେବେ ହୋଇ ନଥିଲା । ବିଜେପିର ପୂର୍ବତନ ସାଂସଦ ଅନୁପ ମିଶ୍ର କହିଛନ୍ତି ଯେ, ଆମେ ଲଢ଼ିବୁ କିନ୍ତୁ ଦଳ ଭିତରେ । ବରିଷ୍ଠ ଅନୁସୂଚିତ ଜନଜାତି ନେତା ଡକ୍ଟର ଗୌରୀଶଙ୍କର ଶେଜୱାର ପ୍ରଥମରୁ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ମୂଳ ବିଜେପି କର୍ମୀଙ୍କୁ ସମ୍ମାନର ସହ ଅନୁରୋଧ କରିବାକୁ ପଡ଼ିବ । ଏଥିରୁ ସ୍ପଷ୍ଟ ଯେ ତାଙ୍କର ଇଙ୍ଗିତ କଂଗ୍ରେସରୁ ଆସିଥିବା ନେତାମାନଙ୍କ ପାଇଁ ଥିଲା । ଅନ୍ୟପଟେ ଦଳର ଏକ ବଡ଼ ଅସନ୍ତୁଷ୍ଟ ଗୋଷ୍ଠୀ ବରିଷ୍ଠ ନେତା ରଘୁନନ୍ଦ ଶର୍ମାଙ୍କ ନେତୃତ୍ୱରେ ଏକାଠି ହେଉଛନ୍ତି ।


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ଦଳରେ ଯୋଗାଯୋଗର ଅଭାବ ରହିଛି। ଏହାର କାରଣ ଦଳର ବ୍ୟାପକ ସ୍ୱରୂପ ହୋଇପାରେ । ଯୋଶୀ ୧୯୯୧ର ଉଲ୍ଲେଖ କରି କହିଛନ୍ତି, ଯେତେବେଳେ ସେ କଂଗ୍ରେସରେ ଯୋଗଦେବାକୁ ମନସ୍ଥ କରିଥିଲେ, ସେତେବେଳେ ଦିଗବିଜୟ ସିଂ ତାଙ୍କୁ ଅସ୍ୱୀକାର କରିଥିଲେ । ଏହି ସୂଚନା କୁଶାଭାଉ ଠାକରେକୁ ମିଳିବା ପରେ ସେ ଲକ୍ଷ୍ନୌରୁ ଫୋନ୍ କରି ଏହାର କାରଣ ପଚାରିଥିଲେ । ପରଦିନ ସେ ଭୋପାଳରେ ପହଞ୍ଚି ଯୋଶୀଙ୍କୁ ଡାକି କଥା ହୋଇଥିଲେ ।


ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO


ଅଧିକ ପଢ଼ନ୍ତୁ:-ବଡ଼ ଖବର: ୭୩ ଦିନରେ ଭାରତରେ ପହଞ୍ଚିବ ପ୍ରଥମ କୋରୋନା ଟୀକା ! ମାଗଣାରେ ଲଗାଯିବ ଭ୍ୟାକସିନ୍


ପୂର୍ବତନ ସାଂସଦ ଅନୁପ ମିଶ୍ର କହିଛନ୍ତି ଯେ ଯାହା ହେଉନା କାହିଁକି ସେ ବନ୍ଦ କୋଠରୀରେ ଏହାର ସମାଧାନ କରିନେବେ । ଅତୀତରେ ବିଜେପିରେ କଂଗ୍ରେସ ଓ ଅନ୍ୟାନ୍ୟ ଦଳରୁ ଲୋକମାନେ ଆସିଛନ୍ତି ।  ମୋର ବିଶ୍ୱାସ ଯେ ସେମାନଙ୍କୁ ସ୍ୱାଗତ କରାଯିବା ଉଚିତ ଏବଂ ସେମାନେ ଦଳର ରୀତିନୀତି ଗ୍ରହଣ କରିବା ଉଚିତ୍ । ଆମେ ପାର୍ଟିରେ ସମ୍ପର୍କ, ସହଯୋଗ ଏବଂ ସଂଳାପ ବଜାୟ ରଖିବାକୁ ଚାହୁଁଛୁ ।