ନୂଆଦିଲ୍ଲୀ: ୧୮ତମ ଲୋକ ସଭାର ୪ର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପ୍ରତିଶ୍ରୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତି କହିଛନ୍ତି ଯେ, ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଠିକ୍ ନୁହେଁ। ନିକଟରେ ସରକାର ପ୍ରଶ୍ନପତ୍ର ଲିକ୍‌ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ପେପର ଲିକ୍‌ ମାମଲା ସାମ୍ନାକୁ ଆସିଛି। ପରୀକ୍ଷାରେ ପାରଦର୍ଶିତା ଓ ନିରପେକ୍ଷତା ନିହାତି ଜରୁରୀ। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ଅଣାଯିବା ପାଇଁ ଉଦ୍ୟମ ହେଉଛି। ରାଜନୈତିକ ଦଳ ଗୁଡ଼ିକ ଏହି ପ୍ରସଙ୍ଗ ଉପରେ ରାଜନୀତି କରିବା ବଦଳରେ ସରକାରଙ୍କ ସହ ମିଶି ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।