ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ହେବ ଆବେଦନ । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(AIMPLB) ଏନେଇ ନିଷ୍ପତ୍ତି ନେଇଛି । ତେବେ 
ପୁନର୍ବିଚାର ଆବେଦନ କରିବା ଆମ ଅଧିକାର ବୋଲି କହିଛନ୍ତି ଜାମିୟତ ଉଲେମା-ଇ-ହିନ୍ଦର ମୌଲାନା ଅରସଦ ମଦାନୀ। ଗତ ସପ୍ତାହରେ ଅଯୋଧ୍ୟା ମାମଲାର  ଶୁଣାଣି କରି ରାମ ମନ୍ଦିର ପାଇଁ ପଥ ପରିଷ୍କାର କରିଥିଲେ ସୁପ୍ରିମକୋର୍ଟ । 


COMMERCIAL BREAK
SCROLL TO CONTINUE READING

ଆଜି AIMPLBର ବୈଠକ ବସିଥିଲା । ଅଯୋଧ୍ୟା ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରକାଶ କରିଛନ୍ତି, ତାର ପୁନର୍ବିଚାର ଆବେଦନ ନେଇ ଏଥିରେ ଆଲୋଚନା ହୋଇଥିଲା । ବୋର୍ଡର ବହୁ ସଦସ୍ୟ ପୁନର୍ବିଚାର ଆବେଦନ ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଏନେଇ ଘୋଷଣା କରାଯାଇଛି । 


ବୈଠକ ପରେ ଜାମିୟତ ଉଲେମା-ଇ-ହିନ୍ଦର ମୌଲାନା ଅରସଦ ମଦାନୀ କହିଛନ୍ତି, ''ଆମେ ଏହି ରାୟ ଉପରେ ପୁନର୍ବିଚାର ଆବେଦନ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ଶତ ପ୍ରତିଶତ ନିଶ୍ଚିତ ଯେ ଆମ ଆବେଦନ ଖାରଜ ହୋଇଯିବ । ତଥାପି ମଧ୍ୟ ଆମେ ଆବେଦନ କରିବୁ । କାହିଁକିନା ଏହା ଆମ ଅଧିକାର। ''



ଆହୁରି ବି ପଢନ୍ତୁ; ସଂସଦର ଶୀତକାଳୀନ ଅଧିବେଶନରେ ଏହି ସବୁ ବିଲ ହୋଇପାରେ ଆଗତ


ପଞ୍ଜାବ ବୋହୂ ହେବେ ଅଦିତି