ପଞ୍ଜାବ ବୋହୂ ହେବେ ଅଦିତି, ବିଧାୟକ ଅଙ୍ଗଦ ସିଂହଙ୍କୁ କରିବେ ବିବାହ
Advertisement

ପଞ୍ଜାବ ବୋହୂ ହେବେ ଅଦିତି, ବିଧାୟକ ଅଙ୍ଗଦ ସିଂହଙ୍କୁ କରିବେ ବିବାହ

ପଞ୍ଜାବର ବୋହୂ ହେବେ ରାୟବରେଲି ବିଧାୟିକା । ଦୁଇ କଂଗ୍ରେସ ଖାନଦାନ ମଧ୍ୟରେ ଯୋଡି ହେବ ନୂଆ ସମ୍ପର୍କ । ପଞ୍ଜାବର ଶହୀଦ ଭଗତ ସିଂହ ନଗର ବିଧାୟକ ଅଙ୍ଗଦ ସିଂହଙ୍କୁ ବିବାହ କରିବେ ରାୟବରେଲି ବିଧାୟିକା ଅଦିତି ସିଂହ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପଞ୍ଜାବର ବୋହୂ ହେବେ ରାୟବରେଲି ବିଧାୟିକା । ଦୁଇ କଂଗ୍ରେସ ଖାନଦାନ ମଧ୍ୟରେ ଯୋଡି ହେବ ନୂଆ ସମ୍ପର୍କ । ପଞ୍ଜାବର ଶହୀଦ ଭଗତ ସିଂହ ନଗର ବିଧାୟକ ଅଙ୍ଗଦ ସିଂହଙ୍କୁ ବିବାହ କରିବେ ରାୟବରେଲି ବିଧାୟିକା ଅଦିତି ସିଂହ । ଏନେଇ ତାରିଖ ମଧ୍ୟ ଚୁଡାନ୍ତ ହୋଇଛି । ୨୦୧୭ରେ ଉଭୟେ ପ୍ରଥମ ପ୍ରୟାସରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 

fallback

ଉଭୟେ ରାଜନୈତିକ ପରିବାରରୁ ଆସିଛନ୍ତି । ଅଦିତିଙ୍କ ପିତା ଅଖିଳେଶ ସିଂହ ଉତ୍ତରପ୍ରଦେଶ ରାୟବରେଲି ସଦର ଆସନରୁ ୫ଥର ବିଧାୟକ ହୋଇଥିଲେ । ସେହିପରି ଅଙ୍ଗଦଙ୍କ ପିତା ଦିଲବାଗ ସିଂହ ପଞ୍ଜାବ ନୱାସହରରୁ ୬ଥର ବିଧାୟକ ଅଛନ୍ତି । 

fallback

ତେବେ ଅଦିତି ଏବଂ ଅଙ୍ଗଦଙ୍କ ମଧ୍ୟରେ ଉଭୟ ହିନ୍ଦୁ ଏବଂ ଶିଖ ରୀତି ନୀତି ଅନୁଯାୟୀ ବିବାହ ହେବ ବୋଲି ଜଣାପଡିଛି । ଆସନ୍ତା ୨୧ ତାରିଖରେ ଦିଲ୍ଲୀରେ ବିବାହ ହେବା ନେଇ ତାରିଖ ସ୍ଥିରୀକୃତ ହୋଇଛି । ନଭେମ୍ବର ୨୩ରେ ରିସେପଶନ ରହିଛି । 

ଅଙ୍ଗଦଙ୍କ ପରିବାର ପଞ୍ଜାବରେ ଗ୍ରାଣ୍ଡ ରିସେପଶନର ମଧ୍ୟ ଆୟୋଜନ କରିଛନ୍ତି । ଯେଉଁଥିରେ ସ୍ଥାନୀୟ ବହୁ କଂଗ୍ରେସ ନେତା ସାମିଲ ହେବେ ।

ଆହୁରି ବି ପଢନ୍ତୁ; ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ