ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ମହିଳା କଂଗ୍ରେସ ପକ୍ଷରୁ ଵିରୋଧ ପ୍ରଦର୍ଶନ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଘେରାଓ କରିବାକୁ ଚେଷ୍ଟା କରିଥିଲେ ବିକ୍ଷୋଭକାରୀ। ତେବେ ରାସ୍ତାରୁ ମହିଳାଙ୍କୁ ଅଟକାଇଲା ଦିଲ୍ଲୀ ମହିଳା ପୋଲିସ।। 


COMMERCIAL BREAK
SCROLL TO CONTINUE READING

ଆଜି ମହିଳା କଂଗ୍ରେସର ବହୁ କର୍ମକର୍ତ୍ତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଘେରାଓ କରିବାକୁ ଚେଷ୍ଟା କରିଥିଲେ । କଂଗ୍ରେସ ପକ୍ଷରୁ ହାତରେ ଫୁଲ ଧରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି କଂଗ୍ରେସ । ସେପଟେ ବିକ୍ଷୋଭକାରୀଙ୍କୁ ଅଧା ବାଟରେ ଅଟକାଇଛି ଦିଲ୍ଲୀ ମହିଳା ପୋଲିସ । 



ଆହୁରି ପଢନ୍ତୁ; ଫସି ରହିଥିଲା ପୋଲିସ, ପଥର ମାଡ କରୁଥିଲେ ବିକ୍ଷୋଭକାରୀ: ଏମିତି ପୋଲିସ କର୍ମଚାରୀଙ୍କୁ ବଞ୍ଚାଇଥିଲେ ଯୁବକ