ଫସି ରହିଥିଲା ପୋଲିସ, ପଥର ମାଡ କରୁଥିଲେ ବିକ୍ଷୋଭକାରୀ: ଏମିତି ପୋଲିସ କର୍ମଚାରୀଙ୍କୁ ବଞ୍ଚାଇଥିଲେ ଯୁବକ
Advertisement
Article Detail0/zeeodisha/odisha612779

ଫସି ରହିଥିଲା ପୋଲିସ, ପଥର ମାଡ କରୁଥିଲେ ବିକ୍ଷୋଭକାରୀ: ଏମିତି ପୋଲିସ କର୍ମଚାରୀଙ୍କୁ ବଞ୍ଚାଇଥିଲେ ଯୁବକ

ବିକ୍ଷୋଭକାରୀଙ୍କ ପଥର ମାଡରେ ଛଟପଟ ହେଉଥିଲେ ପୋଲିସ, ତ୍ରିରଙ୍ଗା ଦେଖାଇ ଉଦ୍ଧାର କଲେ ଯୁବକ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସମଗ୍ର ଦେଶରେ ନାଗରିକତା ଆଇନକୁ ବିରୋଧ କରି ହିଂସା ଦେଖିବାକୁ ମିଳିଛି । ବିକ୍ଷୋଭକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ପୋଲିସ କର୍ମଚାରୀ । ଆଉ ଏହାରି ଭିତରେ ଏମିତି କିଛି ଘଟଣା ସାମନାକୁ ଆସୁଛି, ଯାହା ଆପଣଙ୍କୁ ବି କିଛି ସମୟ ଭାବିବାକୁ ବାଧ୍ୟ କରିବ । ବିକ୍ଷୋଭ ବେଳେ ପୋଲିସ ଉପରକୁ ପଥର ମାରିଲେ, ଆହତ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ବି ଦେଲେ । ଗୁଜୁରାଟର ଅହମଦାବାଦରୁ ଏମିତି କିଛି ଦୃଶ୍ୟ ସାମନାକୁ ଆସିଛି । 

ସିଏଏକୁ ନେଇ ଏଠି ବିରୋଧ ଚାଲିଥିଲା । ଧିରେ ଧିରେ ଏହା ହିଂସାର ରୂପ ନେଇଥିଲା । ପୋଲିସ ଉପରକୁ ନିର୍ଦ୍ଧୁମ ପଥର ମାଡ କରିଥିଲେ ବିକ୍ଷୋଭକାରୀ । ତେବେ ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଲୋକଙ୍କ ପଥର ମାଡରେ ଗୁରୁତର ହୋଇପଡିଥିଲେ । ତଳେ ପଡି ଯାଇଥିଲେ ପୋଲିସ ଜଣକ ।

ଏପଟେ ବିକ୍ଷୋଭକାରୀଙ୍କ ଭିଡ ଏତିକି ଥିଲା ଯେ, ପୋଲିସ କର୍ମଚାରୀଙ୍କୁ ରକ୍ଷା କରିବା ମୁସକିଲ ଥିଲା । ଯଦିଓ ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିଲେ, ପଥର ମାଡ ବେଳେ ସାମନାକୁ ଯାଇ ଲୋକଙ୍କୁ ଅଟକାଇବା ସମ୍ଭବ ନଥିଲା । ଶେଷରେ ହାତରେ ତ୍ରିରଙ୍ଗା ଧରି ବିକ୍ଷୋଭକାରୀଙ୍କ ଭିତରୁ ୭ ମୁସଲମ ଯୁବକ ସାମନାକୁ ଆସିଥିଲେ । ଫଳରେ ପଥରମାଡ ବନ୍ଦ ହୋଇଯାଇଥିଲା । ବଞ୍ଚିଯାଇଥିଲା ପୋଲିସ କର୍ମଚାରୀଙ୍କ ଜୀବନ । ଅନ୍ୟ ଆନ୍ଦୋଳନକାରୀଙ୍କ ଠାରୁ ସେ ରକ୍ଷା ପାଇଯାଇଥିଲେ । 

ଗୁରୁବାର ଗୁଜୁରାଟ ଅହମଦାବାଦ ଆନ୍ଦୋଳନରେ ଘଟିଥିଲା ଏହି ଘଟଣା । ଲୋକଙ୍କ ପଥର ମାଡରେ ୧୯ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଆଉ ଏମାନଙ୍କ ମଧ୍ୟରୁ ଲୋକଙ୍କ ଭିଡରେ ଫସି ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଏପରି ଢଙ୍ଗରେ ଉଦ୍ଧାର କରିଥିଲେ ୭ ବିକ୍ଷୋଭକାରୀ ଯୁବକ । ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଏହି ୭ ଯୁବକଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି । 

ଆହୁରି ପଢନ୍ତୁ; CAA ଓ NRC କ'ଣ ମୁସଲିମ ବିରୋଧୀ ? ୧୩ ପ୍ରଶ୍ନର ରୋକଠୋକ୍ ଉତ୍ତର ରଖିଲେ ମୋଦି ସରକାର