ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା`ପରେ ଦେଖନ୍ତୁ କମାଲ!
ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ ।
ନୂଆଦିଲ୍ଲୀ: Benefits Of Dry Dates: ଆଜି ଆମେ ଆପଣଙ୍କୁ ଖଜୁରୀ (Dates) ର ଲାଭ ବିଷୟରେ କହିବୁ । ଆଜ୍ଞା ହଁ, ଏହି ଶୁଖିଲା ଫଳ ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଏଥିରେ ଆମିନୋ ଏସିଡ୍ ମିଳିଥାଏ, ଏହା ଏପରି ଏକ ଏସିଡ୍ ହୋଇଥାଏ ଯାହା ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ (men's sexual health) କୁ ବୁଷ୍ଟ ଓ କରିବା ଓ ସେମାନଙ୍କର ଷ୍ଟାମିନା ବଢ଼ାଇ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ ।
ଝଜୁରୀରେ ମିଳୁଥିବା ଉପାଦାନ
ଖଜୁରୀ (Dates) ରେ ମିଳୁଥିବା ଉପାଦାନଗୁଡ଼ିକ ବିଷୟରେ ଆଲୋଚନା କରିବା ତ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ A, C, E, K, B2, B6, ନିୟାସିନ ଏବଂ ଥିୟାମିନ ସହିତ ଅନ୍ୟାନ୍ୟ ଅନେକ ଭିଟାମିନ୍ ମିଳିଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।
କିପରି ଖାଇବେ ଖଜୁରୀ
ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଖଜୁରୀରେ ହର୍ମୋନ୍ ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିବାର ଗୁଣ ରହିଛି, ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ କ୍ଷୀରକୁ ଶକ୍ତି ବଢାଇବା ପାଇଁ ବ୍ୟବହୃତ ହୁଏ । ଏଥିପାଇଁ ଏହି ୨ଟି ଜିନିଷ ଏକାସାଙ୍ଗରେ ସେବନ କରିବାରୁ ପୁରୁଷମାନଙ୍କ ଶାରୀରିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ବୀର୍ଯ୍ୟ ବୃଦ୍ଧିରେ ସାହାଯ୍ୟକାରୀ ଖଜୁରୀ
ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ପ୍ରତିଦିନ ୨ କିମ୍ୱା ୩ଟି ଖଜୁରୀ କ୍ଷୀରରେ ପକାଇ ପିଇଲେ ଶକ୍ତି ଓ ବୀର୍ଯ୍ୟ ବୃଦ୍ଧି ପାଇଥାଏ । ଏଥିରେ ମିଳୁଥିବା ମ୍ୟାଗ୍ନେସିୟମ୍ ଆପଣଙ୍କ ଶରୀରରେ ସୁଗାରକୁ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ଆପଣ ମଧୁମେହ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।
ଖଜୁରୀର ଅନ୍ୟାନ୍ୟ ଲାଭ
ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ ଅଟେ । ଏହାର ନିୟମିତ ବ୍ୟବହାର ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଯଦି ଆପଣ ବଡି ବିଲଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ । କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ ।
ଭିଟାମିନ୍ ଏ, ବି ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଆପଣଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରେ ।
ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ ଏହାକୁ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ
ଅଧିକ ପଢ଼ନ୍ତୁ:-ନାଲି ପିମ୍ପୁଡ଼ିର ଚଟଣିରୁ ଦୂର ହେବ କୋରୋନା? ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, ଜାଣନ୍ତୁ ତା'ପରେ କ'ଣ ହେଲା
ଅଧିକ ପଢ଼ନ୍ତୁ:-'ଆଫଗାନିସ୍ତାନରେ ପାକିସ୍ତାନ ଯାହା କରିଛି ତାହାର ପରିଣାମ ଶୀଘ୍ର ହିଁ ଭୋଗିବ'