ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ
Advertisement

ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ

କିଛି ଦିନ ପୂର୍ବେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ଫୈଜ ହମିଦ କାବୁଲରେ ପହଞ୍ଚିଥିଲେ ଓ ଏହାର ଗୋଟିଏ ଦିନ ପରେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଥିଲା । 

ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ

କାବୁଲ: Taliban take over Afghanistan: ପାକିସ୍ତାନ ଆରମ୍ଭରୁ ଆଫଗାନିସ୍ତାନ (Afghanistan) ରେ ତାଲିବାନ ସରକାର (Taliban Govt) କୁ ଖୋଲାଖୋଲି ଭାବେ ସମର୍ଥନ କରିଆସୁଥିବା ବେଳେ ଅନ୍ୟପଟେ ତାଲିବାନ (Taliban) ମଧ୍ୟ ପାକିସ୍ତାନ (Pakistan) କୁ ଏହାର ଦ୍ୱିତୀୟ ଘର ବୋଲି କହୁଛି । ବର୍ତ୍ତମାନ ପାକିସ୍ତାନ ଆଫଗାନିସ୍ତାନ ସହ ନିଜ ମୁଦ୍ରା (Pakistani Currency) ରେ ହିଁ ବାଣିଜ୍ୟ ଆରମ୍ଭ କରିବା ବିଷୟରେ କହିଛି ।

ପାକିସ୍ତାନର କେନ୍ଦ୍ର ଅର୍ଥମନ୍ତ୍ରୀ ଶୌକତ ତାରିନ (Pakistan Finance Minister Shaukat Tarin) ଗୁରୁବାର କହିଛନ୍ତି ଯେ, ତାଙ୍କ ସରକାର ଆଫଗାନିସ୍ତାନ ସହ ପାକିସ୍ତାନୀ ମୁଦ୍ରା (Pakistani Rupee) ରେ ବାଣିଜ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାରିନ କହିଛନ୍ତି ଯେ ଆଫଗାନିସ୍ତାନ ପାଖରେ ଡଲାର (Dollar) ର ଅଭାବ ରହିଛି ତେଣୁ ପାକିସ୍ତାନ ନିଜ ମୁଦ୍ରାରେ ବାଣିଜ୍ୟ କରିବ ।

ଆଫଗାନିସ୍ତାନକୁ ନିଜ ଟିମ ପଠାଇବ ପାକିସ୍ତାନ

ଶୌକତ କହିଛନ୍ତି ଯେ ଆଫଗାନିସ୍ତାନର ସ୍ଥିତିକୁ ନିରନ୍ତର ନଜର ରଖାଯାଉଛି । ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥାକୁ ବାଟକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ମଧ୍ୟ ସେଠାରେ ଏକ ଦଳ ପଠାଇପାରେ । ବାସ୍ତବରେ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଅନେକ ସଂସ୍ଥା ଆଫଗାନିସ୍ତାନକୁ ଦିଆଯାଉଥିବା ଫଣ୍ଡିଂ ଉପରେ ଲଗାଇଦେଇଛନ୍ତି । ଏହାସହ ସରକାରୀ ସମ୍ପତ୍ତିକୁ ମଧ୍ୟ ଫ୍ରିଜ୍ କରିଦିଆଯାଇଛି । ଯାହା ଫଳରେ ତାଲିବାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।

ସେପଟେ ପାକିସ୍ତାନର ଅର୍ଥ ଅବସ୍ଥା ମଧ୍ୟ ଭଲ ନୁହେଁ । ପାକିସ୍ତାନ ଅର୍ଥମନ୍ତ୍ରୀ ତାରିନ କହିଛନ୍ତି ଯେ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନ ସହ ବାଣିଜ୍ୟର ପରିଣାମ ଦେଖିବାକୁ ଲାଗିବ । ସେ କହିଛନ୍ତି ଯେ ସରକାର ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ଜିଡିପି ଅଭିବୃଦ୍ଧିକୁ ୪ ପ୍ରତିଶତରୁ ୪.୮ ପ୍ରତିଶତକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଯେତେବେଳେ ପାକିସ୍ତାନୀ ମୁଦ୍ରାର ଖରାପ ଅବସ୍ଥା ବିଷୟରେ ତାରିନଙ୍କୁ ପଚରାଗଲା, ସେ କହିଛନ୍ତି ଯେ ୨୦୧୮-୧୯ ବର୍ଷରେ ପାକିସ୍ତାନୀ ଟଙ୍କା ମୂଲ୍ୟର ଅବନତି ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇଛି । ବର୍ତ୍ତମାନ ଗୋଟିଏ ଡଲାର ମୂଲ୍ୟ ୧୬୯ ପାକିସ୍ତାନୀ ଟଙ୍କା ।

ତାଲିବାନ ଆସିବା ମାତ୍ରେ ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପ ବୃଦ୍ଧି 

ପାକିସ୍ତାନର ଅନେକ ମନ୍ତ୍ରୀ ଖୋଲାଖୋଲି ଭାବେ ତାଲିବାନ (Taliban) କୁ ସମର୍ଥନ କହିସାରିଛନ୍ତି । ଯେତେବେଳେ ସାରା ଦୁନିଆର ଦେଶଗୁଡ଼ିକ ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ନେଇ ସଂଶୟରେ ଅଛନ୍ତି, ପାକିସ୍ତାନୀ ମନ୍ତ୍ରୀମାନେ ତାଲିବାନ ସରକାରଙ୍କ ସହ ବନ୍ଧୁତା ସ୍ଥାପନ କରିବା ସପକ୍ଷରେ ଅଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଗୁରୁବାର ରଏଟର୍ସକୁ କହିଛନ୍ତି ଯେ ଆଫଗାନିସ୍ତାନର ସମ୍ପତ୍ତିକୁ ଅଣଫ୍ରିଜ୍ କରାଯିବା ଉଚିତ ଯାହା ଦ୍ୱାରା ସେଗୁଡିକ ବ୍ୟବହାର ହୋଇପାରିବ ।

କିଛି ଦିନ ପୂର୍ବେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ଫୈଜ ହମିଦ କାବୁଲରେ ପହଞ୍ଚିଥିଲେ ଓ ଏହାର ଗୋଟିଏ ଦିନ ପରେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଥିଲା । ଅନେକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ଅର୍ଥମନ୍ତ୍ରୀ ତାଲିବାନ ସରକାରଙ୍କୁ ବୈଷୟିକ ସହାୟତାର ଆଶ୍ୱାସନ ଦେଇଛନ୍ତି । ତାଲିବାନ କ୍ଷମତାକୁ ଆସିବା ପରେ ବୈଷୟିକ ଦକ୍ଷତା ଥିବା ଅନେକ ଲୋକ ଆଫଗାନିସ୍ତାନ ଛାଡିଛନ୍ତି ।

ଅଧିକ ପଢ଼ନ୍ତୁ:-ନାଲି ପିମ୍ପୁଡ଼ିର ଚଟଣିରୁ ଦୂର ହେବ କୋରୋନା? ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, ଜାଣନ୍ତୁ ତା'ପରେ କ'ଣ ହେଲା

ଅଧିକ ପଢ଼ନ୍ତୁ:-'ଆଫଗାନିସ୍ତାନରେ ପାକିସ୍ତାନ ଯାହା କରିଛି ତାହାର ପରିଣାମ ଶୀଘ୍ର ହିଁ ଭୋଗିବ'

ଅଧିକ ପଢ଼ନ୍ତୁ:-ଲେଫ୍ଟରୁ ସେଣ୍ଟର; କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର?

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍