ନୂଆଦିଲ୍ଲୀ: ସିଏଏକୁ ନେଇ ବିରୋଧୀ ଅପପ୍ରଚାର କରୁଥିବା ଅଭିଯୋଗ କରି ଲୋକଙ୍କ ପାଖକୁ ଯାଉଛି ବିଜେପି ।  ସିଏଏ, ଏନଆରସି ଏବଂ ଏନପିଆରର ଫାଇଦା ବିଷୟରେ ଲୋକଙ୍କୁ ଦେଶବ୍ୟାପୀ ବୁଝାଉଛି । ଆଉ ଏହି କ୍ରମରେ ଜଣେ ବିଜେପି ନେତା ଲୋକଙ୍କ ପାଖକୁ ଯାଇ ଆକ୍ରୋଶର ଶିକାର ହୋଇଛନ୍ତି । ବିଜେପି ନେତାଙ୍କୁ ଲୋକେ ମାଡ ମାରିଥିଲେ । 


COMMERCIAL BREAK
SCROLL TO CONTINUE READING

ଘଟଣାଟି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର । ଭାରତୀୟ ଜନତା ପାର୍ଟିର ଜଣେ ନେତା ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ଜିଲ୍ଲା ବିଜେପିର ସଂଖ୍ୟାଲଘୁ ଶାଖାର ମହାସଚିବ ମୁର୍ତଜା ଆଗା କାଜମୀ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ସିଏଏ, ଏନଆରସି ଏବଂ ଏନପିଆର ବିଷୟରେ ସଚେତନ କରୁଥିଲେ । ଏହି ସବୁ ଦ୍ୱାରା ଆମର କ'ଣ ସବୁ ଲାଭ ହେବ, ତାହା ବଖାଣୁଥିଲେ । କୌଣସି ଭାରତୀୟ ମୁସଲମାନଙ୍କ ପାଇଁ ସିଏଏ ବିପଦ ଆଣିବ ନାହିଁ ବୋଲି ବୁଝାଉଥିଲେ । 


ତେବେ ହଠାତ ବିଜେପି ନେତାଙ୍କ ଉପରେ ଆକ୍ରମଣ ହୋଇଥିଲା । ମାଡ ଖାଇ ଜୀବନ ବିକଳରେ ଦୌଡିଥିଲେ ବିଜେପି ନେତା । ତେବେ ଏ ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଚାଲିଛି । 


ଆହୁରି ପଢ଼ନ୍ତୁ; ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ?