ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ନିର୍ମଲାଙ୍କ ବହି ଖାତାରେ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ଦେଶର କୃଷକଙ୍କ ଆୟ ବୃର୍ଦ୍ଧି ଉପରେ ବିଶେଷ ଫୋକସ କରିଛନ୍ତି କେନ୍ଦ୍ର ସରକାର । ଏପରିକି କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ଆଣୁଛନ୍ତି । 


COMMERCIAL BREAK
SCROLL TO CONTINUE READING

କୃଷକଙ୍କ ପାଇଁ ଆସୁଛି କିସାନ ରେଳ ସେବା । କେନ୍ଦ୍ର ସରକାର ଏପରି ଏକ ଯୋଜନା କରୁଛନ୍ତି । କିସାନ ରେଳ ସେବାରେ ଏସି ବଗି ମଧ୍ୟ ରହିବ । କୃଷକଙ୍କ ଆୟକୁ ଦୁଇଗଣ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ନିଜ ବଜେଟରେ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି । ୨୦୨୨ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି କିସାନ ରେଳ ଏବଂ କିସାନ ଉଡ଼ାଣ ଯୋଜନା ଚଳିବ ବର୍ଷରୁ ଆରମ୍ଭ ହେବ । 


କୃଷକଙ୍କ ପାଇଁ ବଜେଟରେ କ'ଣ ସବୁ ରହିଛି ? 


  • Competitive ଫାର୍ମିଙ୍ଗରେ କୃଷକଙ୍କ ସ୍ଥିତିର ସୁଧାର ଆଣିବା

  • ୨୦୨୨ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣ କରିବା

  • କୃଷି କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା

  • କେନ୍ଦ୍ରୀୟ ନିୟମ ଆଧାରରେ କୃଷିଭିତ୍ତିକ ରାଜ୍ୟକୁ ପ୍ରୋତ୍ସାହନ

  • ଜଳସେଚନ ଉପରେ ଫୋକସ

  • କୁସୁମ ଯୋଜନାରେ ବିଜୁଳି ସେବା

  • ଜଳସେଚନ ସମସ୍ୟାର ଗମ୍ଭୀରତା

  • ସୋଲାର ପମ୍ପ ପାଇଁ ସାହାଯ୍ୟ

  • ପଡ଼ିଆ ପଡ଼ିଥିବା ଜମିରେ ସୋଲାର ପ୍ଲାଣ୍ଟ

  • କୃଷକଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ

  • ବ୍ଲକ ସ୍ତରରେ Warehouse

  • କୃଷି ଉଡ଼ାଣ ଯୋଜନର ଆରମ୍ଭ

  • ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହେବ ଯୋଜନା

  • One Product-One District ଯୋଜନା


ଆହୁରି ପଢ଼ନ୍ତୁ; ରାଷ୍ଟ୍ରପତି ଭବନର ଦ୍ୱାରକୁ ଠକ୍ ଠକ୍ କଲା ଅକ୍ଷୟ